Below header

ମହାକାଶରେ ସ୍ୱାମୀ ସ୍ତ୍ରୀ ରଖିପାରିବେ କି ନାହିଁ ଯୌନ ସମ୍ପର୍କ? ଦୁଇଟି ଘୁଷୁରୀକୁ ନେଇ ନାସା କଲା ଗବେଷଣା

ଆଜିର ସମୟରେ ପୃଥିବୀ ବ୍ୟତୀତ ଅନ୍ୟ ଗ୍ରହରେ ମଣିଷମାନେ ରହିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଏପରିକି ମଙ୍ଗଳ ଗ୍ରହ ଠାରୁ ଚନ୍ଦ୍ର ପର୍ଯ୍ୟନ୍ତ ଲୋକମାନଙ୍କର ଅବସ୍ଥାନ ବିଷୟରେ ଅନେକ ଖବର ସାମ୍ନାକୁ ଆସିଲାଣି । ଏଭଳି ପରିସ୍ଥିତିରେ ଅନେକ ଲୋକଙ୍କୁ ମହାକାଶକୁ ପଠାଯାଇ ଥାଏ । ମହାକାଶଚାରୀମାନେ ଅନେକ ମାସ ପର୍ଯ୍ୟନ୍ତ ସେଠାରେ ରହିବାକୁ ବାଧ୍ୟ ହୁଅନ୍ତି । ଏପରି ପରିସ୍ଥିତିରେ, ବଡ ପ୍ରଶ୍ନ ହେଉଛି ଯେ ଏତେ ଦିନ ପର୍ଯ୍ୟନ୍ତ ମହାକାଶରେ ରହୁଥିବା ଲୋକମାନେ କିପରି ଯୌନ ସମ୍ପର୍କ ବିନା ଜୀବନ ବିତାଇଥାନ୍ତି ? ଏବଂ ଯଦି ଏକ ଦମ୍ପତି ମହାକାଶକୁ ଯାଆନ୍ତି, ତେବେ ସେମାନେ ମହାକାଶଯାନରେ ଯୌନ ସମ୍ପର୍କ ରଖିପାରିବେ କି? ଏକ ପରୀକ୍ଷଣ ମାଧ୍ୟମରେ ଏହି ପ୍ରଶ୍ନର ଉତ୍ତର ଖୋଜିବାକୁ ଚେଷ୍ଟା କରିଛି ନାସା ।

ତଥ୍ୟ ଅନୁଯାୟୀ ଏପର୍ଯ୍ୟନ୍ତ ପାଞ୍ଚ ଶହରୁ ଅଧିକ ଲୋକ ମହାକାଶକୁ ଯାଇଛନ୍ତି। ଏହା ଛଡା ଆଗାମୀ ଦିନରେ ମହାକାଶଚାରୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବ ବୋଲି କୁହାଯାଉଛି। କାରଣ ବର୍ତ୍ତମାନ ଲୋକମାନେ ଛୁଟି ଦିନରେ ମହାକାଶକୁ ଯିବା ପାଇଁ ପ୍ରସ୍ତୁତି କରୁଛନ୍ତି। କିନ୍ତୁ ଯାତ୍ରୀମାନେ ମହାକାଶରେ ଯୌନ ସମ୍ପର୍କ ରଖିପାରିବେ କି ନାହିଁ ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ? ଫ୍ରାନ୍ସର ଜଣେ ବୈଜ୍ଞାନିକ ରାଇଡର ପିଆର କୋହଲର୍ ମଧ୍ୟ ଏହି ବିଷୟରେ ଏକ ପୁସ୍ତକ ଲେଖିଛନ୍ତି।

142722416734562

ତାଙ୍କ ପୁସ୍ତକ The Final Mission: Mir, The Human Adventureରେ ପିଅର ଲେଖିଛନ୍ତି ଯେ 1996 ରେ ମହାକାଶକୁ ଯାଇଥିବା ଏକ ଦମ୍ପତି ସେଠାରେ ଯୌନ ସମ୍ପର୍କ ରଖିଥିଲେ। ଯେଉଁଥିରେ ଏଥିରେ ଅନେକ ସମସ୍ୟା ଦେଖାଦେଇଥିଲା। ଏହି ବିଷୟରେ ଅନେକ ପରୀକ୍ଷଣ କରାଯାଇଛି। ଯାହା ଦ୍ୱାରା ଏହା ଜଣା ପଡିପାରେ ଯେ ମହାକାଶର ରେ ବିବାହିତ ଦମ୍ପତିଙ୍କ ଭବିଷ୍ୟତ କ’ଣ? ବୈଜ୍ଞାନିକ ମାନେ ଜାଣିବାକୁ ଚାହିଁଲେ ଯେ ମାଧ୍ୟାକର୍ଷଣ ଶକ୍ତି ବିନା ମହାକାଶରେ ସମ୍ପର୍କ ରହିବା ସମ୍ଭବ କି ନୁହେଁ? ରାଇଡର ପିୟର କହିଛନ୍ତି କି ନାସାର ଏକ ପ୍ରୋଜେକ୍ଟ ମାଧ୍ୟମରେ ଜାଣିବାକୁ ଚେଷ୍ଟା କରାଯାଇଛି ଯେ ଯଦି ମହାକାଶରେ ସମ୍ବନ୍ଧର ରଖାଯାଏ ତେବେ ତାହା କେଉଁ ପୋଜିସନରେ ରଖାଯାଇପାରିବ । ଏହି ସିକ୍ରେଟ ପ୍ରୋଜେକ୍ଟ ନାମ ଥିଲା STS-XX ରଖାଯାଇଥିଲା।

ଏହି ପରୀକ୍ଷଣରେ ବୈଜ୍ଞାନିକ ମାନେ କମ୍ପ୍ୟୁଟର ମଡେଲ ମାଧ୍ୟମରେ ଜାଣିବାକୁ ପାଇଲେ ଯେ ମହାକାଶରେ ଯୌନ ସମ୍ପର୍କ କିପରି କରାଯାଇପାରିବ? ଏଥିପାଇଁ ଅନେକ ପୋଜିସନର ବିଚରା କରାଯାଇଥିଲା। କେବଳ ଏତିକି ନୁହେଁ, ମଡେଲ ବ୍ୟତୀତ ଦୁଇଟି ଘୁଷୁରୀ ମଧ୍ୟ ଶୂନ୍ୟ ମାଧ୍ୟାକର୍ଷଣରେ ସମ୍ପର୍କ ରଖିଥିବା ବେଳେ ରେକର୍ଡ କରାଯାଇଥିଲା।ରାଇଟର୍ ପିୟରଙ୍କ କହିବାନୁସାରେ, ଏହାର ଭିଡିଓ ଟେପ୍ ଏତେ ସମ୍ବେଦନଶୀଳ ଥିଲା ଯେ ନାସା କେବଳ ଏହାର ସେନସର ପାର୍ଟକୁ ହିଁ ରିଲିଜ କରିଥିଲା । ତେବେ ନାସା ଏଭଳି କୌଣସି ପରୀକ୍ଷଣ କରିନାହିଁ ବୋଲି ଅସ୍ୱୀକାର କରିଛି।

ଏଥି ସହିତ,ଋଷିଆର ସ୍ପେସ୍ ଏଜେନ୍ସି ମଧ୍ୟ କହିଛି ଯେ ସେପରି କୌଣସି ପରୀକ୍ଷଣ ହୋଇନାହିଁ। ବିଶେଷଜ୍ଞଙ୍କ ଅନୁଯାୟୀ ଏହା କରିବା ଅତ୍ୟନ୍ତ କଷ୍ଟକର। ଏହା କରିବା ଦ୍ୱାରା ଅନେକ ସମସ୍ୟା ଦେଖାଯିବ। ଏଥି ପାଇଁ ନାସା ମହାକାଶକୁ ଯାଉଥିବା ଦମ୍ପତି ମାନଙ୍କ ପାଇଁ କଡା ନିୟମ କରିଛି । ଭବିଷ୍ୟତରେ କଣ ଘଟିବ ତାହା ଦେଖିବାକୁ ବାକି ରହିଲା, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ନାସା ଏଭଳି ପରୀକ୍ଷଣକୁ ଅସ୍ୱୀକାର କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.