ଦୁଲର୍ଭ ପୋକ, ଯାହା ବ୍ୟକ୍ତିକୁ ରାତାରାତି କରିପାରେ କୋଟିପତି

ଅନେକ ଲୋକ ଘରେ ପୋଷା ଜୀବଜନ୍ତୁ ପାଳିବାର ସଉକ ରଖିଥାନ୍ତି। କୁକୁର, ବିଲେର, ଠେକୁଆ, ଶୁଆ ଇତ୍ୟାଦିଙ୍କୁ ଘରେ ପାଳନ୍ତି। ଏହାଛଡା ଏମିତି କିଛି ଜୀବଜନ୍ତୁ ରହିଥାନ୍ତି, ଯାହାକୁ ଲୋକେ ଲକ୍ଷାଧିକ ଟଙ୍କା ଦେଇ କିଣନ୍ତି। ହୁଏତ ଆପଣଙ୍କର ବିଶ୍ୱାସ ହେଉନଥାଇ ପାରେ କିନ୍ତୁ ଏପରି ଏକ ପୋକ ରହିଛି, ଯାହାର ଦାମ୍‌ ଲକ୍ଷ ନୁହେଁ କୋଟି କୋଟି ଟଙ୍କା ରହିଛି। ଅର୍ଥାତ୍‌ ଯଦି ଆପଣଙ୍କୁ ଏହି ପୋକ ମିଳିଯାଏ, ତେବେ ଆପଣ ଘରେ ବସି ବସି କୋଟିପତି ହୋଇପାରନ୍ତି।

ଇଣ୍ଡିଆ ଟାଇମ୍ସ ଡଟ୍‌ କମ୍‌ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଏହି ପୋକର ଦାମ୍‌ କୌଣସି ମହଙ୍ଗା କାର୍‌ ଠାରୁ ମଧ୍ୟ କମ୍‌ ନୁହେଁ। ଷ୍ଟାଗ୍‌ ବିଟଲ୍‌ ନାମକ ଏହି ପୋକ ଦୁନିଆର ସବୁଠାରୁ ଦୁଲର୍ଭ ପ୍ରଜାତିର ଜୀବ। ଯାହାର ଆକାର ମାତ୍ର ୨ରୁ ୩ ଇଞ୍ଚ ହୋଇଥାଏ। ଷ୍ଟାଗ୍‌ ବିଟଲ୍‌ ଦୁନିଆର ସବୁଠାରୁ ଅଦ୍ଭୁତ ଓ ଦୁଲର୍ଭ ପ୍ରଜାତିର।

ଦୁନିଆର ବହୁତ କମ୍‌ ଲୋକ ଏହି ଅଜୀବ ପୋକୁ ପାଳନ୍ତି। ପୋକର ଦାମ୍‌ ଶୁଣିଲେ ଏହାକୁ କିଏ ବି ପାଳିବାକୁ ମନ କରିବ। ଷ୍ଟାଗ୍‌ ବିଟଲ ଏପରି ଏକ ପୋକ ଯାହା ୨/୩ ଇଞ୍ଚରୁ ଆରମ୍ଭ କରି ୮ ସେଣ୍ଟିମିଟର ମଧ୍ୟ ବଢିପାରେ। ଏହା ଦୁନିଆର ସବୁଠାରୁ ବଡ ପୋକ। ଏହାକୁ କିଣିବାକୁ ଲୋକେ କୋଟି କୋଟି ଟଙ୍କା ଦେବାକୁ ମଧ୍ୟ ରାଜି। କାରଣ ଏହି ପୋକରୁ ଅନେକ ପ୍ରକାର ରୋଗର ଔଷଧ ତିଆରି କରାଯାଏ।

ଅଧିକାଂଶ ଷ୍ଟାଗ୍‌ ବିଟଲ ବଡ ହେବା ପରେ ମାତ୍ର କିଛି ସପ୍ତାହ ପର୍ଯ୍ୟନ୍ତ ଜୀବିତ ରହିପାରନ୍ତି। ଥଣ୍ଡା ଆସିଲେ ଅନେକ ପୋକ ମରିଯାଆନ୍ତି। ଷ୍ଟାଗ୍‌ ବିଟଲର ଜୀବନଚକ୍ର ବହୁତ ବଡ ହୋଇଥାଏ। ଯାହା ଅଣ୍ଡାରୁ ବାହାରି ବୟସ୍କ ହେବା ପର୍ଯ୍ୟନ୍ତ ୭ ବର୍ଷ ସମୟ ଲାଗିଥାଏ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.