ମୋବାଇଲ୍‌କୁ ରାତିରେ ଏମିତି ରଖିବା ଦ୍ୱାରା ବେଡ୍‌ରୁମ୍‌ ଲାଇଫ୍‌ ହେଉଛି ଖରାପ, କମୁଛି ଯୌନ କ୍ଷମତା

ଅତ୍ୟଧିକ ସ୍ମାର୍ଟଫୋନ୍‌ ବ୍ୟବହାର କରିବା ଦ୍ୱାରା କେବଳ ମନ ନୁହେଁ ଶରୀର ମଧ୍ୟ ପ୍ରଭାବିତ ହୋଇଥାଏ। ଏବେ ଏହାର ପ୍ରଭାବ ଯୌନ ସମ୍ପର୍କ ଉପରେ ମଧ୍ୟ ପଡ଼ୁଥିବା ଦେଖିବାକୁ ମିଳୁଛି। ନିକଟରେ ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ, ବର୍ତ୍ତମାନ ଅଧିକାଂଶ ଲୋକଙ୍କ ଶାରୀରିକ ସମ୍ପର୍କ ମୋବାଇଲ୍‌ ଯୋଗୁ ପ୍ରଭାବିତ ହେଉଛି।

ମୋରୋକ୍କୋ ଓ୍ଵାର୍ଲ୍ଡ ନ୍ୟୁଜ୍‌ ତରଫରୁ ଜାରି କରାଯାଇଥିବା ରିପୋର୍ଟ ଅନୁସାରେ, ୬୦୦ଜଣ ଲୋକଙ୍କୁ ନେଇ କରାଯାଇଥିବା ଏହି ସର୍ଭେରେ ୬୦ ପ୍ରତିଶତ ଲୋକ ସ୍ୱୀକାର କରିଥିଲେ ଯେ ସେମାନଙ୍କ ବେଡ୍‌ରୁୁମ୍‌ ଲାଇଫ୍‌ ନଷ୍ଟ ହେବା ପଛରେ ମୋବାଇଲ୍‌ର ମୁଖ୍ୟ ଭୂମିକା ରହିଛି। ସେଥିମଧ୍ୟରୁ ୯୨ ପ୍ରତିଶତ ଲୋକ ରାତିରେ ଅଧିକ ମୋବାଇଲ ବ୍ୟବହାର କରୁଥିବା କହିଥିଲେ। କେବଳ ୧୮ ପ୍ରତିଶତ ଲୋକ ବେଡ୍‌ରୁମ୍‌ରେ ମୋବାଇଲ୍‌କୁ ଅଫ୍‌ କରି କିମ୍ବା ଫ୍ଲାଇଟ୍‌ ମୋଡ୍‌ରେ ରଖୁଥିବା କହିଥିଲେ।

ଅଧ୍ୟୟନରୁ ଜଣାଯାଇଛି ଯେ ସ୍ମାର୍ଟଫୋନ୍‌ ଦ୍ୱାରା ୨୦ରୁ ୪୫ ବର୍ଷର ଲୋକ ଅଧିକ ପ୍ରଭାବିତ ହୋଇଥାନ୍ତି। ଏମାନଙ୍କ ମଧ୍ୟରୁ ୬୦ ପ୍ରତିଶତଙ୍କ ଯୌନ କ୍ଷମତା ଫୋନ୍‌ ଯୋଗୁ ପ୍ରଭାବିତ ହୋଇଛି। ସର୍ଭେରେ ଅଂଶଗ୍ରହଣ କରିଥିବା ଏକ-ତୃତୀୟାଂଶ ବ୍ୟକ୍ତି କହିଥିଲେ ଯେ ଇନ୍‌କମିଂ କଲ୍‌ ଉଠାଇବାକୁ ବାଧ୍ୟ ହୋଇଥିବାରୁ ମଧ୍ୟ ସେମାନଙ୍କ ଶାରୀରିକ ସମ୍ପର୍କରେ ବାଧା ସୃଷ୍ଟି ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.