ପରିବା ବୋଝେଇ ଅଟୋ ଓ ବାଇକ୍ ମୁହାଁମୁହିଁ ଧକ୍କା: ଘଟଣାସ୍ଥଳରେ ଜଣେ ମୃତ, ୨ ଗୁରୁତର

ଯାଜପୁର ଟାଉନ(କେନ୍ଯୁଜ୍): ଯାଜପୁର ସହରର କିଆନାଳୀ ଛକ ନିକଟରେ ପରିବା ବୋଝେଇ ଅଟୋ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା। ଘଟଣାସ୍ଥଳରେ ବାଇକ ଅରୋହୀ ମୃତ ଓ ଦୁଇ ଜଣ ଗୁରୁତର। ମୃତକ ହେଲେ ରାଉତରାପୁର ଗୋପାଳି ଛକର ଅନନ୍ତ କୁମାର ନାୟକ।

accident

ଦୁଇ ଆହତ ପପୁ ଏବଂ ମାନସଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନା ପାଇ ଯାଜପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଅଟୋ ଚାଳକ ଫେରାର ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.