ଏଠାରେ ଔଷଧ ନୁହଁ ବରଂ ଛୁରୀ ଦ୍ବାରା ହୋଇଥାଏ ଚିକିତ୍ସା, ଦେଖିବା ଲୋକଙ୍କ ଟାଙ୍କୁରି ଯାଏ ଲୋମ

ଯେତେବେଳେ ଜଣେ ରୋଗଗ୍ରସ୍ତ ହୋଇଥାନ୍ତି ତାଙ୍କର ଚିକିତ୍ସା ପାଇଁ ସାଧାରଣତଃ ଡ଼ାକ୍ତରଖାନାକୁ ନିଆଯାଇଥାଏ। କିନ୍ତୁ ଏପରି ଏକ ସ୍ଥାନ ରହିଛି ଯେଉଁଠାରେ ରୋଗୀଙ୍କ ଚିକିତ୍ସା ପାଇଁ ଔଷଧ ନୁହଁ ବରଂ ବ୍ଯବହାର କରାଯାଇଥାଏ ଛୁରୀ। ଆଜ୍ଞା ହଁ, ଏହି ଡ଼ାକ୍ତରଙ୍କର ଚିକିତ୍ସା ବହୁତ ଭୟଙ୍କର। ସେ ରୋଗୀଙ୍କ ରୋଗ ଠିକ୍ କରିବା ପାଇଁ ବ୍ଯବହାର କରିଥାନ୍ତି ତୀକ୍ଷ୍ନ ଧାରାଥିବା ଛୁରୀ।

knife 2

ସୂଚନା ଅନୁଯାୟୀ, ଏହି ଡ଼ାକ୍ତର ଜଣଙ୍କ ନିଜର ରୋଗୀମାନଙ୍କ ଚିକିତ୍ସା କରିବା ପାଇଁ ଏକ ଅଭିନବ ଉପାୟ ଅବଲମ୍ବନ କରିଥାନ୍ତି। ଡ଼ାକ୍ତର ଜଣଙ୍କ ରୋଗୀଙ୍କୁ ଔଷଧ ନୁହଁ ବରଂ ଛୁରୀ ଭୁସି ଚିକିତ୍ସା କରିଥାନ୍ତି। ଫିଲିପିନ୍ସରେ ବହୁ ଚର୍ଚ୍ଚିତ ଡ଼ାକ୍ତର ତାଙ୍କର ସୁପରନେଚୁରାଲ ପାୱାର ଥିବାର କହିଥାନ୍ତି। ତାଙ୍କ ପାଖକୁ ଆସିଥିବା ବ୍ଯକ୍ତିଙ୍କୁ ସେ ବୁଲେଟଫ୍ରୁଫ୍ ଶରୀର ବିଶିଷ୍ଠ କରିଦେବେ ବୋଲି କହିଥାନ୍ତି।

knife 3

ଏଥିପାଇଁ ଚିକିତ୍ସକଙ୍କୁ ସ୍ଥାନୀୟ ଲୋକ ବୁଲେଟ କିଙ୍ଗ କହିଥାନ୍ତି। ଏହି ଏଞ୍ଜିଲିଟୋ ରେମ୍ବୋ ନାମକ ବ୍ଯକ୍ତି ଯେତେବେଳେ ରୋଗୀଙ୍କର ଛୁରୀ ଦ୍ବାରା ଚିକିତ୍ସା କରିଥାନ୍ତି ସେତେବେଳେ  ତାଙ୍କ ଶରୀରରୁ ରକ୍ତ ବାହାରି ନଥାଏ। କିନ୍ତୁ ଏହା ଦେଖିବାକୁ ଖୁବ ଭୟନାକ ହୋଇଥାଏ। ଏଠାରେ ଲୋକଙ୍କ ଚିକିତ୍ସା ସହ ତାଙ୍କୁ ବୁଲେ ଭଳି ଟାଣ କରିବା କଥା କହିଥିଲେ।

Leave A Reply

Your email address will not be published.