ଘର ଅଗଣାରେ ଲୁଚାଇ ରଖିଥିଲେ ୫୦୦ରୁ ଅଧିକ ସାଇକେଲ, କାରଣ ଜାଣି ମୁଣ୍ଡରେ ହାତ ଦେଲେ ପୋଲିସ

ୟୁକେର ଜଣେ ଯୁବକ ଏତେ ମାତ୍ରାରେ ସାଇକେଲ ଚୋରି କରିଛନ୍ତିଯେ ତାଙ୍କ ପୁରା ବେକ ଗାର୍ଡେନ ଚୋରି ହୋଇଥିବା ସାଇକେଲରେ ଭରିଗଲା । ପୋଲିସ ଦୀର୍ଘ ସମୟ ଧରି ଏହି ଚୋରା ଜଣଙ୍କର ସନ୍ଧାନରେ ଥିଲେ ସୁଦ୍ଧା ତାଙ୍କ ପତ୍ତା ପାଇନଥିଲେ । କିନ୍ତୁ ପରେ ଗୁଗୁଲ ସାହାଯ୍ୟରେ ତାଙ୍କ ବିଷୟରେ ସନ୍ଧାନ ମିଳିଥିଲା । ଗୁଗୁଲ ଆର୍ଥ ସାହାଯ୍ୟରେ ପୋଲିସକୁ ତାଙ୍କ ଘରର ପୁରା ସ୍ଥିତି ବାବଦରେ ଜଣା ପଡିଥିଲା | ପରେ ପୋଲିସ ତାଙ୍କ ଘର ଅଗଣାରୁ ୫୦୦ରୁ ଅଧିକ ସଂଖ୍ୟକ ସାଇକେଲ ଜବତ କରିଥିଲେ ।ଯେବେ ପୋଲିସ ଏହି ୫୪ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରିଥିଲେ ସେମାନେ ବି ଏତେ ସଂଖ୍ୟକ ସାଇକେଲ ଦେଖି ତାଯୁବ ହୋଇଯାଇଥିଲେ । ପରେ ସ୍ଥାନୀୟ ପୋଲିସ ଷ୍ଟେଟମେଣ୍ଟ ଜାରି କରି ଏବାବଦରେ ସୂଚନା ଦେଇଥିଲେ । ସେ ଏହା ମଧ୍ୟ କହିଛନ୍ତିକି ଏହି ବ୍ୟକ୍ତିଙ୍କ ବିରୋଧରେ ପୂର୍ବରୁ ଅନେକ ଥର ଅଭିଯୋଗ ଦାୟର କରାଇଯାଇଛି । କିନ୍ତୁ ଘଟଣାର ପୁରା ସତ୍ୟାସତ୍ୟ ବାବଦରେ ଜଣାପଡ଼ିନଥିଲା । ପରେ ଯାଞ୍ଚ କରାଯିବା ପରେ ସମ୍ପୂର୍ଣ୍ଣ ସତ ପଦାକୁ ଆସିଛି । ବ୍ୟକ୍ତିଙ୍କ ଜଣେ ପଡୋଶୀ ଏବାବଦରେ କହିଛନ୍ତିକି କାହିଁ କେଉଁ ବର୍ଷରୁ ତାଙ୍କ ଘର ଆଗରେ ଏତେ ସଂଖ୍ୟକ ସାଇକେଲ ଥିବା ନେଇ ସେମାନେ ଲକ୍ଷ କରିଆସୁଥିଲେ ।

ଆଜକୁ ପ୍ରାୟ ଚାରି ବର୍ଷ ତଳେ ବ୍ୟକ୍ତିଙ୍କ ଏପରି ଅଜବ ବ୍ୟବହାରକୁ ଲକ୍ଷ କରି ଥାନାରେ ଏକ ଅଭିଯୋଗ ବି ଦାୟର କରିଥିଲେ | ଆଉ ଯେବେ ଅଭିଯୁକ୍ତ ବ୍ୟକ୍ତି ଜଣଙ୍କୁ ଏବାବଦରେ ପଚାର ଯାଇଥିଲା ସେ କହିଥିଲେକି ଆଫ୍ରିକାରେ ବାସ କରୁଥିବା କିଛି ଗରିବ ପିଲା ମାନଙ୍କ ପାଇଁ ହିଁ ସେ ଏହି ସବୁ ସାଇକେଲ ଏକାଠି କରିଛନ୍ତି । ଆଉ ଖୁବ ଶୀଘ୍ର ସେ ଏଗୁଡ଼ିକୁ ଯଥା ସ୍ଥାନରେ ପଠାଇଦେବେ | ପଚରାଉଚୁରାରୁ ଜଣାଯାଇଛିଯେ ସେ ଏକ ଭ୍ୟାନ୍ରେ ଏହି ସାଇକେଲ ଗୁଡିକୁ ଆଣୁଥିଲେ । କେବେ ଦିନରେ ଆଣୁଥିଲେ ତ କେବେ ରାତି ସମୟରେ । ଯେଉଁ ମାନଙ୍କର ଏହି ସାଇକେଲ ସେମାନଙ୍କୁ ଫେରାଇ ଦିଆଯିବ । ପୋଲିସ ଆଶଙ୍କା କରୁଛିକି ଏତେ ସଂଖ୍ୟକ ସାଇକେଲ ନିଶ୍ଚିତ ରୂପେ ଚୋରି କରି ହିଁ ଅଣାଯାଇଥିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.