କେବଳ ମଣିଷ ନୁହେଁ ପଶୁ-ପକ୍ଷୀ ବି ଶିକାର କରିବାରେ ଖୁବ୍‌ ମାହିର୍‌, ଦେଖନ୍ତୁ ଭିଡିଓ

ଆମେ ଜାଣିଛନ୍ତି ମଣିଷ ବହୁତ ଚତୁର, ମଣିଷ ପାଖରେ ଅସମ୍ଭବକୁ ସମ୍ଭବ କରି ଦେଖାଇବାର କ୍ଷମତା ରହିଛି। ଦୁନିଆରେ କେବଳ ମଣିଷ ହିଁ ଶକ୍ତିଶାଳୀ ଆଉ ଚତୁର ବୋଲି ସମସ୍ତେ ଜାଣିଛନ୍ତି କିନ୍ତୁ ବେଳେବେଳେ ଏମିତି କିଛି ଦୃଶ୍ୟ ଆମ ଆଖି ସାମ୍ନାକୁ ଆସିଯାଏ ଯାହାକୁ ଦେଖିଲେ ବୋଧହୁଏ ଏମିତି ଲାଗିବ ଯେ ପଶୁମାନେ ମଧ୍ୟ ମଣିଷଙ୍କୁ ନକଲ କରିବାର ଖୁବ୍‌ ମାହିର। ଆମେ ଆପଣଙ୍କୁ ଏମିତି ସବୁ ଏଥିପାଇଁ କହୁଛୁ କାହିଁକିନା ଆମ ସାମ୍ନାକୁ ଏମିତି କିଛି ଦୃଶ୍ୟ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବା ସହିତ ଭାବିବା ପାଇଁ ବାଧ୍ୟ କରିଦେବ ନିଶ୍ଚୟ।

ଆମେ ଆଜି ଏମିତି ଏକ ଦୃଶ୍ୟ ଦେଖାଇବୁ ଯାହାକୁ ଦେଖିଲେ ଆପଣଙ୍କ ପାଟିରୁ ଆପେ ଆପେ ବାଃ ବାଃ ବାହାରିପଡିବ। ଆପଣ ଦେଖିପାରୁଥିବେ ଯେ ପାଣି ପାଖରେ ଏକ ମାଛରଙ୍କା ପକ୍ଷୀ ବସିଛି। ଆଉ ସେ ମାଛ ଶିକାର କରିବାକୁ ଜବରଦସ୍ତ ଆଇଡିଆ ବାହାର କରିଛି। ପାଣି ପାଖରେ ବସି ସେ ଏକ ସୁଲକୁ ନିଜ ଥଣ୍ଟ ସାହାଯ୍ୟରେ ପାଣି ଭିତରେ ପକାଉଛି। ଆଉ ତାପରେ ଚୁପଚାପ ମାଛକୁ ଅପେକ୍ଷା କରି ବସି ଯାଉଛି ଆଉ ଏକଦମ ମଣିଷଙ୍କ ନକଲ କଲାଭଳି ପକ୍ଷୀଟି ମାଛ ଶିକାର କରୁଛି। ସାଧାରଣତଃ ଆପଣ ଦେଖିଥିବେ ମଣିଷ ମାଛ ଧରିବାବେଳେ ବନସି କଣ୍ଟା ବ୍ୟବହାର କରିଥାନ୍ତି ଆଉ ଖାଦ୍ୟ ଅନ୍ୱେଷଣରେ ଆସି ମାଛ ପଡିଯାଏ ମଣିଷ ହାତରେ। କିନ୍ତୁ ଏଠି ଠିକ୍‌ ଏମିତି ତରିକା ଆପଣେଇଛି ମାଛରଙ୍କାଟିଏ।

ଏହି ଜବରଦସ୍ତ ତରିକାକୁ ଆପଣେଇ ମାଛରଙ୍କାଟିଏ ବହୁତ ଚାଲାକିରେ ମାଛଟିକୁ ନିଜ ଥୁଣ୍ଟ ସାହାଯ୍ୟରେ ଶିକାର କରିନେଲା। ତେବେ ଦେଖିଲେ ତ କେମିତି ବଡ ହିଁ ଚାଲାକ ତରିକାରେ ମାଛକୁ କେମିତି ଶିକାର କରିନେଲା ମାଛରଙ୍କା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.