Below header

ନାସା ସୂର୍ୟ୍ୟଙ୍କ ନିକଟକୁ ପଠାଇଥିବା ମହାକାଶଯାନ ତରଳି ଯିବନି ତ ?

ସୂର୍ୟ୍ୟଙ୍କ ନିକଟକୁ ପଠାଯାଇଛି ମାନବ ବିହୀନ ମହାକାଶଯାନ । ଆମେରିକାର ଫ୍ଳୋରିଡାରୁ ଉତକ୍ଷେପଣ ହୋଇଛି ପାର୍କର ସୋଲାର୍ ପ୍ରୋବ୍ । ସୂର୍ୟ୍ୟର ତାପମାତ୍ରାକୁ ମାପିବା ଉଦ୍ଦେଶ୍ୟରେ ପ୍ରଥମ ଥର ପାଇଁ ଅଭିଯାନ ଆରମ୍ଭ କରିଛି ଆମେରିକା ଗବେଷଣା ସଂସ୍ଥା-ନାସା । ପୃଥିବୀ ଛାଡିବାର ପ୍ରାୟ ୭ ବର୍ଷ ଛଅ ମାସ ପରେ ସୂର୍ୟ୍ୟଙ୍କ ନିକଟତର ସ୍ଥାନରେ ଏହା ପହଞ୍ଚିବ। ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ-ସୂର୍ୟ୍ୟଙ୍କ ପ୍ରଭା ମଣ୍ଡଳର ରହସ୍ୟ ଭେଦିବା ସହ ସୌର ବାୟୁମଣ୍ଡଳ ଉପରେ ଅଧିକ ଗବେଷଣା କରିବା । କିନ୍ତୁ ଏବେ ପ୍ରଶ୍ନ ଉଠୁଛି ସୂର୍ୟ୍ୟଙ୍କ ନିକଟରେ ପହଂଚିବା ପରେ ଏହି ମହାକାଶଯାନ ତରଳି ଯିବନି ତ ?

ସୂର୍ୟ୍ୟଙ୍କ ନିକଟରେ ପହଂଚିବା ପାଇଁ ହେଲେ ଏହି ମହାକାଶଯାନକୁ ୧୩୭୭ ଡିଗ୍ରୀ ସେଲସିୟସ୍ ତାପମାତ୍ରା ଦେଇ ଗତି କରିବାକୁ ପଡିବ । ଏଥିରେ ଥର୍ମାଲ୍ ପ୍ରୋଟେକ୍ସନ୍ ସିଷ୍ଟମ୍ ଲାଗିଛି । ସୂର୍ୟ୍ୟଙ୍କ ଭୟଙ୍କର ଉତ୍ତାପରୁ ମହାକାଶଯାନ ଏବଂ ଉପକରଣର ସୁରକ୍ଷା ଏଥିରେ ଲାଗିଥିବା ସାଢେ ଚାରି ଇଞ୍ଚର ମୋଟା ଢାଲ କରିବ ଯାହା କାର୍ବନରେ ତିଆରି ।

ଏହା ସହ ନାସା କହିଛି ଏହି ମହାକାଶଯାନ ନତରଳିବା ପଛରେ ବିଜ୍ଞାନ ମଧ୍ୟ ରହିଛି । ପ୍ରକୃତରେ ବୈଜ୍ଞାନିକ ଭାଷାରେ ତାପମାତ୍ରା ଏବଂ ଗରମ ଦୁଇଟି ଅଲଗା ଅଲଗା ଜିନିଷ । କୌଣସି ଜିନିଷ କେତେ ଗରମ ହେବ ଏହା ଏହି କଥା ଉପରେ ନିର୍ଭର କରେ ଆଖପାଖରେ ତାପମାତ୍ରା ଏବଂ କେତେ ବସ୍ତୁ ଅଛି । ଆଖ ପାଖ ଅଞ୍ଚଳ ଯଦି ଖାଲି ରହୁଛି ତେବେ ପଦାର୍ଥ କମ ଗରମ ହେବ । ମହାକାଶରେ ମଧ୍ୟ ବହୁତ କମ୍ ପଦାର୍ଥ ରହିଛି ସେଥିପାଇଁ ମହାକାଶଯାନ ବେଶୀ ଗରମ ହେବ ନାହିଁ, ଯେତିକି ଲୋକମାନେ ଭାବିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.