ଆଜିଠାରୁ ବୃଷ ରାଶିରେ ବୁଧ କରୁଛନ୍ତି ମାର୍ଗି, ଜାଣନ୍ତୁ କେଉଁ ରାଶିକୁ ମିଳିବ ଫାଇଦା
ବୁଧ ଗ୍ରହ ଆଜିଠାରୁ ବୃଷ ରାଶିରେ ପ୍ରବେଶ କରୁଛନ୍ତି। ବୃଷ ରାଶିରେ ଓଲଟା ଚଳନ ଚାଲୁଛନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆଜି ଦିନ ୧ଟା ୨୯ ୯ମିନିଟରୁ ବୃଷ ରାଶିରେ ମାର୍ଗି ହେବେ। ପାଖାପାଖି ୨୪ ଦିନ ପର୍ଯ୍ୟନ୍ତ ମାର୍ଗି ରହିବେ। ବୃଷ ରାଶିରେ ୧୦ ମଇ ମଙ୍ଗଳବାର ସନ୍ଧ୍ୟା ୫ଟା ୧୬ ମିନିଟ୍ରୁ ବକ୍ରି ହୋଇ ରହିଥିଲେ। ବୁଧ ବୃଷ ରାଶିରେ ଜୁଲାଇ ୨ ତାରିଖ ଶନିବାର ସକାଳ ୯ଟା ୫୨ ମିନିଟ୍ ପର୍ଯ୍ୟନ୍ତ ଗୋଚର ରହିବେ। ଏହା ପରେ ମିଥୁନ ରାଶିରେ ପ୍ରବେଶ କରିବେ।
କେଉଁ ରାଶିର ଜାତକକୁ ଫାଇଦା ହେବ ଜାଣନ୍ତୁ :
ମେଷ : ମେଷ ରାଶିରୁ ବୁଧ ଅନ୍ୟ ଭାବରେ ମାର୍ଗି ହେବେ । ଯାହାକୁ ଅର୍ଥ ଏବଂ ବାଣିର ଭାବ ବୋଲି କୁହାଯାଏ । ଏଥିପାଇଁ ଏହି ସମୟରେ ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ବ୍ୟବସାୟରେ ଭଲ ଲାଭ ହୋଇପାରେ । ହଠାତ ଅର୍ଥଲାଭର ଯୋଗ ରହିଛି । ଅଟକି ରହିଥିବା ଅର୍ଥ ପ୍ରାପ୍ତି ହୋଇପାରେ । ବ୍ୟବସାୟରେ ଏକ ବଡ ଡିଲ୍ ଫାଇନାଲ୍ ହୋଇପାରେ ।
ବୃଷ : ବୁଧ ଆପଣଙ୍କ ନିଜ ରାଶିରେ ରାଶି ପରିବର୍ତ୍ତନ କରିବେ । କେତେକ କ୍ଷେତ୍ରରେ ଶୁଭ ହୋଇପାରେ, କିନ୍ତୁ ଟଙ୍କା ଖର୍ଚ୍ଚ ବୃଦ୍ଧି ହେବ। ଅନେକ କାମ ସଠିକ୍ କରିବା ବଦଳରେ ସମସ୍ୟା ହୋଇପାରେ। ବଡ ବଡ ବିନିଯୋଗରୁ ଦୂରେଇ ରୁହନ୍ତୁ। ଭୁଲ୍ କାର୍ଯ୍ୟରେ ଲିପ୍ତ ଥିବା ଲୋକଙ୍କଠାରୁ ଦୂରତା ରୁହନ୍ତୁ।
କର୍କଟ : ବୁଧ ମାର୍ଗି ହେବା ଯୋଗୁଁ କର୍କଟ ରାଶିରେ ଫାଇଦା ମିଳିବ। ଆପଣଙ୍କ ଆୟରେ ବୃଦ୍ଧି ହେବ, କାର୍ଯ୍ୟ ଯୋଗୁଁ ଯଶ ପ୍ରାପ୍ତି ହେବ। ଚାକିରି କିମ୍ବା ବ୍ୟବସାୟରେ ନୂଆ ପ୍ରସ୍ତାବ ମିଳିବ। ଗୋପନୀୟ ଭାବେ କାର୍ଯ୍ୟ କଲେ ସଫଳତା ମିଳିବ।
ସିଂହ : ବୁଧ ସିଂହ ରାଶିର ଦଶମ ଭାବରେ ମାର୍ଗି ହେବାକୁ ଯାଉଛନ୍ତି । ଯାହାକୁ କର୍ମକ୍ଷେତ୍ର ଏବଂ ଚାକିରିର ଭାବ କୁହାଯାଏ ।ଏଥିପାଇଁ ଏହି ସମୟରେ ଆପଣଙ୍କୁ ଚାକିରିର ପ୍ରସ୍ତାବ ମିଳିପାରେ । ଚାକିରି କରୁଥିବା ବ୍ୟକ୍ତିଙ୍କର ପଦୋନ୍ନତି ହୋଇପାରେ । ବ୍ୟବସାୟ ବିସ୍ତାର ହୋଇପାରେ । ନିବେଶ ପାଇଁ ସମୟ ଅନୁକୂଳ ।
ମକର : ବୁଧ ମାର୍ଗି ହେବା ଯୋଗୁଁ ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବ। ପ୍ରତିଯୋଗିତାରେ ସଫଳ ହେବେ। ଯଦି କୌଣସି ନୂଆ କାମ ଆରମ୍ଭ କରିବାକୁ ଚାହୁଁଛନ୍ତି, ତେବେ ଆରମ୍ଭ କରିପାରିବେ। ଆପଣଙ୍କ ପାଇଁ ଲଭ ମ୍ୟାରେଜ କରିବାର ଯୋଗ ରହିଛି।
ମୀନ : ବୁଧ ମାର୍ଗି ହେବା ଯୋଗୁଁ ଯଶ ଏବଂ କୀର୍ତ୍ତିରେ ବୃଦ୍ଧି ହେବ। ବିଦେଶରେ ଚାକିରି କିମ୍ବା ବିଦେଶୀ ନାଗରିକତା ପାଇବାରେ ସଫଳତା ପାଇପାରିବେ। ସନ୍ତାନ ସୁଖ ପ୍ରାପ୍ତି ହେବ। କାର୍ଯ୍ୟରେ ସଫଳତା ମିଳିବ।