ସାମ୍ନାକୁ ଆସିଲା ବଡ ଖବର, ୫ ଭାରତୀୟଙ୍କୁ ଚୀନ୍‌ ସୈନିକ ଅପହରଣ କରିଥିବା ଦାବି କଲେ କଂଗ୍ରେସ ବିଧାୟକ

ଭାରତ ଏବଂ ଚୀନ୍ ସୀମାରେ ତିକ୍ତତା ଜାରି ରହିଥିବା ବେଳେ ଏହାକୁ ସାମରିକ ତଥା ରାଜନୈତିକ ସ୍ତରରେ ସମାଧାନ କରିବା ପାଇଁ କ୍ରମାଗତ ବୈଠକ ଚାଲିଛି। ଏହି ସମୟରେ ଅରୁଣାଚଳ ପ୍ରଦେଶର କଂଗ୍ରେସ ବିଧାୟକ ନିନୋଙ୍ଗ ଏରିଙ୍ଗ ଶନିବାର ଏକ ଟ୍ଵିଟ୍‌ କରି ଦାବି କରିଛନ୍ତି, ଅରୁଣାଚଳ ପ୍ରଦେଶର ଉପର ସୁବାନସିରି ଜିଲ୍ଲାର ନାଚୋରୁ ୫ ଜଣଙ୍କୁ ଚୀନ୍ର ପିପୁଲ୍ସ ଲିବରେସନ୍ ଆର୍ମି ଦ୍ୱାରା ଅପହରଣ କରାଯାଇଛି। ଏହା ମଧ୍ୟ ଲେଖିଛନ୍ତି ଯେ, କିଛି ମାସ ପୂର୍ବରୁ ଏଭଳି ଘଟଣା ଘଟିଥିଲା। ସେ ନିଜ ଟ୍ୱିଟରେ ପିଏମଓଙ୍କୁ ଟ୍ୟାଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ନିନୋଙ୍ଗ ଏରିଙ୍ଗ କହିଛନ୍ତି ଯେ ରାଜ୍ୟର ଉପର ସୁବାନସିରି ଜିଲ୍ଲାର ନାଚୋ ଗ୍ରାମରୁ ଚୀନ୍ ସନୈକ ୫ ଜଣଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ୫ମାସ ପୂର୍ବରୁ ଘଟିଥିଲା। ଏହାସହ ପିଏମଓଙ୍କୁ ଟ୍ୟାଗ କରି କହିଛନ୍ତି, ପିଏଲଏ ଏବଂ କମ୍ୟୁନିଟି ପାର୍ଟି ଅଫ୍‌ ଚାଇନାକୁ ଉଚିତ୍‌ ଜବାବ ଦେବା ଉଚିତ। ସୂଚନା ମୁତାବକ ଚୀନ୍‌ ସୈନିକ ଜଙ୍ଗଲକୁ ଶିକାର କରିବାକୁ ଯିବା ସମୟରେ ହିଁ ସେମାନଙ୍କୁ ଅପହରଣ କରିଥିଲେ।

china kidnapଭାରତ ଏବଂ ଚୀନ ମଧ୍ୟରେ ସୀମା ବିବାଦକୁ ନେଇ ଦୀର୍ଘ ଦିନ ଧରି ଚିନ୍ତା ଲାଗି ରହିଛି। ପୂର୍ବ ଲଦାଖ ଅଞ୍ଚଳରେ ଚୀନ୍ ସେନା ଏବଂ ଭାରତୀୟ ସେନା ମଧ୍ୟରେ ବିବାଦ ଜାରି ରହିଛି। ଶୁକ୍ରବାର ଋଷରେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଚୀନ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା କରିଥିଲେ। ନିକଟରେ, ଅନ୍ୟ ଏକ ଡିଜିଟାଲ୍ ଷ୍ଟ୍ରାଇକ୍ ସମୟରେ ଭାରତ PUBG ସମେତ ଅନେକ ଚାଇନିଜ୍ ମୋବାଇଲ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଥିଲା। କିନ୍ତୁ ଚୀନ୍ ଏହାର ଆଣ୍ଟିକ୍ସ ଦ୍ୱାରା ବିଚଳିତ ନୁହେଁ।

ଚଳିତ ବର୍ଷ ଜୁନ୍ ୧୫ ରେ ଭାରତୀୟ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା ଯେଉଁଥିରେ ଭାରତର ଜଣେ କର୍ଣ୍ଣେଲଙ୍କ ସମେତ ୨୦ ଜଣ ସୈନିକ ନିହତ ହୋଇଥିଲେ। ଚୀନର ପାଖାପାଖି ୮୦ ଜଣ ସୈନିକ ମୃତ୍ୟୁବରଣ କରିଥିଲେ। ଏହାପରେ ଚୀନ୍‌ ସୈନିକ ୨୯ ଏବଂ ୩୦ ଅଗଷ୍ଟରେ ଏଲଏସି (LAC) କୁ ଉଲ୍ଲଂଘନ କରି ଭାରତୀୟ ସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ସେବେଠାରୁ ଭାରତୀୟ ଏବଂ ଚୀନ୍ ସୈନିକ ମୁହାଁମୁହିଁ ସ୍ଥିତିରେ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.