Below header

ଫାଇଟର ଏମିତି ସ୍ଥାନକୁ ମାରିଲେ ଗୋଇଠା ଯେ ତଳେ ପଡି ଯନ୍ତ୍ରଣାରେ ଛଟପଟ ହୋଇ କାନ୍ଦିବାକୁ ଲାଗିଲେ ଖେଳାଳି, ଦେଖନ୍ତୁ ଭିଡିଓ

ଆମ ପୃଥିବୀରେ ଅନେକ ପ୍ରକାର ଖେଳ ରହିଛି ଯାହା ମଧ୍ୟରୁ କିଛି ଖେଳକୁ ଅନ୍ତଃରାଷ୍ଟ୍ରିୟ ସ୍ତରରେ ମଧ୍ୟ ଖେଳାଯାଇଥାଏ । ସେହିଭଳି ପୃଥିବୀର ସବୁଠାରୁ ଭୟଙ୍କର ଖେଳ ମଧ୍ୟରୁ ଏମଏମସ ଫାଇଟ ହେଉଛି ଅନ୍ୟତମ । ନିକଟରେ ଏହି ଖେଳର ଏକ ଭିଡିଓ ସେସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏହି ଭିଡିଓରେ ଜଣେ ଫାଇଟର ଅନ୍ୟ ଏକ ଫାଇଟରଙ୍କୁ ଅଜାଣତରେ ଏକ ଜୋରଦାର କିକ ମାରିଥିଲେ ଯାହା ଫଳରେ ଫାଇଟର ଜଣଙ୍କୁ ଏତେ କଷ୍ଟ ହୋଇଥିଲାଯେ ସେ ତଳେ ପଡି କାନ୍ଦିବାରେ ଲାଗିଥିଲେ ।


ଏହି ଭାଇରାଲ ଭିଡିଓରେ ଆପଣ ଦେଖୁଥିବା ଦୁଇ ଜଣ ଫାଇଟର ହେଉଛନ୍ତି Peter Stanonik ଏବଂ Raymond Daniels । ଏହି ଦୁଇଜଣଙ୍କ ମଧ୍ୟରେ ସେକେଣ୍ଡ ରାଉଣ୍ଡ ଫାଇଟ ଖେଳ ଚାଲିଥିବା ବେଳେ Raymond ଏକ ସୋଲିଡ କିକ ମାରିଥିଲେ ଯାହା ପିଟରଙ୍କର ଗୁପ୍ତାଙ୍ଗରେ ଲାଗିଥିଲା, ଏହାପରେ ସେ ତଳେ ପଡି ଅତି ବିକଳ ଭାବରେ କାନ୍ଦିବାକୁ ଲଗିଥିଲେ । ଆପଣ ଦେଖିପାରୁଥିବେ ଯେ ପୀଟରଙ୍କୁ ସେ ଗୋଟିଏ କିକର କଷ୍ଟ ଏତେ ହୋଇଛି ଯେ ସେ ତଳେ ପଡି ବାରମ୍ବାର ‘ଓ ମାଇ ଗଡ କହି’ ଭୂମିକୁ ବିଧା ମାରୁଛନ୍ତି । କିନ୍ତୁ ପ୍ରକୃତରେ Raymond ନିଜ ଅଜାଣତରେ ଏଭଳି ଭୟଙ୍କର କିକ ମାରିଛନ୍ତି ଓ ଏଥିପାଇଁ ସେ ପରେ ଅନୁତାପ ମଧ୍ୟ କରୁଛନ୍ତି । ସେ କହିଛନ୍ତି ଯେ ପିଟର ଖୁବ ଶୀଘ୍ର ଠିକ ହୋଇଯିବେ । ଏଭଳି ଦୁର୍ଘଟଣା ତାଙ୍କ ସହିତ ପ୍ରଥମ ଥର ପାଇଁ ହୋଇଛି ବୋଲି ମଧ୍ୟ Raymond କହିଛନ୍ତି । ତେବେ ଏହି ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଏହାକୁ ଅନେକ ଲୋକ ଦେଖୁଛନ୍ତି , ଏମିତିକି ଏହି କିକଟି ପୃଥିବୀର ସବୁଠାରୁ କଷ୍ଟକର କିକ ବୋଲି ମଧ୍ୟ ଲୋକେ କମେଣ୍ଟ ମାଧ୍ୟମରେ କହିଛନ୍ତି । ସତରେ peter ଙ୍କର ଏହିଭଳି ଅବସ୍ଥା ଦେଖି ତାଙ୍କୁ କେତେ ଯେ କଷ୍ଟ ହେଉଥିବ ତାହା ଅନୁଭବ କରି ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.