ବାଲେଶ୍ୱର ରୂପଖଣ୍ଡ ଗାଁର ଏକ ନାଳ ଭିତରୁ ୫ ଫୁଟର ଏକ କୁମ୍ଭୀର ଉଦ୍ଧାର

ବାଲେଶ୍ୱର : ମାଛ ଜାଲରେ ପଡିଲା କୁମ୍ଭୀର। ବାଲେଶ୍ୱର ବାହାନଗା ବ୍ଲକ ରୂପଖଣ୍ଡ ଗାଁରେ ଥିବା ଏକ ନାଳରୁ କୁମ୍ଭୀରଟିକୁ ଉଦ୍ଧାର କରାଯାଇଛି। ଆରୁହାବାଡ ଗାଁର କିଛି ମତ୍ସ୍ୟଜୀବୀ ମାଛ ମାରିବାକୁ ଯାଇଥିବାବେଳେ ଜାଲରେ କୁମ୍ଭୀରଟି ପଡିଥିଲା।

ଏହାର ଲମ୍ବ ପ୍ରାୟ ୫ ଫୁଟ ହେବ। ଏତେବଡ଼ କୁମ୍ଭାରକୁ ଦେଖି ଗାଁ ଲୋକେ ବନବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ କର୍ମଚାରୀ ପହଞ୍ଚି ଜାଲ ଭିତରୁ କୁମ୍ଭୀରକୁ ଉଦ୍ଧାର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.