କଡକନାଥ କୁକୁଡା ଚାଷ କରିବେ ମହେନ୍ଦ୍ର ସିଂହ ଧୋନି, ମାହିଙ୍କ ଭଳି ଆପଣ ବି କରିପାରିବେ ଏହି ବିଜନେସ୍‌ ଜାଣନ୍ତୁ କେମିତି

ଆଇପିଏଲ ପରେ ଏବେ ପୁଣି ଚର୍ଚ୍ଚାରେ କ୍ୟାପଟେନ କୁଲ ମହେନ୍ଦ୍ର ସିଂହ ଧୋନି। କ୍ରିକେଟ ଜଗତର ସଫଳତମ କ୍ୟାପଟେନ ମାହି ମଇଦାନରେ ଯେତିକି ଲୋକପ୍ରିୟ ବ୍ୟକ୍ତିଗତ ଜୀବନରେ ବି ସେତିକି ଲୋକପ୍ରିୟ। ତେବେ ଆପଣମାନେ ଜାଣିଥିବେ ଯେ କିଛି ଦିନ ତଳେ ଧୋନି ଅର୍ଗାନିକ ଚାଷ କରିବା ନେଇ ଘୋଷଣା କରିଥିଲେ। ଆଉ ଏବେ ସେ କଡକନାଥ କୁକୁଡା ପାଳନ କରିବା ନେଇ ଚର୍ଚ୍ଚା ଜୋର ଧରିଛି।

CSKର ଅଧିନାୟକ ତଥା ଇଣ୍ଡିଆନ କ୍ରିକେଟ ଟିମର ପୂର୍ବ ଅଧିନାୟକ ଧୋନି ବହୁତ ଜଲଦି କଡକନାଥ କୁକୁଡା ପାଳନ କରିବା ଆରମ୍ଭ କରିବାକୁ ଯାଉଛନ୍ତି। କଡକନାଥ କୁକୁଡା ବହୁତ ମହଙ୍ଗା। ତାର କେବଳ ମାଂସ ନୁହେଁ ଅଣ୍ଡା ବି ବହୁତ ଦାମୀ। ଏଥିପାଇଁ ସେ ୨୦୦୦ଟି ଚିଆଁକୁ ବି ଅର୍ଡର ଦେଇଛନ୍ତି।

kukudaକଡକନାଥ କୁକୁଡା ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଆଇଏସ ଥୋମାରଙ୍କ କହିବା ଅନୁସାରେ, ଧୋନି ତାଙ୍କ ବନ୍ଧୁଙ୍କ ଜରିଆରେ ଯୋଗାଯୋଗ କରିଛନ୍ତି। କିନ୍ତୁ ବର୍ତ୍ତମାନ ଏତେ ସଂଖ୍ୟକ ଚିଆଁ ଯୋଗାଇବା ସମ୍ଭବ ନୁହେଁ। ଏଥିପାଇଁ ତାଙ୍କୁ ଥାଣ୍ଡଲା ଚାଷୀଙ୍କ ସହ ଯୋଗାଯୋଗ କରିବାକୁ କୁହାଯାଇଛି। ଯଦି ଆପଣ ମଧ୍ୟ ଏହି କୁକଡା ଫାର୍ମିଙ୍ଗ କରିବାକୁ ଚାହୁଁଛନ୍ତି ତାହେଲେ କରିପାରିବେ ଏବଂ ଲାଭବାନ ମଧ୍ୟ ହୋଇପାରିବେ।

ଖାଇବାକୁ ବହୁତ ସ୍ୱାଦିଷ୍ଟ କଡକନାଥ କୁକୁଡା

କଡକନାଥ କୁକୁଡାର ଅଣ୍ଡାରେ ପ୍ରୋଟୀନ ଭରପୂର ମାତ୍ରାରେ ରହିଥାଏ। କମ୍‌ କୋଲେଷ୍ଟ୍ରଲ ହେବା କାରଣରୁ ହାର୍ଟ ପେସେଣ୍ଟ ମଧ୍ୟ ବଡ ଆରାମାରେ ଏହାକୁ ଖାଇପାରିବେ। କଡକନାଥ କୁକୁଡାର ଅଣ୍ଡା ସମେତ ଏହାର ମାଂସରେ ମଧ୍ୟ ବହୁତ ପ୍ରକାର ଔଷଧୀୟ ଗୁଣ ରହିଛି। ଫ୍ୟାଟ କମ୍‌ ହେବା କାରଣରୁ ହାର୍ଟ ଏବଂ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହି ଚିକେନ ବହୁତ ଲାଭଦାୟକ ହୋଇଥାଏ।

kadakaକଡକନାଥ କୁକୁଡାର ଦାମ

ଗୋଟିଏ କୁକୁଡାର ଦାମ ବର୍ତ୍ତମାନ ବଜାରରେ ୩ ରୁ ୪ ହଜାର ଟଙ୍କା। କଡକନାଥର ଡିମାଣ୍ଡ ବହୁତ ଅଧିକ ଏବଂ ସପ୍ଲାଏ କମ୍‌ ହେବା କାରଣରୁ ଅଣ୍ଡା ଏବଂ ମାଂସର କୌଣସି ନିର୍ଦ୍ଧିଷ୍ଟ ଦାମ ନାହିଁ।

ଏକ ହଜାର କୁକୁଡା ପାଇଁ ଦରକାର ୧୫୦୦ ଫୁଟ ଜାଗା

ଯଦି ଆପଣ ୧୦୦ କଳା ରଙ୍ଗର କଡକନାଥ କୁକୁଡା ବ୍ୟବସାୟ କରିବାକୁ ଚାହୁଁଛନ୍ତି ତାହେଲେ ୧୧୫୦୦ ବର୍ଗ ଫୁଟର ଜାଗା ଆପଣଙ୍କୁ ଦରକାର ପଡିବ। ଏହି କୁକୁଡା ଫାର୍ମ କରିବାକୁ ହେଲେ ଗାଁ କିମ୍ବ ସହର ଠାରୁ ମେନରୋଡରୁ ଦୂରରେ ଥିବ। ଯେଉଁଠି ପାଣି କିମ୍ବା ବିଜୁଳିା ପର୍ଯ୍ୟାପ୍ତବ୍ୟବସ୍ଥା ହୋଇଥିବା ଆବଶ୍ୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.