ଚେହେରାରେ ଏହି ଉପାୟରେ କଦାପି ଲଗାନ୍ତୁ ନାହିଁ ସନ୍‌ସ୍କ୍ରିନ, ମିଳିବନି କୌଣସି ଫାଇଦା…ଜାଣି ରଖନ୍ତୁ ଆପ୍ଲାଏ କରିବାର ତରିକା

ଖରାଦିନେ ସନ୍‌ସ୍କ୍ରିନ ଆମର ବହୁତ ଲାଭରେ ଆସିଥାଏ। ଏହାକୁ ଚେହେରାରେ ଲଗାଇବା ଦ୍ୱାରା ସ୍କିନ୍ ଟ୍ୟାନିଂ, ସନ୍ ବର୍ଣ୍ଣ ଆଦି ସମସ୍ୟାରୁ ଛୁଟକାରା ମିଳିଥାଏ। ସନ୍‌ସ୍କ୍ରିନ ଏକ ପ୍ରକାରର ସୁରକ୍ଷା କବଚ ରୂପେ କାମ କରିଥାଏ। ସୂର୍ଯ୍ୟଙ୍କ ଅତି ବାଇଗେଣୀ ରଶ୍ମୀରୁ ଏହା ଆମକୁ ରକ୍ଷା କରିଥାଏ। ତେବେ ଅନେକ ଲୋକ ଅଛନ୍ତି, ଯେଉଁମାନେ ଖରାଦିନେ ସନସ୍କ୍ରିନ୍ ଆପ୍ଲାଏ କରିବାକୁ ପସନ୍ଦ କରି ନ ଥାଆନ୍ତି। ଏହାର ସବୁଠାରୁ ବଡ଼ କାରଣ ହେଉଛି, ସନ୍‌ସ୍କ୍ରିନ ଲଗାଇବା ଦ୍ୱାରା ସେମାନଙ୍କୁ ନିଜ ଚେହେରା କଳା ଦିଶିଥାଏ। ଏପରି କି, କେତେଜଣଙ୍କଠାରେ ବହୁତ ଝାଳ ମଧ୍ୟ ବାହାରିଥାଏ। କାହିଁକି ନା, ଭୁଲ୍ ଉପାୟ ଏବଂ ଭୁଲ୍ ସ୍କିନ୍ ଟାଇପ୍ ସନ୍‌ସ୍କ୍ରିନ ଆପ୍ଲାଏ କରିବା ଦ୍ୱାରା ଏଭଳି ସମସ୍ୟା ସୃଷ୍ଟି ହୋଇଥାଏ। ଏହା ବ୍ୟତୀତ ଆହୁରି ବି କେତେକ ସନ୍‌ସ୍କ୍ରିନ ମିଷ୍ଟେକ୍ ରହିଛି, ଯେଉଁ କାରଣରୁ ସନ୍‌ସ୍କ୍ରିନ ଲଗାଇବା ସତ୍ତ୍ୱେ କୌଣସି ଫାଇଦା ମିଳି ନ ଥାଏ।

ବିନା କୌଣସି ମଇଶ୍ଚରାଇଜରେ ସନ୍‌ସ୍କ୍ରିନ ଲଗାଇବା

ଆପଣଙ୍କ ସ୍କିନ୍ ଯେତେ ବି ଅଏଲି ହୋଇଥାଉ ନା କାହିଁକି, ଆପଣ ଯାହା ହେଲେ ବି ମଇଶ୍ଚରାଇଜର ଆପ୍ଲାଏ କରିବେ। ଯଦି ଆପଣଙ୍କ ସ୍କିନ୍ ତେଲିଆ, ତେବେ ଜେଲ୍ ବେସ୍‌ଡ ମଇଶ୍ଚରାଇଜର ଲଗାଇବା ପରେ ହିଁ ସନ୍‌ସ୍କ୍ରିନ ଲଗାଇବେ।

ସନ୍‌ସ୍କ୍ରିନ ଉପରେ ଫାଉଣ୍ଡେସନ ଆପ୍ଲାଏ କରିବା

ଏହି କଥା ଆପଣଙ୍କୁ ଟିକେ ଅଜବ ଲାଗିପାରେ, କିନ୍ତୁ ମନେ ରଖନ୍ତୁ ଏମିତି କରିବା ଦ୍ୱାରା ଚେହେରାରୁ ଅଧିକ ଝାଳ ବାହାରିଥାଏ। ଏଥିପାଇଁ ସନ୍‌ସ୍କ୍ରିନ ଲଗାଇବା ପରେ ଫାଉଣ୍ଡେସନ ଲଗାଇବାଠୁ ଦୂରେଇ ରୁହନ୍ତୁ। ଏମିତି କଲେ ଆପଣଙ୍କ ସ୍କିନ୍ ଉପରେ ଠାଏ ଠାଏ ପ୍ୟାଚେସ୍ ନଜର ଆସିଥାଏ।

sunscreen
photo: allure

ଝାଳ ବାହାରୁଥିବା ଚେହେରାରେ ସନ୍‌ସ୍କ୍ରିନ ଲଗାଇବା

ଯଦି ଆପଣ ବାହାରୁ ଆସିଛନ୍ତି କିମ୍ବା ଗରମରୁ ଆପଣଙ୍କ ସନ୍‌ସ୍କ୍ରିନ ବୋହି ଯାଇଛି, ସେହି ସ୍ଥିତିରେ ଆପଣ ଚେହେରାକୁ ନ ଧୋଇ ଏହା ଉପରେ ସନ୍‌ସ୍କ୍ରିନ ଲଗାନ୍ତୁ ନାହିଁ। ଝାଳ ଉପରେ ସନ୍‌ସ୍କ୍ରିନ ଲଗାଇବା ଦ୍ୱାରା କୌଣସି ଫାଇଦା ମିଳି ନ ଥାଏ। ଓଲଟା ମୁହଁରେ ବ୍ରଣ ସମସ୍ୟା ଆସି ଯାଇଥାଏ।

ଇନ୍‌ଷ୍ଟାଣ୍ଟ ସନ୍‌ସ୍କ୍ରିନ ଲଗାଇ ବାହାରକୁ ଯିବା

ଯଦି ଆପଣ ବାହାରକୁ କେଉଁଠି ବାହାରିଛନ୍ତି, ତ ଘରୁ ବାହାରିବାର ୨୦ ମିନିଟ୍ ପୂର୍ବରୁ ଚେହେରାରେ ସନ୍‌ସ୍କ୍ରିନ ଆପ୍ଲାଏ କରି ଦିଅନ୍ତୁ। କାହିଁକି ନା, ସନ୍‌ସ୍କ୍ରିନ ଆକ୍ଟିଭ ହେବାରେ ବହୁତ ସମୟ ଲାଗିଥାଏ। ତେଣୁ ଆପଣ କଦାପି ଇନ୍‌ଷ୍ଟାଣ୍ଟ ସନ୍‌ସ୍କ୍ରିନ ଲଗାଇ ଘରୁ ବାହାରନ୍ତୁ ନାହିଁ। ନଚେତ୍ ଏହା ଓଲଟା ପ୍ରଭାବ ପକାଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.