ଆଜିକାଲିକା ଦୁନିଆରେ ଗୋଟିଏ ପତ୍ନୀ ସମ୍ଭାଳିବା ଲୋକଙ୍କ ପାଇଁ କଷ୍ଟକର ହୋଇପଡୁଛି। ଆଉ ଗୋଟେ ପିଲାର ଦାୟିତ୍ୱ ନେଇ ତାକୁ ଲାଳନପାଳନ କରିବା ଯେ କେତେ କଷ୍ଟକର ଯିଏ, ପିଲା ପାଳୁଛି ସେହି ହଁ ଜାଣୁଛି। ସେ ପିଲା ପାଳିବା ହେଉ ଅବା ପତ୍ନୀଙ୍କ ଡିମାଣ୍ଡ ଏଥିପାଇଁ ଅନେକ ବିବାହ ବିଚ୍ଛେଦ ଖବର ଆପଣ ନିତିଦିନ ଶୁଣିବାକୁ ପାଉଥିବେ। କିନ୍ତୁ ଜଣେ ବ୍ୟକ୍ତି ୨୭ ବିବାହ କରି ୧୫୦ ପିଲାକୁ ପାଳିବା କଥା ଆପଣ କେବେ ଶୁଣିନଥିବେ। ଏମିତି ଜଣେ ବ୍ୟକ୍ତି କାନାଡାରେ ରହୁଛନ୍ତି। ଯିଏକି ୨୭ଟି ବିବାହ କରିଛନ୍ତି। ଆଉ ଏହି ୨୭ ବିବାହ କରି ୧୫୦ ପିଲା ଜନ୍ମ ଦେଇଛନ୍ତି।
କାନାଡ଼ାରେ ରହୁଥିବା ୬୫ ବର୍ଷୀୟ ୱିନଷ୍ଟନ ବ୍ଲାକମୋର ୨୭ଟି ବିବାହ କରିଛନ୍ତି । ତାଙ୍କର ୧୫୦ ଜଣ ପିଲା ମଧ୍ୟ ଅଛନ୍ତି । ସେମାନଙ୍କ ସହିତ ୱିନଷ୍ଟନ ଏବେ ହସଖୁସିରେ ଜୀବନ କାଟୁଛନ୍ତି । ଆଉ ସମସ୍ତେ ଗୋଟେ ରୁମ୍ରେ ରହୁଛନ୍ତି।
ୱିନଷ୍ଟନଙ୍କ ବଡ଼ ଝିଅ ମେରି କହିଛନ୍ତି, ସେ ଯେତେବେଳେ ୧୪ ବର୍ଷର ଥିଲେ, ତାଙ୍କ ବାପା ସେତେବେଳକୁ ୧୨ଟି ବିବାହ କରିସାରିଥିଲେ। ଆଉ ଘରେ ୪୦ଭାଇ ଭଉଣୀ ରହିଥିଲେ। ୧୯୮୨ ମସିହାରେ ଯେତେବେଳେ ତାଙ୍କ ମାଆ ଗର୍ଭବତୀ ହୋଇଥିଲେ ସେହି ସମୟରେ ତାଙ୍କ ବାପା କ୍ରିସ୍ଟିନା ନାମକ ଜଣେ ମହିଳାଙ୍କୁ ଦ୍ୱିତୀୟ ବିବାହ କରିଥିଲେ ।
ଏହି ବଡ଼ ପରିବାରକୁ ପରିଚାଳନା କରିବା ପାଇଁ ସମସ୍ତ ପରିବାର ସଦସ୍ୟଙ୍କ ମଧ୍ୟରେ କାମ ବାଣ୍ଟି ଦିଆଯାଇଛି । ପରିବାରରେ ମହିଳାମାନେ ରୋଷେଇ ଓ ଛୋଟ ପିଲାମାନଙ୍କର ଦେଖାଶୁଣା କରୁଥିବା ବେଳେ ପୁରୁଷମାନେ ଚାଷ କରିବା ସହ ପରିବାରର ଖର୍ଚ୍ଚ ତୁଲାଇ ଥାଆନ୍ତି । ୱିନଷ୍ଟନଙ୍କ ଘରେ ଚା, ସିଗାରେଟ, କଫି ଏସବୁ ଜିନିଷ ଉପରେ ପ୍ରତିବନ୍ଧକ ଲଗାଯାଇଛି । ତାଙ୍କ ଘରେ ଟିଭି ଦେଖିବା ଓ ଗୀତ ଶୁଣିବାକୁ ମଧ୍ୟ ବାରଣ କରଯାଇଛି ।
ସୂଚନାଯୋଗ୍ୟ, ଓ୍ଵିନଷ୍ଟନଙ୍କ ଉପରେ ୨୦୧୭ରେ ବହୁ ବିବାହ କରିବାର ଅଭିଯୋଗ ହୋଇଥିଲା। କାରଣ କାନାଡାରେ ବହୁବିବାହ କରିବା ବେଆଇନ କାମ। ୨୦୧୮ରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ୬ ମାସ ନଜରବନ୍ଦୀ ରଖାଯାଇଥିଲା। ପରେ ତାଙ୍କୁ ମୁକ୍ତ କରି ଦିଆଯାଇଥିଲା । ଏବେ ୱିନଷ୍ଟନ ତାଙ୍କ ପରିବାର ସହିତ ସୁଖରେ ରହୁଛନ୍ତି ।