କଣ ସତରେ ଏଲିଅନ୍ସ ଅଛନ୍ତି ? UFOକୁ ନେଇ ଆଶ୍ଚର୍ଯ୍ୟ ରିପୋର୍ଟ ଜାରି କଲା ନାସା

ନାସା କହିଛି ଯେ, ଏହି ବିଷୟ ଉପରେ ଭଲ ଭାବେ ଅଧ୍ୟୟନ ପାଇଁ ନୂଆ ବୈଜ୍ଞାନିକ ଟେକନିକ ଏବଂ ଆଡଭାନ୍ସ ସାଟେଲାଇଟ୍ସ ଆବଶ୍ୟକ ହେବ । ରିପୋର୍ଟରେ ନାସା ସ୍ୱୀକାର କରିଛି ଯେ, UFO ଗୁଡିକ ଆମ ଗ୍ରହର ସବୁଠାରୁ ବଡ ରହସ୍ୟ । ଏଲିଅନ୍ସର ପ୍ରମାଣ ନାହିଁ, କିନ୍ତୁ ସେମାନେ ଥାଇପାରନ୍ତି ।

ପୃଥିବୀର ସବୁଠୁ ବଡ଼ ରହସ୍ୟ ହେଉଛି UFO ବା ଅନଆଇଡେଣ୍ଟିଫାଏଡ ଫ୍ଲାଇଙ୍ଗ ଅବଜେକ୍ଟ। ଏଲିଅନ୍ସର ପ୍ରମାଣ ନାହିଁ, କିନ୍ତୁ ସେମାନେ ଥାଇପାରନ୍ତି । ଏହି UFOକୁ ନେଇ ପ୍ରକାଶ ପାଇଛି ନାସାର ଏକ ଆଶ୍ଚର୍ଯ୍ୟ ରିପୋର୍ଟ । UFO ଅନ୍ୟ କୌଣସି ଗ୍ରହର ଯାନ ବୋଲି କୌଣସି ପ୍ରମାଣ ପାଇଲାନି ନାସା ।

ଆମେରିକାର ସ୍ପେସ୍ ଏଜେନ୍ସି ନାସା UFO ବା ଅନଆଇଡେଣ୍ଟିଫାଏଡ ଫ୍ଲାଇଙ୍ଗ ଅବଜେକ୍ଟ ଉପରେ ଆଧାରିତ ବହୁ ପ୍ରତୀକ୍ଷିତ ରିପୋର୍ଟ ଜାରି କରିଛି । ନାସା ଗୋଟିଏ ବର୍ଷ ଧରି UFO ବିଷୟରେ ଅଧ୍ୟୟନ କରିଥିଲା ଏବଂ ବର୍ତ୍ତମାନ ଏହି ରିପୋର୍ଟ ପ୍ରକାଶ ପାଇଛି, ଯାହା ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି । ୩୩ ପୃଷ୍ଠାର ଜାରି ହୋଇଥିବା ରିପୋର୍ଟରେ ନାସା କହିଛି ଯେ ଅସ୍ପଷ୍ଟ ଘଟଣା ପଛରେ ଏଲିଅନ୍ସ ଅଛନ୍ତି ବୋଲି କୌଣସି ପ୍ରମାଣ ନାହିଁ, କିନ୍ତୁ ନାସା ଏହାର ସମ୍ଭାବନାକୁ ଏଡ଼ାଇ ଦେଇନି ।

ନାସା କହିଛି ଯେ, ଏହି ବିଷୟ ଉପରେ ଭଲ ଭାବେ ଅଧ୍ୟୟନ ପାଇଁ ନୂଆ ବୈଜ୍ଞାନିକ ଟେକନିକ ଏବଂ ଆଡଭାନ୍ସ ସାଟେଲାଇଟ୍ସ ଆବଶ୍ୟକ ହେବ । ରିପୋର୍ଟରେ ନାସା ସ୍ୱୀକାର କରିଛି ଯେ, UFO ଗୁଡିକ ଆମ ଗ୍ରହର ସବୁଠାରୁ ବଡ ରହସ୍ୟ । ଏହି ରିପୋର୍ଟ ଜାରି କରିବା ସହ ନାସା ପ୍ରଶାସକ ବିଲ୍‌ ନେଲସନ୍‌ କହିଛନ୍ତି ଯେ,ଏହି ବ୍ରହ୍ମାଣ୍ଡରେ ପୃଥବୀ ବ୍ୟତୀତ ମଧ୍ୟ ଜୀବନ ଅଛି । ବୈଜ୍ଞାନିକ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏକ୍ସପର୍ଟ ମାନଙ୍କର ଏକ ୧୬ ଜଣିଆ ଗ୍ରୁପ ଏହା ଉପରେ ଗବେଷଣା କରୁଥିଲେ । ଏହି ଗବେଷଣା ପାଇଁ ୧ ଲକ୍ଷ ଆମେରିକରୀୟ ଡଲାର ଖର୍ଚ୍ଚ ହୋଇଛି ।

UFO ଟେକ୍ନୋଲୋଜି ବହୁତ ଉନ୍ନତ :
ନାସା କହିଛି ଯେ, ସେମାନେ ପ୍ଲାନ କରୁଥିବା ନୂଆ ମିଶନ ଗ୍ରହର ପରିବେଶ ଏବଂ ଗ୍ରହର ପୃଷ୍ଠରେ ଏଲିଅନ୍ସଙ୍କ ଟେକନିକ ବିଷୟରେ ମଧ୍ୟ ଜାଣିବାକୁ ଚେଷ୍ଟା କରିବ । ନାସା ଏହା ମଧ୍ୟ କହିଛି, UFO ଉପରେ ରିସର୍ଚ୍ଚ ପାଇଁ ସେମାନେ ନୂଆ ନିର୍ଦ୍ଦେଶକ ଘୋଷଣା କରିବେ । ରିପୋର୍ଟରେ କୁହାଯାଇଛି ଯେ ପୃଥିବୀ ଉପରେ ନଜର ରଖୁଥିବା ସାଟେଲାଇଟ ଗୁଡ଼ିକରେ ସ୍ପେଟିୟଲ ରିଜୋଲ୍ୟୁସନର ଅଭାବ ରହିଛି, ଯେଉଁଥି ପାଇଁ UFO କିମ୍ବା UAP ପରି ଛୋଟ ଅବଜେକ୍ଟ ଉପରେ ନଜର ରଖାଯାଇପାରିବ ନାହିଁ ।

ପେଣ୍ଟାଗନ ପୂର୍ବରୁ ଏକ ଭିଡିଓ ଜାରି କରିଥିଲା ଯେଉଁଥିରେ ନୌସେନାର ପାଇଲଟମାନେ ଆମେରିକାର ପୂର୍ବ ଏବଂ ପଶ୍ଚିମ ଉପକୂଳରେ କିଛି ରହସ୍ୟମୟୀ ଏୟାରକ୍ରାଫ୍ଟ ଦେଖିଥିଲେ । ଏହି ଏୟାରକ୍ରାଫ୍ଟର ଗତି ବର୍ତ୍ତମାନର ଏଭିଏସନ ଟେକନିକ ଠାରୁ ଅଧିକ ଥିଲା । ଏହା ସହିତ ଏୟାରକ୍ରାଫ୍ଟର ଡିଜାଇନ୍‌ ମଧ୍ୟ ରହସ୍ୟମୟୀ ଥିଲା । ଯେଉଁ କାରଣରୁ ଫ୍ଲାଇଟ କେଉଁଠାରୁ କଣ୍ଟ୍ରୋଲ ହେଉଥିଲା ତାହା ଜଣା ପଡ଼ି ନଥିଲା ।

AI ଏବଂ ମେସିନ୍ ଲାର୍ଣ୍ଣିଂ ଟେକ୍ନୋଲୋଜିର ସାହାଯ୍ୟ ନିଆଯିବ :

ନାସା କହିଛି ଯେ AI ଏବଂ ମେସିନ୍ ଲାର୍ଣ୍ଣିଂ ଟେକ୍ନୋଲୋଜି ସାହାଯ୍ୟରେ UFO ଉପରେ ଅଧ୍ୟୟନ କରାଯିବ । ଚଳିତ ବର୍ଷ ଆରମ୍ଭରେ ନାସାର ଏକ ଟିମ ଜୋର ଦେଇ କହିଥିଲେ ଯେ UFO ସହିତ ଜଡ଼ିତ ଅଲୌକିକ ଜୀବନର କୌଣସି ପ୍ରମାଣ ନାହିଁ । କିନ୍ତୁ ତାଜା ରିପୋର୍ଟରେ ନାସା ସ୍ୱୀକାର କରିଛି ଯେ ଆମ ଗ୍ରହ ବାହାରେ ମଧ୍ୟ ଜୀବନ ଥାଇପାରେ । ନାସା କହିଛି ଯେ ଏପର୍ଯ୍ୟନ୍ତ ପର୍ଯ୍ୟାପ୍ତ ଡାଟା ନାହିଁ , ଯେଉଁଥିପାଇଁ UFO ବିଷୟରେ କୌଣସି ସିଦ୍ଧାନ୍ତ ନିଆଯାଇ ପାରିବ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.