Below header

ମଣିଷ ହେଉ କି ପଶୁ ଏଠି ଜଳିଯାଏ ଅବା ପଥର ପାଲଟିଯାଏ…କାହିଁକି ଜାଣନ୍ତୁ

ପୃଥିବୀରେ କେତେ କଣ ଜିନିଷ ଆମକୁ ପ୍ରକୃତି ଦେଇଛି । ଆଉ ଏହି ସବୁ ମଧ୍ୟରେ ଅନେକ କିଛି ମଣିଷକୁ ସୁହାଏ ଆଉ କିଛି ସୁହାଇ ବି ନଥାଏ । ଏମିତି ବି ଅନେକ କିଛି ରହିଛି ଯେଉଁସବୁକୁ ପାଖରୁ ଦେଖି ମଣିଷକୁ ଭଲଲାଗିଥାଏ । ଆଉ କିଛି ଏଭଲି ଯାହା ମଣିଷକୁ ବିପଦରେ ମଧ୍ୟ ପକାଇ ଦେଇପାରେ । ଆପଣ ହୁଏତ ଜାଣିଥିବେ କି ଦୁନିଆରେ କେତେ ପ୍ରକାରର ଭୟଭୀତ କଲାଭଳି ନଦୀ ଓ ହ୍ରଦ ରହିଛି । ଆଜି ଆମେ ଆପଣଙ୍କୁ ଏକ ହ୍ରଦ ବିଷୟରେ କହିବୁ ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଦର୍ଶକବନ୍ଧୁ ହାତ କିମ୍ବା ଶରୀରର କେଉଁ ଅଂଶ ଜଲିଗଲେ ଆମେ ପାଣିର ସାହାରା ନେଉ । ଆଉ ପାଣି ଦ୍ୱାରା ନିଜ କଷ୍ଟର ଉପଶମ କରୁ । କିନ୍ତୁ ଯଦି ଆପଣଙ୍କୁ କିଏ କହେ ଯେ ପାଣିକୁ ଗଲେ ଆପଣ ଜଳିଯିବେ କିମ୍ବା ପଥର ହୋଇଯିବେ ତେବେ କଣ ଆପଣ ବିଶ୍ୱାସ କରିବେ । ହୁଏତ ନାଁ । କିନ୍ତୁ ଏଠାରେ ଏମିତି ହିଁ ହୁଏ ।

ବର୍ଷ ୨୦୧୩ରେ ଏକ ହ୍ରଦର ଚିତ୍ର ଏଭଳି ଆସିଥିଲା ଯାହାକୁ ଦେଖିଲେ ଆପଣ ଭୟ କରିବେ । କାରଣ ଏହା ଦେଖିବାକୁ ପୁରା ଡାର୍କ କଲରର ଥିଲା । ୱାଇଲ୍ଡ ଲାଇଫ ଫୋଟୋଗ୍ରାଫର ନିକ ବ୍ରାଣ୍ଟ ଏହି ହ୍ରଦର ଫଟୋକୁ କ୍ୟାପଚର କରିଥିଲେ । ଯାହାର ନାମ ଲେକ ନେଟ୍ରୋନ । ଏହି ଫୋଟୋରେ ପଶୁଙ୍କର ଜମିଥିବା ମରଶରୀର ଥିଲା । ଏହି ହ୍ରଦର ପାଣି ପାଇଁ ପଶୁମାନେ ପଥରରେ ବଦଳିଯାଇଥିଲେ । ଏହି କଷ୍ଟଦାୟକ ଚିତ୍ର ଦେଖିବା ପରେ ଦୁନିଆସାରା ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଏହି ଭୟାନକ ଓ ସୁନ୍ଦର, ଦୁଇ ଅର୍ଥ ଭାବେ କୁହାଯାଉଥିବା ହ୍ରଦର ନାମ ନେଟ୍ରୋନ ହ୍ରଦ ଅଟେ । ଯାହା ତଂଜାନିଆରେ ରହିଛି । ଅରୁଶା ଅଞ୍ଚଳର ଉତ୍ତର ନଗୋରୋଙ୍ଗୋରୋ ଜିଲ୍ଲାରେ ଅବସ୍ଥିତ ନାଟ୍ରନ ହ୍ରଦକୁ ଲୁଣ ହ୍ରଦ ବା ଆଲକାଲାଇନ ହ୍ରଦ କୁହାଯାଏ । ଏହି ହ୍ରଦ ଅତ୍ୟନ୍ତ ବିପଜ୍ଜନକ ବୋଲି ବିଶ୍ୱାସ କରାଯାଏ । କୁହାଯାଏ ଏହି ହ୍ରଦ ସଂସ୍ପର୍ଶରେ ଆସୁଥିବା ଜୀବ ଏକ ପଥରରେ ପରିଣତ ହୋଇଯାଏ । ଆଉ ମଣିଷ ପଥରରେ ପରିଣତ ନହେଲେ ବି ଜଳିଯିବାର ନଜିର ରହିଛି ।

ପ୍ରକୃତରେ ନାଟ୍ରନ ହ୍ରଦକୁ ବନ୍ୟଜନ୍ତୁଙ୍କ ଘର ଭାବରେ ବିବେଚନା କରାଯାଏ । କାରଣ ଏଠାରେ ବିନା କୌଣସି ଡରରେ ଜଳ ଭିତରକୁ ପ୍ରବେଶ କରିଥାନ୍ତି ଜୀବ । ଏହି ହ୍ରଦରେ ଥିବା ଜଳର ପିଏଚ ପ୍ରାୟ ୧୨ ଅଟେ । ଏହା ଘରୋଇ ବ୍ଲିଚ ସହିତ ସମାନ । ଏହି ହ୍ରଦର ଜଳରେ ଜୀବମାନେ ଅଧିକ ସମୟ ବଞ୍ଚିପାରିବେ ନାହିଁ ।

ଓଲ ଡାଇନୋ ଲେଙ୍ଗାଇ ଆଗ୍ନେୟଗିରି ହେତୁ ଏହି ହ୍ରଦର ଜଳ ଲୁଣିଆ । ଏହି ଆଗ୍ନେୟଗିରି ହେଉଛି ଦୁନିଆର ପ୍ରଥମ ହ୍ରଦ ଯେଉଁଠାରୁ ଅଜବ ଲାଭା ମାନେ ନାଟ୍ରୋକାର୍ବୋନାଇଟ ବାହାରିଥାଏ । ହ୍ରଦର ଚତୁପାର୍ଶ୍ୱରେ ଥିବା ପାହାଡରୁ ସୋଡିୟମ କାର୍ବୋନେଟ ଏବଂ ଅନ୍ୟାନ୍ୟ ଖଣିଜ ପଦାର୍ଥକୁ ନାଟ୍ରୋକାର୍ବୋନାଇଟ ଭିତରକୁ ଟାଣିବା କାରଣରୁ ଜଳ ଲୁଣିଆ ।

ଏହି ହ୍ରଦର ଜଳରେ ଅଧିକ ପରିମାଣର ପିଏଚ ହେତୁ ଅଧିକାଂଶ ପଶୁମାନଙ୍କର ଚର୍ମ ଓ ଆଖି ଜଲିଯାଏ । ଏହା ସହ ପଶୁମାନେ ଦୀର୍ଘ ସମୟ ଧରି ପାଣିରେ ରହି ମୃତ୍ୟୁବରଣ କରିଥାନ୍ତି । ପ୍ଲାମିଙ୍ଗୋରେ ଚର୍ମ କଠିନ ହେତୁ ଜଳର ପ୍ରଭାବ ସେଠାରେ ରହିନଥାଏ । କିନ୍ତୁ ମଣିଷର ଚର୍ମ କୋମଳ ଅଟେ । କେବେ କେବେ ଏହି ହ୍ରଦ ଜଳ ୬୦ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଗରମ ହୋଇଯାଏ । ସେତେବେଳେ ମଣିଷ ପଥର ନହେଲେ ବି ଚର୍ମରେ ଏଭଳି ଘା ସୃଷ୍ଟି କରିଥାଏ ଯାହା ବେଶ କଷ୍ଟଦାୟକ ।

ଏହି ହ୍ରଦର ପାଣିରେ ମଣିଷ ଯେତେ ସମୟ ରହିଥାଏ ସେତେ ଜଳିଯାଏ । କିନ୍ତୁ ବର୍ଷା ସମୟରେ ପାଣିରେ ପିଏଚର ସ୍ତର ବଦଳୁଥାଏ । ଏମିତିକି ପରିସ୍ଥିତି ଯଦି ଖରାପ ହୁଏ ତେବେ ମଣିଷ ପୁରା ବି ଜଳିଯାଇପାରେ । ତେଣୁ ଏହି ହ୍ରଦକୁ ବହୁତ ହି ଖତରନାକ ହ୍ରଦ କୁହାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.