Below header

ପୃଥିବୀର ନିକଟତର ହେବ ଚନ୍ଦ୍ରମା, ଆସନ୍ତା ଏପ୍ରିଲ ୮ରେ ଭାରତରେ ଦେଖାଯିବ ସୁପର ପିଙ୍କ ମୁନ 

ପୁଣିଥରେ ସୁପର ମୁନ ଦେଖିବାର ସୁଯୋଗ ପାଖେଇ ଆସୁଛି। ଏଥର ସୁପର ମୁନ ଆସନ୍ତା ଏପ୍ରିଲ ୮ ତାରିଖରେ ଅପରାହ୍ନ ୨.୩୫ ମିନିଟ ଜିଏମଟି (ଭାରତୀୟ ସମୟ ଅନୁସାରେ ସକାଳ ୮.୦୫ ମିନିଟ)ରେ ନଜର ଆସିବ। ଆଉଚନା ମୁତାବକ ଏହା ବର୍ଷର ସବୁଠାରୁ ଚମକଦାର ଏବଂ ବଡ଼ ଚନ୍ଦ୍ର। ଏହାକୁ ଗୋଲାପୀ ଚନ୍ଦ୍ରମା ବା ପିଙ୍କ ମୁନ କୁହାଯାଏ। ଏହା ପୂର୍ଣ୍ଣିମା ଭଳି ଦିନରେ ଦେଖାଯାଉଥିବାରୁ ଏହାକୁ ସୁପର ମୁନ କୁହାଯାଇଥାଏ।

ଜାଣନ୍ତୁ ସୁପର ମୁନ କଣ?

ଚନ୍ଦ୍ରମା ଯେତେବେଳେ ପୃଥିବୀର କକ୍ଷ ନିକଟକୁ ଆସିଥାଏ, ସେହି ସମୟରେ ତାହାର ଆକାର ବଢିବା ସହ ଚମକଦାର ମଧ୍ୟ ଦେଖାଯାଇଥାଏ। ଚଳିତ ମାସରେ ସୁପର ମୁନ ପୃଥିବୀ ଠାରୁ ପାଖାପାଖି ୩୫୬, ୦୦୦ କି.ମି ଦୂରରେ ଦେଖାଯିବାର ସୂଚନା ରହିଛି।

moon

Super Moon ଏକ ରହସ୍ୟମୟ ଘଟଣା, ଯେତେବେଳେ ଚନ୍ଦ୍ରମା ପୃଥିବୀର ନିକଟତର ହୋଇଥାନ୍ତି ସେହି ସମୟରେ ଏହା ଦେଖାଯାଇଥାଏ। ସୂଚନା ମୁତାବକ ଚଳିତ ବର୍ଷ ଜାନୁଆରୀରେ ଦେଖାଯାଇଥିବା ସୁପର ମୁନକୁ Wolf Moon କୁହାଯାଇଥିଲା। ସେହିଭଳି ଫ୍ରେବୃଆରୀରେ ଏହାକୁ Snow Moon ଏବଂ ମାର୍ଚ୍ଚରେ Worm Moon ନାମ ଦିଆଯାଇଥିଲା। ବର୍ତ୍ତମାନ ଏପ୍ରିଲରେ ଦେଖାଯିବାକୁ ଥିବା ଏହି ସୁପର ମୁନକୁ ପିଙ୍କ ମୁନ ନାମ ଦିଆଯାଇଛି।

ମେ ମାସରେ ଦେଖାଯିବାକୁ ଥିବା ସୁପର ମୁନକୁ Flower Moon, ଜୁନରେ Strawberry Moon ଏବଂ ଜୁଲାଇରେ ଦେଖାଯିବାକୁ ଥିବା ସୁପର ମୁନକୁ Buck Moon ନାମ ଦିଆଯାଇଛି। ସେହିଭଳି ଅଗଷ୍ଟରେ ଏହାକୁ Sturgeon Moon, ସେପ୍ଟେମ୍ବରରେ Corn Moon, ଅକ୍ଟୋବରରେ Hunter’s Moon, ନଭେମ୍ବରରେ Beaver Moon ଏବଂ ଡିସେମ୍ବରରେ ସୁପର ମୁନକୁ Cold Moon ନାମ ଦିଆଯାଇଛି।

pink

ଜାଣନ୍ତୁ ସୁପର ପିଙ୍କ ମୁନ ନାମ ରଖାଯାଇଛି କିପରି:

ସୁପର ପିଙ୍କ ମୁନ ଦିନର ଆଲୋକରେ ଦେଖାଯିବ ନାହିଁ କିନ୍ତୁ (You Tube) ଚ୍ୟାନେଲ Slooh ଏହି ସୁପରମୁନ ଘଟଣାର ସିଧାପ୍ରସାରଣ କରିବା। ଏହାର ନାମ ନର୍ଥ ଆମେରିକାରେ ବସନ୍ତ ଋତୁରେ ଖେଳୁଥିବା ଗୋଲାପୀ ଫୁଲ Phlox Subulata ନାମ ଅନୁସାରେ ରଖାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.