ଆଉ ନାହାନ୍ତି ଶ୍ରୀ ଗଣେଶ ସିରିଏଲରେ ମୁଖ୍ୟ ଭୂମିକା ନିଭେଇଥିବା ଜାଗେସ ମୁକାନି, ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଛାୟା

ଚଳିତ ବର୍ଷ ଉଭୟ ବଲିଉଡ ଓ ଟିଭି ସିରିଏଲ ଜଗତ ପାଇଁ ଅଶୁଭ କହିଲେ ଚଳେ । ଏହି ବର୍ଷ ଅନେକ ବର୍ଷିୟାନ ଅଭିନେତା ମାନେ ଇହଧାମ ତ୍ୟାଗ କରି ସାରିଲେଣି । ଏବେ ଇଣ୍ଡଷ୍ଟ୍ରିର ଆଉ ଜଣେ ତାରକାଙ୍କ ନିଧନ ହୋଇଥିବା ଜଣାଯାଇଛି । ଅମିତା କା ଅମିତ ଓ ଶ୍ରୀଗଣେଶ ପରି ସିରିଏଲରେ ମୁଖ୍ୟ ଭୂମିକା ନିଭେଇଥିବା ଅଭିନେତା ଯାଗେସ ମୁକାତି ଆଉ ନାହାନ୍ତି । “ତାରକ ମେହେଟା କା ଉଲ୍ଟା ଚଷମା”ରେ ଡାକ୍ତର ହାତୀଙ୍କ ପତ୍ନୀ ଭୂମିକା ନିଭେଇଥିବା ଅଭେନେତ୍ରୀ ଅମ୍ବିକା ରଞ୍ଜନକର ହିଁ ପ୍ରଥମେ ଏବାବଦରେ ସୂଚନା ଦେଇଛନ୍ତି । ନିଜ ଶ୍ରଦ୍ଧାଞ୍ଜଳି ବାର୍ତ୍ତାରେ ଅମ୍ବିକା ଲେଖିଛନ୍ତିକି, “ଜାଗେସ ତୁମେ ଖୁବ ଦୟାଳୁ ଓ ସାହାଯ୍ୟକାରୀ ଥିଲା । ସେଥିପାଇଁ ହୁଏତ ଭଗବାନ ତମକୁ ଶୀଘ୍ର ତାଙ୍କ ପାଖକୁ ନେଇଗଲେ । ହେ ଭଗବାନ ଏହି ଅମର ଆତ୍ମାଙ୍କୁ ସଦଗତି ପ୍ରଦାନ କରନ୍ତୁ । ଓଁ ଶାନ୍ତି ।”

jagesh

ମିଳିଥିବା ସୂଚନା ଅନୁଯାୟୀ, ଅଭିନେତା ଯାଗେସ ଆଜ୍ମା ରୋଗରେ ପୀଡିତ ଥିଲେ । ତିନି ଚାରି ଦିନ ପୂର୍ବରୁ ତାଙ୍କୁ ଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେବେଠାରୁ ହିଁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ତାଙ୍କ ନିଧନରେ ସିନେମା ଓ ଟିଭି ଜଗତରେ ଏକ ପ୍ରକାର ଶୋକ ଛାଇ ଯାଇଛି । ତାଙ୍କ ଫ୍ୟାନ୍ସ ମାନେ ବି ସୋସିଆଲ ମିଡ଼ିଆର ମାନଙ୍କରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ବାର୍ତ୍ତା ଦେଉଛନ୍ତି । ଜାରି ରହିଥିବା କରୋନା କଟକଣା କାରଣରୁ ଜୁନ ୧୦ ତାରିଖରେ ପରିବାର ଲୋକଙ୍କ ତରଫରୁ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ବିଭିନ୍ନ ହିନ୍ଦୀ ତଥା ଗୁଜୁରାତି ଟିଭି ଶୋ ଓ ନାଟକ ବ୍ୟତୀତ ଜାଗେଶ ମୁକତି ଗୋଟିଏ ରୁ ଦୁଇଟି ସିନେମାରେ ବି କାମ କରିଛନ୍ତି ।

jagesh

ପରିଣୀତି ଚୋପ୍ରା ଓ  ସିଧ୍ହାର୍ଥ ମଲହୋତ୍ରାଙ୍କ ସହ “ହଂସୀ ତୋ ଫସୀ” ସିନେମାରେ ବି କାମ କରିଛନ୍ତି । ବର୍ଷର ଏବେ ୬ଷ୍ଠ ମାସ ଚାଲିଥିବା ବେଳେ ଗୋଟିଏ ପରେ ଗୋଟିଏ ଦୁଖଦ ଖବର ସାମ୍ନାକୁ ଆସିବାରେ ଲାଗିଛି । ଏହି ନିକଟରେ ହିଁ କନ୍ନଡ ଅଭିନେତା ଚିରଞ୍ଜିବି ଶର୍ଯ୍ୟ ମାତ୍ର ୩୯ ବର୍ଷ ବୟସରେ ବି ଇହଧାମ ତ୍ୟାଗ କରିଛନ୍ତି । ଏହା ପୂର୍ବରୁ ଇରଫାନ ଖାଁ, ରୁଷି କପୁରଙ୍କ ପରି ଦିଗ୍ଗଜ ଅଭିନେତା ତଥା ସଂଗୀତ କାର ବାଯିଦ ଖାଁନ ଓ ମନପ୍ରୀତ ଗ୍ରୋବଲ ଇହ ଧାମ ତ୍ୟାଗ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.