ସିକ୍କିମ ଭୟଙ୍କର ବନ୍ୟାରେ ଭାସି ଗଲେ ଓଡ଼ିଆ ଯବାନ ସରୋଜ, ଘରେ ୭ ମାସର ନବବଧୂ

କଣ କହିବେ କାହାକୁ କହିବେ କିଛି ବୁଝିପାନାହାନ୍ତି ନବବିବାହିତା ପତ୍ନୀ । ସ୍ୱାମୀଙ୍କ ସହ ନିଜ ବାହାଘର ଫଟୋକୁ ଧରି ଧାର୍ଯ୍ୟହରା ହୋଇପଡୁଛନ୍ତି । କେତେ କଣ ସ୍ୱପ୍ନ ଦେଖିଥିଲେ, କେତେ କଣ ଆଶା ବାନ୍ଧିଥିଲେ ହେଲେ ସବୁ କିଛି ଅନ୍ଧକାର ହୋଇଗଲା ଭଳି ଲାଗୁଛି ତାଙ୍କୁ ।

କାମାକ୍ଷାନଗର(କେନ୍ୟୁଜ୍): କଣ କହିବେ କାହାକୁ କହିବେ କିଛି ବୁଝିପାନାହାନ୍ତି ନବବିବାହିତା ପତ୍ନୀ । ସ୍ୱାମୀଙ୍କ ସହ ନିଜ ବାହାଘର ଫଟୋକୁ ଧରି ଧାର୍ଯ୍ୟହରା ହୋଇପଡୁଛନ୍ତି । କେତେ କଣ ସ୍ୱପ୍ନ ଦେଖିଥିଲେ, କେତେ କଣ ଆଶା ବାନ୍ଧିଥିଲେ ହେଲେ ସବୁ କିଛି ଅନ୍ଧକାର ହୋଇଗଲା ଭଳି ଲାଗୁଛି ତାଙ୍କୁ ।

କାନ୍ଥରୁ ଲିଭିନି ବାହା ଚିତା । ଦାଉ ଦାଉ ହୋଇ ଦିଶୁଛି । ଚଳିତ ବର୍ଷ ଫେବ୍ରୁଆରୀ ୧୧ ତାରିଖରେ ହୋଇଥିଲା ବିବାହ। ଆଉ ୭ ଭିତରେ କଣ ସବୁ ଘଟିଗଲା ତାହା କେହି କଳ୍ପନାରେ ସୁଦ୍ଧା ଭାବିନଥିଲେ। ଆମେ କହୁଛୁ ସିକ୍କିମରେ ବନ୍ୟା ପାଣିରେ ଭାସି ନିଖୋଜ ହୋଇଥିବା ଯବାନ ମାନଙ୍କ ମଧ୍ୟରେ ଥିବା ଜଣେ ଓଡ଼ିଆ ଯବାନଙ୍କ କଥା। ଏପଟେ ପୁଅର ନିଖୋଜ ଖବର ଶୁଣି ଧାର୍ଯ୍ୟ ଧରିପାରୁନାହାନ୍ତି ବୁଢା ବାପା ମା।

ନିଖୋଜ ଓଡ଼ିଆ ଯବାନ ଜଣକ ହେଉଛନ୍ତି କାମାକ୍ଷାନଗରର ଦିଘି ପଞ୍ଚାୟତ କେନ୍ଦୁଢିପ ଗାଁର ସରୋଜ କୁମାର ଦାସଙ୍କ କଥା । ୨୦୧୨ରୁ ସେନାରେ EME ଯବାନ ଭାବେ ନିଯୁକ୍ତି ପାଇଥିଲେ । ଗତ ସାତ ମାସ ହେବ ବିବାହ କରିଥିଲେ ସରୋଜ । ଅଗଷ୍ଟ ମାସରେ ଘରକୁ ଆସିଥିଲେ । ମଙ୍ଗଳବାର ରାତି ୧୦ଟାରେ ପରିବାର ଲୋକଙ୍କ ସହ ଶେଷ ଥର କଥା ହୋଇଥିଲେ । ପ୍ରବଳ ବର୍ଷା ପାଇଁ ଗାଡି ଭିତରେ ରହିଥିବା ପରିବାର ଲୋକଙ୍କୁ କହିଥିଲେ ସରୋଜ।

ଏହାପରେ ଗତକାଲି ଦିନ ୧୧ ଟାରେ ପରିବାର ଲୋକ ଟିଭିରେ ଯବାନଙ୍କ ବନ୍ୟାରେ ନିଖୋଜ ଖବର ଦେଖି ମୋବାଇଲକୁ ଫୋନ କରିଥିଲେ । ମୋବାଇଲ ଫୋନ୍ ବନ୍ଦ ଥିବାରୁ ୟୁନିଟ ସହ କଥା ହୋଇ ନିଖୋଜ ଖବର ପାଇଥିବା ବଡଭାଇ ମନୋଜ ସାହୁ ସୂଚନା ଦେଇଛନ୍ତି। ପରିବାର ଲୋକ ଆଶଙ୍କା ଭିତରେ ଅଛନ୍ତି । ସୁରକ୍ଷିତ ଭାବରେ ସରୋଜ ଫେରି ଆସନ୍ତୁ ବୋଲି ସମସ୍ତ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି ।

mrg

ଏ ଖବର ଦୋହଲାଇ ଦେଇଛି ଏହି ପରିବାରକୁ । ଘରର ଏକମାତ୍ର ରୋଜଗାରିଆ ପୁଅ ଥିଲେ ସରୋଜ । ସମସ୍ତଙ୍କ କଥା ବୁଝୁଥିଲେ । ସମସ୍ତଙ୍କ ସହ ତାଙ୍କର ଥିଲା ଭଲ ସମ୍ପର୍କ । ଭାଇ, ଭଉଣୀ, ବାପା, ମା ସ୍ତ୍ରୀ ଙ୍କୁ ନେଇ ସୁନ୍ଦର ପରିବାର ଥିଲା ତାଙ୍କର । ହେଲେ ଏଇ ବାଦଲ ଫଟା ବର୍ଷା ଏଇ ଘରର ଖୁସିକୁ କୁଆଡେ ଭସେଇ ନେଲା ଯେ କିଏ ଖୋଜ ଖବର ଟିକେ ପାଉନାହାନ୍ତି ।

ସୂଚନାଯୋଗ୍ୟ, ସିକ୍କିମରେ ଭୟଙ୍କର ଫ୍ଲାସ୍ ଫ୍ଲଡ୍ । ଭାସିଯାଇଛନ୍ତି ସେନାର ୨୩ ଯବାନଙ୍କ ସମେତ ୪୩ ଜଣ । ସେନାର ବହୁ ଗାଡ଼ିମୋଟର ମଧ୍ୟ ଭାସିଯାଇଛି । ୨-୩ ଦିନ ହେବ ସିକିମରେ ବର୍ଷା ଲାଗି ରହିଥିବା ବେଳେ ମଙ୍ଗଳବାର ରାତିରେ ହୋଇଥିଲା ମୂଷଳ ଧାରାରେ ବୃଷ୍ଟିପାତ । ଫଳରେ ଲାଚେନ୍ ଭ୍ୟାଲି ନିକଟରେ ତିସ୍ତା ନଦୀର ଜଳସ୍ତର ୧୫ରୁ ୨୦ ଫୁଟ ବଢ଼ି ଯାଇଥିଲା । ହ୍ରଦ ମଧ୍ୟ ଉଛୁଳି ପଡ଼ିଥିଲା ।