Below header

ମିଶନ ଗଗନାୟନରେ ଭାରତୀୟ ମହାକାଶଚାରୀଙ୍କୁ ଅନ୍ତରୀକ୍ଷରେ ମିଳିବ ଏହିସବୁ ଭେଜ ଓ ନନଭେଜ ଖାଇବା, ଦେଖନ୍ତୁ ମେନୁ

‘ମିଶନ ଗଗନାୟନ’ ଦ୍ୱାରା ଅନ୍ତରୀକ୍ଷ ଯାଉଥିବା ଭାରତୀୟ ଅନ୍ତରୀକ୍ଷ ଯାତ୍ରୀମାନଙ୍କ ପାଇଁ ମୈସୁର ସ୍ଥିତ DFRL-Defence ଫୁଡ ରିସର୍ଚ୍ଚ ଲାବୋରଟୋରୀ ଦ୍ୱାରା ଅଣ୍ଡା ରୋଲ, ଭେଜ ରୋଲ, ଇଡ଼ଲି, ମୁଙ୍ଗଡ଼ାଲ ହାଲୱା ଇତ୍ୟାଦି ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରାଯାଇଛି । ଅନ୍ତରୀକ୍ଷରେ ଯାତ୍ରୀମାନଙ୍କ ଖାଦ୍ୟ ଗରମ କରିବା ପାଇଁ ହିଟର ମଧ୍ୟ ଦିଆଯାଇଛି । ‘ମିଶନ ଗଗନାୟନ’ ସମୟରେ ଗୁରୁତ୍ତ୍ୱକର୍ଷଣ ସହିତ ଅନ୍ତରୀକ୍ଷରେ ପାଣି ଏବଂ ଜୁସ ଭଳି ପାନୀୟ ପିଇବା ପାଇଁ ସ୍ୱତନ୍ତ୍ର ପ୍ରକାର ବାସନ ମଧ୍ୟ ପ୍ରସ୍ତୁତ କରାଯାଇଛି ।

ଏହି ଅନ୍ତରୀକ୍ଷ ମିଶନ ସମୟରେ ଖାଇବା ପାଇଁ 22 ପ୍ରକାରର ଖାଦ୍ୟ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ହାଲକା ଖାଦ୍ୟ, ଅଧିକ ଶକ୍ତିବର୍ଦ୍ଧକ ଖାଦ୍ୟ, ଡ୍ରାଏଫ୍ରୁଟସ ଏବଂ ଫଳ ମଧ୍ୟ ସାମିଲ ରହିଛି । DFRLର ନିର୍ଦ୍ଦେଶକ ଅନିଲ ଦତ୍ତଙ୍କ କହିବା ଅନୁଯାୟୀ ଏହି ଖାଦ୍ୟ ସମ୍ପୂର୍ଣ୍ଣ ପୃଷ୍ଟିକର ଅଟେ ଏବଂ ଏହା ଏକବର୍ଷ ପର୍ଯ୍ୟନ୍ତ ଭଲ ରହିବ । ଏହାସହିତ ସେ କହିଛନ୍ତି ଯେ ଯଦି କୌଣସି ଅନ୍ତରୀକ୍ଷଯାତ୍ରୀ ମଟନ କିମ୍ବା ଚିକେନ ଖାଇବା ପାଇଁ ଚାଁହାନ୍ତି ତାହେଲେ ସେମାନଙ୍କ ପାଇଁ ଆମେ ଚିକେନ କରି ଓ ବିରିୟାନୀର ବ୍ୟବସ୍ଥା ମଧ୍ୟ କରିଛୁ । ଏହିସବୁ ପ୍ୟାକେଟକୁ ଗରମ କରି ଖିଆଯାଇ ପାରିବ ।

Mission Gaganyaan में भारतीय Astronaut अंतरिक्ष में ऐसे खाएंगे वेज और नॉन-वेज खाना, ये है Menu

ଇସ୍ରୋର କହିବା ଅନୁଯାୟୀ ଜାନୁଆରୀ ତୃତୀୟ ସପ୍ତାହରେ ମହତ୍ତ୍ୱକାଂକ୍ଷୀ ଗଗନାୟନ ମିଶନ ପାଇଁ ରୁଷରେ ଅନ୍ତରୀକ୍ଷଯାତ୍ରୀଙ୍କୁ ପ୍ରଶିକ୍ଷଣ ଆରମ୍ଭ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.