ପାରଳାଖେମୁଣ୍ଡି MRGH ସ୍କୁଲ ରୋଡ ନିକଟରେ ପୋଲିସ୍ ଓ ବନବିଭାଗର ମିଳିତ ରେଡ୍, ଅନେକ ମୂଲ୍ୟବାନ କାଠ ଜବତ

ଗଜପତି(କେନ୍ଯୁଜ୍): ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି MRGH ସ୍କୁଲ ରୋଡ ନିକଟରେ ଚଢଉ । ଗୁମ୍ପୁ ରାମା ରାଓଙ୍କ ଘରେ ପୋଲିସ ଓ ବନବିଭାଗ ମିଳିତ ଚଢଉ କରିଛି । ଚଢଉ ବେଳେ ରକ୍ତ ଚନ୍ଦନ ଓ ଚନ୍ଦନ କାଠ ସମେତ ଅନେକ ମୂଲ୍ୟବାନ କାଠ ଜବତ ହୋଇଛି।

ଗୁମ୍ପୁ ରାମା ରାଓ ବେଆଇନ ଭାବେ ଏହି କାଠ ଗୁଡିକ ଗଛିତ କରିବା ସହିତ ବିକ୍ରୟ କରୁଥିବା  ନେଇ ଖବର ପାଇବା ପରେ ଚଢଉ କରାଯାଇଛି । ଜବତ କାଠର ମୂଲ୍ୟ ଓ ଏହା କେଉଁଠୁ ଆସିଛି, ସେନେଇ ତଦନ୍ତ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.