ନଖରେ ୩୨ପ୍ରକାର ବ୍ୟାକ୍ଟେରିଆକୁ ୨୮ପ୍ରକାର ଫଙ୍ଗସ….

ଲମ୍ବା ନଖ ରଖିବା ଏବେ ଟ୍ରେଣ୍ଡ । ଏହି ଲମ୍ବା ନଖ ଉପରେ ନେଲ ଇନାମେଲ ଲଗାଇ ଦେବା ହେଉଛି ବର୍ତ୍ତମାନର ଷ୍ଟାଇଲ । ଷ୍ଟାଇଲିସ ଦେଖାଯିବା ପାଇଁ ନଖ ରଖିବା ଏବେର ଫ୍ୟାଶନରେ ଗଣାଯାଏ । କିନ୍ତୁ କଣ ଆପଣ ଜାଣନ୍ତି କି ସେହି ନଖକୁ ନେଇ ଏକ ଆଶ୍ଚର୍ଯ୍ୟଜନକ କଥା ସାମନାକୁ ଆସିଛି । ରିସର୍ଚ୍ଚ କହୁଛି ମଣିଷର ଲମ୍ବା ନଖ ୩୨ ପ୍ରକାରର ବ୍ୟାକ୍ଟେରିଆ ଓ ୨୮ରୁ ବି ଅଧିକ ଫଙ୍ଗସ ପ୍ରଜାତିଙ୍କ ଘର କୁହାଯାଇପାରିବ । ଏହି ଦାବି ୱାଶିଂଟନ ଡିସିର ଆମେରିକାନ ୟୁନିଭରସିଟିର ବୈଜ୍ଞାନିକମାନେ କରିଛନ୍ତି ।

ଅନୁସନନ୍ଧାନକାରୀଙ୍କ କହିବା କଥା କି ଲମ୍ବା ନଖରେ ଷ୍ଟେଫ ଅରିୟସ ନାମରେ ଏକ ବ୍ୟାକ୍ଟେରିଆ ମିଳିଛି । ଏହା ଏଭଳି ବ୍ୟାକ୍ଟେରିଆ ଅଟେ ଯାହା ସ୍କିନ ଇନଫେକ୍ସନ ପାଇଁ ଦାୟୀ ହୋଇଥାଏ ଏବଂ ଏହା ଏପରି ବ୍ୟାକ୍ଟେରିଆ ଯାହା ଉପରେ ଆଣ୍ଟିବାୟୋଟିକ୍ସ ଔଷଧର ମଧ୍ୟ ପ୍ରଭାବ ପଡିନଥାଏ । ଏହି ବ୍ୟାକ୍ଟେରିଆ ନଖର ଠିକ ତଳେ ରହିଥାଏ । ଏହା କୌଣସି ଜିନିଷକୁ ଛୁଇଁବା ବା ସଂସ୍ପର୍ଶରେ ଆସିବା ଦ୍ୱାରା ନଖ ପାଖରେ ପହଞ୍ଚିଯାଏ । ନଖରେ ଥିବା ବ୍ୟାକ୍ଟେରିଆଙ୍କୁ ଖାଲି ଆଖିରେ ଦେଖିହୁଏ ନାହିଁ । ତେଣୁ ଏହି ଅଜଣା ସମସ୍ୟାଠୁ ଦୂରେଇ ରହିବା ଆବଶ୍ୟକ ବୋଲି ବୈଜ୍ଞାନିକ କହିଛନ୍ତି । ଯାହାକ ୁ ନେଇ ରିସର୍ଚ୍ଚ କରାଯାଇଥିଲା ।

ୱାଶିଂଟନ ଡିସିର ବାୟୋଲୋଜିଷ୍ଟ ଡକ୍ଟର ଜେଫରି କୈପ୍ଲେନଙ୍କ ହିସାବରେ ବର୍ତ୍ତମାନ ଲମ୍ବା ଆର୍ଟିଫିସିଆଲ, ନ୍ୟାଚୁରାଲ, ଜେଲ ଓ ଏଫେଲିଫ ନଖର ଟ୍ରେଣ୍ଟ । ଏହିଭଲି ନଖ ଗୁଡିକରେ ବିପଦ ଅଧିକ ରହିଥାଏ । କାରଣ ଏହା ଅଧିକ ବ୍ୟାକ୍ଟେରିଆ ଓ ଫଙ୍ଗସର ଘର ବି ହୋଇପାରେ । ନଖ ଖାଇବା, ନଖକୁ ଖାଇବା ଓ କୁଣ୍ଡେଇ ହବା ଦ୍ୱାରା ଏଥିରେ ରହିଯାଉଥିବା ବ୍ୟାକ୍ଟେରିଆ ଶରୀରରେ ଅନେକ ଭାଗରେ ପହଞ୍ଚିଥାଏ ଓ ସଂକ୍ରମଣର କାରଣ ବନିଥାଏ । ଯାହା ଫଳରେ ନଖର ଆକାର ମଧ୍ୟ ଖରାପ ହୋଇପାରେ ।

ସାଧାରଣତ ବ୍ୟାକ୍ଟେରିଆ କ୍ଷତି ପହଞ୍ଚାଇନଥାନ୍ତି । କିନ୍ତୁ ଯଦି ଏହା ଫଳରେ ସଂକ୍ରମଣ ଅଧିକ ବ୍ୟାପେ ତେବେ ଅନେକ ପ୍ରକାରର ସମସ୍ୟା ଦେଖାଦେଇପାରେ । ଯେମିତିକି ନଖ ଫୁଲିବା ଦରଜ ହେବା , ନଖ ମୋଟା ହେବା ଏଭଳି ଲକ୍ଷଣ ପ୍ରଥମେ ଦେଖାଯିବା ଦେଖାଯାଇଥାଏ । ଏହାପରେ ଇନଫେକ୍ସନ ହେତୁ ଅନ୍ୟ ବଡ ରୋଗ ହେବାର ବି ସମ୍ଭାବନା କମ ନୁହେଁ ।

ଏହି ନୂଆ ରିସର୍ଚ୍ଚ ଉପରେ ନଖ ବିଶେଷଜ୍ଞ କାୟଲା ନ୍ୟୁମେନଙ୍କର କହିବା କଥା କି ମୁଁ ଏହି ପ୍ରସଙ୍ଗକୁ ନେଇ କହିବା ଅପେକ୍ଷା, ଯେଉଁମାନେ ଲମ୍ବା ନଖ ରଖୁଛନ୍ତି ସେମାନେ ଏକଥା ଭଲଭାବରେ ଜାଣିଛନ୍ତି କି ନଖକୁ କିଭଳି ସଫା ରଖିବାକୁ ପଡିଥାଏ । ତେଣୁ ଏ ପ୍ରସଙ୍ଗରେ କହିବାର ଆବଶ୍ୟକତା ନାହିଁ ।

୨୦୨୦ର ମଧ୍ୟ ଏକ ଏଭଳି ରିସର୍ଚ୍ଚ ସାମନାକୁ ଆସିଥିଲା ଯେଉଁଥିରେ ଅନୁସନ୍ଧାନକାରୀ ମାନେ ଦାବି କରିଥିଲେ କି ମଣିଷଙ୍କ ପାଦ ଓ ନଖ ତଳ ୧୦୦ରୁ ଅଧିକ ଫଙ୍ଗସ ପ୍ରଜାତିଙ୍କ ବାସସ୍ଥାନ ଅଟେ । ୨୦୨୦ରେ ଅମେରିକାନ ର‍୍ୟାପରଙ୍କୁ ବି ନିଜ ନଖ ଛୋଟ କରିବାକୁ ପଡିଥିଲା । ଏମିତିକି ନଖ ମାମଲାରେ ଅମେରିକାନ ସିଙ୍ଗର ବିଲି ଏଲିସ ମଧ୍ୟ ଜଣେ ଉଦାହରଣ ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.