ସାବଧାନ ! ଆପଣଙ୍କ ଘରେ ନାହାନ୍ତି ତ ଏହି ପୋକ, ଆପଣଙ୍କ ଜୀବନକୁ ହୋଇପାରେ ବିପଦ

ଭଗବାନଙ୍କ ସର୍ବଶ୍ରେଷ୍ଠ ସୃଷ୍ଟି ମନୁଷ୍ୟ। କିନ୍ତୁ ମଣିଷକୁ ଛାଡିଦେଲେ ଭଗବାନ ଅନ୍ୟ କେତେକ ଜୀବଜନ୍ତୁ, ପଶୁପକ୍ଷୀଙ୍କର ମଧ୍ୟ ସୃଷ୍ଟି କରିଛନ୍ତି। ମଣିଷ ତ ଜାଣିଶୁଣି ଅନ୍ୟକୁ କଷ୍ଟ ଦେବାରେ ଲାଗିଥାଏ କିନ୍ତୁ ଏପରି କିଛି ଜୀବ ଅଛନ୍ତି ଯାହା ଆପଣଙ୍କ ଜୀବନକୁ ବିପଦରେ ମଧ୍ୟ ପକାଇଥାନ୍ତି। ଏପରି ସ୍ଥଳେ ଆପଣଙ୍କ ମନରେ ବାଘ, ଭାଲୁ, ସିଂ, କୁମ୍ଭୀର ଭଳି ଜୀବଙ୍କ ଧାରଣା ଆସୁଥିବ ନିଶ୍ଚିତ। କିନ୍ତୁ ଏଠାରେ ଆମେ କୌଣସି ଜୀବ ନୁହେଁ, କୀଟ ବିଷୟରେ କହୁଛୁ, ଯାହା ଆପଣଙ୍କ ଅଜାଣତରେ ଜୀବନ ପ୍ରତି ବିପଦ ପକାଇଥାନ୍ତି। ଏହି କୀଟ କାମୁଡିବା ଦ୍ୱାରା ଆପଣ ମୃତ୍ୟୁମୁଖରେ ପଡିପାରନ୍ତି।

ବ୍ରାଉନ ରେକୁଲସ ସ୍ପାଇଡର:

ଆପଣମାନେ ତ ବୁଢିଆଣୀ ନିଶ୍ଚିତ ଦେଖିଥିବେ, କିନ୍ତୁ ଏହା ଆମ ପାଇଁ କୌଣସି ବିପଦ ଆଣିନଥାନ୍ତି। କିନ୍ତୁ ବ୍ରାଉନ ରେକୁଲସ ବୁଢିଆଣୀ ବହୁତ ବିଷାକ୍ତ ହୋଇଥାନ୍ତି। ଏହି ବୁଢିଆଣୀ କାମୁଡିବା ଦ୍ୱାରା ବ୍ୟକ୍ତି ୩୦ ଦିନ ପର୍ଯ୍ୟନ୍ତ ଠିକ୍‌ ଭାବେ ଚଲାବୁଲା କରିପାରେ ନାହିଁ। ଏହା ମୁହଁରୁ ନିକରୋଟିକ ନାମକ ବିଷାକ୍ତ ପଦାର୍ଥ ବାହାରିଥାଏ।

1

ବୋଟ ଫ୍ଲାଇ:

ଏହି କୀଟ ସବୁଠୁ ବିଷାକ୍ତ ଜୀବ। ଏହି ମାଛି ଶରୀରରେ ଛୋଟ ଛୋଟ କଣା କରି ପଶିଯାଆନ୍ତି। ଶରୀରରୁ ଏମାନେ ମାଂସ ଖାଇ ଏହା ମଧ୍ୟରେ ଦୁଇ ମାସ ପର୍ଯ୍ୟନ୍ତ ମଣିଷ ଶରୀରରେ ରହିଥାଏ।

ବ୍ଲାକ ଓ୍ଵିଡୋ ସ୍ପାଇଡର:

ବ୍ଲାକଓ୍ଵିଡୋ ସ୍ପାଇଡର ମଧ୍ୟ ବେଶ କ୍ଷତିକାରକ। ଏହାଯୋଗୁଁ ମଣିଷ ମୃତ୍ୟୁମୁଖରେ ପଡିଥାଏ। ଏହା କାମୁଡିବା ଦ୍ୱାରା ଭୀଷଣ ଯନ୍ତ୍ରଣା ହୋଇଥାଏ।

ବୁଲେଟ ଆଣ୍ଟ:

3

ଆପଣମାନେ ଅନେକ ପ୍ରକାର ପିମ୍ପୁଡି ନିଶ୍ଚିତ ଭାବେ ଦେଖିଥିବେ। କିନ୍ତୁ ଏପରି ଏକ ପିମ୍ପୁଡି ରହିଛି, ଯାହାର ନାମ ବୁଲେଟ ଆଣ୍ଟ ରହିଛି। ସାଧାରଣ ପିମ୍ପୁଡି ତୁଳନାରେ ଏହି ପିମ୍ପୁଡି କାମୁଡିଲେ ଅତ୍ୟଧିକ ଯନ୍ତ୍ରଣା ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.