ମୁସଲମାନ୍‌ ଝିଅ ମୁହଁରେ ବେଦମନ୍ତ୍ର, ମହାମୃତ୍ୟୁଞ୍ଜୟ ମନ୍ତ୍ରଠୁ ଆରମ୍ଭ କରି ଗଣେଶ ବନ୍ଦନା ସବୁ ମୁଖସ୍ଥ

ଜଳେଶ୍ୱର (କେ.ନ୍ୟୁଜ): ମୁସଲମାନ୍‌ ଝିଅ ମୁହଁରେ ବେଦମନ୍ତ୍ର। ବୋଲୁଛନ୍ତି ଭକ୍ତ ସାଲବେଗଙ୍କ ଭଳି ଭଜନ । ମହା ମୃତ୍ୟୁଞ୍ଜୟ ମନ୍ତ୍ରଠୁ ଆରମ୍ଭ କରି ଗଣେଶ ବନ୍ଦନା ହେଉ କି ଗୁରୁ ବନ୍ଦନା ସବୁ ତାଙ୍କ ମୁହଁରେ । ଝିଅଟିର ନାଁ ମାମୁନି ଖାତୁନ। ମାମୁନିଙ୍କ ଘର ବାଲେଶ୍ଵର ବାଲିଆପାଳ ବ୍ଲକ ସୂନାରୁଇ ଗାଁର । ସେ ଜଣେ ମୁସଲିମ୍‌ ପରିବାରର ଝିଅ । ଧର୍ମ ଅଲଗା ହେଲେ ବି ବିଭିନ୍ନ ମନ୍ତ୍ର ଓ ଭଜନରେ ପାରଙ୍ଗମ ସେ । ପ୍ରଭୁ ଜଗନ୍ନାଥଙ୍କୁ ପୂଜା କରିବା ସହ ନମାଜ ପାଠ ବି କରନ୍ତି । ମୁସଲିମ୍‌ ପରିବାରରେ ଜନ୍ମ ହୋଇ ପ୍ରଭୁ ଜଗନ୍ନାଥଙ୍କୁ ପୂଜା କରୁଥିଲେ ବି ପରିବାର ଲୋକ କେବେ ବିରୋଧ କରିନାହାନ୍ତି ମାମୁନିକୁ।

mamuni2

ଜଣେ ସଂସ୍କୃତ ଶିକ୍ଷୟିତ୍ରୀ ହେବାକୁ ଲକ୍ଷ୍ୟ ରଖିଛନ୍ତି ମାମୁନି । ହେଲେ ଆର୍ଥିକ ସମ୍ବଳ ନଥିବାରୁ ଆଗକୁ ବଢିପାରୁନାହାନ୍ତି । ଭଙ୍ଗା ଚାଳ ଛପର ଘରେ ଦିନ ବିତାଉଛନ୍ତି ମାମୁନିଙ୍କ ପରିବାର । ମାଟ୍ରିକରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ କଲେଜରେ ନାମ ଲେଖାଇଛନ୍ତି । ଦୁଃଖ କଷ୍ଟ ସତ୍ତ୍ୱେ ଝିଅକୁ ପାଠ ପଢାଉଛନ୍ତି ପରିବାର । ସରକାରଙ୍କ ପକ୍ଷରୁ ସହାୟତା ମିଳିଲେ ଆଗକୁ ଜଣେ ଭଲ ସଂସ୍କୃତ ଶିକ୍ଷୟିତ୍ରୀ ହୋଇପାରିବେ କହିଛନ୍ତି ସାହି ପଡିଶା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.