ବୈଜ୍ଞାନିକ ବାହାର କଲେ ସୁପର ଟମାଟୋ, ଶରୀରରେ ରୋଗ କମ୍‌ କରିବ ଏହି ସ୍ପେସାଲ ପରିବା

ସୁପର ଟମାଟୋ । ଏବେ ଏହି ଟମାଟୋ ବିଷୟରେ ଆପଣମାନେ ଶୁଣୁଥିବେ । ତେବେ ଏହା ଏମିତି କଣ ଯେ ତାକୁ ଆମେ ଗୁରୁତ୍ୱ ଦେବା ? ଏକଥା ସମସ୍ତଙ୍କୁ ଜଣା ନଥିବ । ଆସନ୍ତୁ ଆଜି ଆପଣମାନଙ୍କୁ ସେହି ସୁପର ଟମାଟୋ ବିଷୟରେ କହିବୁ । ଏହାକୁ ଖାସ ଭାବେ ପ୍ରସ୍ତୁତ କରାଯାଇଛି । କାରଣ ବୈଜ୍ଞାନିକମାନେ ଏହି ଟମାଟୋକୁ ବିକଶିତ କରିଛନ୍ତି । ବଜାରରେ ମିଳୁଥିବା ଟମାଟୋ ଠାରୁ ଏହା ଢେର ବେଶି ବିଶେଷତ୍ୱ ରହିଛି । ବୈଜ୍ଞାନିକମାନଙ୍କର ଦାବି ଯେ ଏହା ଖାସ ଟମାଟୋରେ ଭିଟାମିନ ଡି’ର ମାତ୍ରା ଅଧିକ । ଏମିତିକି ୨ଟି ଅଣ୍ଡାରେ ଯେତିକି ଭିଟାମିନ ଡି’ ମିଳିବ ସେତିକି ପରିମାଣର ଭିଟାମିନ୍‌ ଏହି ଟମାଟୋରେ ବି ରହୁଛି । ପିଲାଠୁ ବୁଢାଙ୍କ ମଧ୍ୟରେ ଦରକାର ହେଉଥିବା ଭିଟାମିନ ଡି’କୁ ପୂରା କରିବ ଏହି ସୁପର ଟମାଟୋ । ତା ସହ ଅନେକ ରୋଗକୁ ମଧ୍ୟ କମ କରିବାରେ ବି ସାହାଯ୍ୟ କରିବ । ଯେମିତିକି କ୍ୟାନସର, ଡିମେନ୍ସିଆ, ପାର୍କିନସନ୍‌ ଆଦି । ଦୁନିଆରେ ଏଭଳି ବହୁ ଲୋକ ଅଛନ୍ତି ଯେଉଁମାନେ ଭିଟାମିନ ଡି’ କମ୍‌ ଯୋଗୁ ଅନେକ ରୋଗ ସହ ଯୁଝି ହେଉଛନ୍ତି । ଏ କ୍ଷେତ୍ରରେ ଏହି ଟମାଟୋ ବହୁତ ବଢ଼ିଆ କାମ ଦେବ ବୋଲି କହିଛନ୍ତି ବୈଜ୍ଞାନିକମାନେ ।

ବ୍ରିଟିଶ ବୈଜ୍ଞାନିକଙ୍କର କହିବା କଥା କି ଏହି ଟମାଟୋକୁ ଜେନେଟିକ ଇଞ୍ଜିନିୟରିଙ୍ଗ ସାହାଯ୍ୟରେ ତିଆରି କରାଯାଇଛି । ସାଧାରଣ ଭାଷାରେ ବୁଝିବାକୁ ଗଲେ ଗଛ ଓ ମଣିଷର ନିଜ ନିଜ ଜିନ ରହିଛି । ଏବଂ ଜିନରେ ପରିବର୍ତ୍ତନ କରିବା ଦ୍ୱାରା ସେହି ଜିନିଷରେ ବି ପରିବର୍ତ୍ତନ ହୋଇଥାଏ । ଏହାକୁ ହିଁ ଜେନେଟିକ ଇଞ୍ଜିନିୟରିଙ୍ଗ କୁହାଯାଏ । ସୁପର ଟମାଟୋ ଜିନରେ ଏମିତି ହିଁ ପରିବର୍ତ୍ତନ କରାଯାଇଛି କି ଯେମିତି ସେଥିରେ ଅଧିକ ଭିଟାମିନ ଡି ମିଳି ପାରିବ । ବୈଜ୍ଞାନିକଙ୍କ କହିବା କଥା କି ଜେନେଟିକ ଇଞ୍ଜିନିୟରିଙ୍ଗ ଦ୍ୱାରା ଏଥିରେ ଏଭଳି ପରିବର୍ତ୍ତନ କରାଯାଇଛି କି ଗୋଟିଏ ଟମାଟୋ ଖାଇଲେ ଦୁଇଟି ଅଣ୍ଡାର ଶକ୍ତି ମିଳିବ

ଏକ ରିପୋର୍ଟ ଅନୁସାରେ ଦୁନିଆରେ ପାଖାପାଖି ୧୦୦ କୋଟିରୁ ଅଧିକ ଲୋକୋ ଭିଟାମିନ ଡି ଅଭାବ ସହ ଲଢୁଛନ୍ତି । ଯାହା ଫଳରେ ଅନେକ ପ୍ରକାରର ରୋଗ ବ୍ୟାପିବାରେ ଲାଗିଛି । ଭିଟାମିନ ସାଧାରଣତ ସକାଳର ସୂର୍ଯ୍ୟକିରଣରୁ ମିଳିଥାଏ । କିନ୍ତୁ ଥଣ୍ଡା ଦିନମାନଙ୍କରେ ଏହି କିରଣ ପ୍ରାୟତଃ ମିଳୁ ନଥିବାରୁ ଭିଟାମିନ ଡି’ର ଅଭାବ ଦେଖାଦିଏ । ତେଣୁ ଏମିତିରେ ଏହି ଅଭାବକୁ ପୂରା କରିବା ପାଇଁ ମାଛ, ଅଣ୍ଡା, ରେଡମିଟ, କ୍ଷୀର ଆଦି ଖାଇବାକୁ ପରାମର୍ଶ ଦିଆଯାଇଥାଏ ।

ଶରୀରରେ କ୍ୟାଲସିୟମର ଅବଶୋଷଣ ପାଇଁ ଭିଟାମିନ ଡି ହେବା ଜରୁରୀ ଅଟେ । ଫଳରେ ଏପରି ନହେବା ଦ୍ୱାରା ହାଡ, ଦାନ୍ତ ଓ ମାଂସପେଶୀ ଦୁର୍ବଳ ହୋଇଯାଇଥାଏ । ଏହାର ଅଭାବରେ ପିଲାଙ୍କ ମଧ୍ୟରେ ରିକେଟ୍ସ ନାମକ ରୋଗ ହେବାର ସମ୍ଭାବନା ବଢିଯାଏ । ବୟସ୍କଙ୍କ ଠାରେ ହାଡରେ କଷ୍ଟ ଅନୁଭବ ହୋଇଥାଏ । ଯାହାକୁ ଅଷ୍ଟିଓ ମଲୋସିଆ କୁହାଯାଏ । ଏହା ଛଡା ଭିଟାମିନ ଡି ମୁଡକୁ ସତେଜ ବନାଇଥାଏ । ଶରୀରରେ ଇମ୍ୟୁନିଟି ବାଢ଼ାଇବାରେ ସାହାଯ୍ୟ କରେ ଭିଟାମିନ ଡି । ତା ସହିତ ଏହା ଭଲ ନିଦ ମଧ୍ୟ କରାଇଥାଏ

ଗବେଷକଙ୍କ କହିବା କଥା କି ପନିପରିବା ଦ୍ୱାରା ଭିଟାମିନ ଡି’ ଠିକ ଭାବେ ପୂରଣ ହୋଇ ପାରେ ନାହିଁ । ଏଥିପାଇଁ ବିଶେଷ ଭାବରେ ମାଂସାହାରୀ ଖାଦ୍ୟ ଦରକାର ହୁଏ। ଯାହା ଉପରେ ମଣିଷ ବେଶି ନିର୍ଭର କରୁଛି । ତେଣୁ ଶରୀରରେ ଏହାର ଅଭାବକୁ ଦୂର କରିବା ପାଇଁ ସୁପର ଟମାଟୋ ଏକ ଭଲ ବିକଲ୍ପ ନୁହେଁ କି । ଯାହାକୁ ଉଭୟ ଶାକାହାରୀ ଓ ମାଂସାହାରୀ ଖାଇ ପାରିବେ । ଆଉ ଶରୀରରେ ଭିଟାମିନ୍‌ ଡି’ ଅଭାବକୁ ବି ପୂରଣ କରି ପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.