ଦୁର୍ଦ୍ଦିନରେ ଭାଙ୍ଗି ନ ପଡ଼ି ଉଦାହରଣ ପାଲଟିଲେ ଏହି ବ୍ୟକ୍ତି, ଘରେ ପଡିଥିବା ଅଦରକାରୀ ବସ୍ତୁରେ ତିଆରି କଲେ ସାଇକେଲ, ବିଦେଶରେ ଚର୍ଚ୍ଚା

କରୋନା ଭାଇରସ ଯୋଗୁ ହୋଇଥିବା ଲକଡାଉନ କାରଣରୁ ସବୁ କ୍ଷେତ୍ରରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ଏହି ସଙ୍କଟ କାଳରେ ଅନେକ ଲୋକଙ୍କ କାମଧନ୍ଦା ଠପ ହୋଇଯାଇଛି। ବ୍ୟବସାୟ, ବାଣିଜ୍ୟରେ କୋଟି କୋଟି ଟଙ୍କାର କ୍ଷତି ଘଟିଛି। ସମସ୍ତେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ରୋଜଗାର ହାତରୁ ଚାଲିଯିବା ଫଳରେ ଲୋକେ ହତାଶ ହୋଇପଡିଛନ୍ତି। କିନ୍ତୁ ତଥାପି କିଛି ଲୋକ ଭାଙ୍ଗିପଡି ନାହାନ୍ତି କି ନିଜ ମନୋବଳ ହରାଇ ନାହାନ୍ତି। କିଛି କରି ଦେଖାଇବାକୁ ନିଜ ଭିତରେ ସାମର୍ଥ୍ୟ ରଖିଛନ୍ତି।

s

ଚଣ୍ଡୀଗଡ଼ର ଜିରକପୁରରୁ ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଏଠାରେ ୪୦ ବର୍ଷୀୟ ଜଣେ ବଢ଼େଇ ଧନିରାମ ନିଜ ସାହସ, ଦୃଢ଼ ମନୋବଳ ଏବଂ ଦକ୍ଷତା ବଳରେ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଧନିରାମ କାଠ ଏବଂ ପ୍ଲାଇଉଡ ସାହାଯ୍ୟରେ ପରିବେଶକୁ ନଜରରେ ରଖି ଏକ ସାଇକେଲ ପ୍ରସ୍ତୁତ କରିଛନ୍ତି। ଏହି ସାଇକେଲକୁ ନେଇ ଏବେ କେବଳ ସହର ନୁହେଁ, ବରଂ ବିଦେଶରେ ମଧ୍ୟ ଚର୍ଚ୍ଚା ହେଉଛି।

ସୂଚନା ମୁତାବକ, ଲକଡାଉନ ଯୋଗୁ ଧନରାମଙ୍କ କାମ ମଧ୍ୟ ପ୍ରଭାବିତ ହୋଇଥିଲା, ଯେଉଁ କାରଣରୁ ସେ ଘରେ ହିଁ ରହିଥିଲେ। ଏଭଳି ସ୍ଥିତିରେ ସେ ଘରେ ପଡିଥିବା ପୁରୁଣା ସାଇକେଲର ପାର୍ଟସ ସବୁକୁ ନେଇ ଏକ ନୂତନ ଧରଣର ସାଇକେଲ ତିଆରି କରିଥିଲେ। ଏହାପୂର୍ବରୁ ଧନରାମ ଏକ କାଗଜରେ ପ୍ରଥମେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ଏବଂ ପରେ ଏକ କପି ବାହାର କରିଥିଲେ। ତା’ପରେ ସାଇକେଲର ପ୍ରତ୍ୟେକ ପାର୍ଟକୁ ଟିକିନିଖି ନିରୀକ୍ଷଣ କରିଥିଲେ।

k

ତାଙ୍କ ଦ୍ୱାରା ତିଆରି ହୋଇଥିବା ଏହି ସାଇକେଲ ଗୋଟିଏ ଦିନରେ ୨୫ କିମି ପର୍ଯ୍ୟନ୍ତ ଯାତ୍ରା କରିପାରିବ। ଏ ପର୍ଯ୍ୟନ୍ତ ସେ କିଛି ସାଇକେଲକୁ ବିକ୍ରି କରିଛନ୍ତି। ଏପରିକି, ବିଦେଶରୁ ମଧ୍ୟ ତାଙ୍କ ପାଖକୁ ବହୁତ ଅର୍ଡର ଆସୁଛି ବୋଲି ଧନରାମ କହିଛନ୍ତି। ସେପଟେ ତାଙ୍କର ଏହି ନିଆରା ସାଇକେଲକୁ ନେଇ ଇଣ୍ଟରନେଟରେ ମଧ୍ୟ ଚର୍ଚ୍ଚା ହେଉଛି। ଲୋକେ ତାଙ୍କ ଦକ୍ଷତାକୁ ପ୍ରଶଂସା କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.