ଝରକା ବନ୍ଦ କରି ମାଙ୍କଡ଼କୁ ଚିଡ଼ାଉଥିଲେ ଯୁବକ, ଏମିତି ପ୍ରତିଶୋଧ ନେଲା ସେ; କୋଟିଏରୁ ଊର୍ଦ୍ଧ୍ୱ ଥର ଦେଖାଯାଇଛି ଏହି ଭିଡିଓ

ଟିକ୍‌ଟକ୍‌ରେ ପ୍ରାୟତଃ କିଛି ଏଭଳି ଭିଡିଓ ଭାଇରାଲ ହୋଇଥାଏ ଯାହାକୁ ଦେଖିଲେ ଆପଣ ହସି ହସି ଗଡ଼ିଯିବେ। ଏବେ ମଧ୍ୟ ସେହିଭଳି ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଆପଣ ଅନେକ ଥର ମାଙ୍କଡ଼ ଲୋକଙ୍କୁ ହଇରାଣ କରୁଥିବା ଦେଖିଥିବେ। କିନ୍ତୁ ଏଠାରେ ଜଣେ ବ୍ୟକ୍ତି ଏକ ମାଙ୍କଡ଼କୁ ବିରକ୍ତ କରିଦେଇଥିବା ଦେଖାଯାଇଛି। ତେବେ ସବୁଠୁ ମଜା କଥା ହେଉଛି ମାଙ୍କଡ଼ ବି ବ୍ୟକ୍ତିଙ୍କ ଠାରୁ ପ୍ରତିଶୋଧ ନେଇଛି। ଦେଖନ୍ତୁ ମାଙ୍କଡ଼କୁ ହଇରାଣ କରିବା କେମିତି ବ୍ୟକ୍ତିଙ୍କୁ ଭାରି ପଡ଼ିଛି।

ଦେଖନ୍ତୁ ଭିଡିଓ:

@amarthakur9645♬ can’t stop laughing – Unknown

ଭିଡିଓରେ ଦେଖାଯାଇଛି ଯେ ଜଣେ ବ୍ୟକ୍ତି ମାଙ୍କଡ଼କୁ ଦେଖି ଝରକା ବନ୍ଦ କରିଦେଉଛନ୍ତି। ମାଙ୍କଡ଼ଟି ଭିତରକୁ ଆସିବାକୁ ଝରକା ପାଖରେ ବସୁଛି। କିନ୍ତୁ ବ୍ୟକ୍ତି ଜଣକ ଘର ଭିତରେ ଥାଇ ତାକୁ ଚିଡ଼ାଇବାକୁ ଚେଷ୍ଟା କରୁଛନ୍ତି। ସେ ମାଙ୍କଡ଼କୁ ଜିଭ ଦେଖାଇ ଖତେଇ ହେଉଛନ୍ତି। ତା ପରେ ମାଙ୍କଡ଼ ଝରକା ଉପରେ ବସି ବ୍ୟକ୍ତିଙ୍କୁ କାମୁଡ଼ିବାକୁ ଉଦ୍ୟତ ହେଉଥିବା ଦେଖାଯାଇଛି। ଏହି ମଜାଳିଆ ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି।

Monkey tries to attack man when he teases him see tiktok viral ...

ଭିଡିଓଟିକୁ ଏବେ ପର୍ଯ୍ୟନ୍ତ ୧୧ ମିଲିୟନ୍‌ ଥର ଦେଖା ସରିଲାଣି। ଏଥିସହ ୬ ଲକ୍ଷରୁ ଅଧିକ ଲାଇକ ଓ ୨ ହଜାରରୁ ଊର୍ଦ୍ଧ୍ୱ କମେଣ୍ଟ ମିଳିଛି। ଲୋକମାନେ ମାଙ୍କଡ଼ର ରିଆକ୍ସନ୍‌କୁ ବେଶ୍‌ ପସନ୍ଦ କରିଛନ୍ତି। ଜଣେ ୟୁଜର କମେଣ୍ଟରେ ଲେଖିଛନ୍ତି ଭଲ ହେଲା ଝରକା ବନ୍ଦ ଥିଲା। ନହେଲେ ଆଜି ବ୍ୟକ୍ତିଙ୍କ ଅବସ୍ଥା ଶୋଚନୀୟ ହୋଇଥାନ୍ତି। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି ବହୁତ ଫନି ଭିଡିଓ, ଦେଖିକି ମଜା ଆସିଗଲା।

You might also like