ବାଲେଶ୍ଵର ରୁ ଲଣ୍ଡନ ବାଇକ୍ ରେ ଯାତ୍ରା ! ଆଶ୍ଚର୍ଯ୍ୟ ହେଲେ ବି ସତ

ବାଲେଶ୍ଵରରୁ ଲଣ୍ଡନ ଯାତ୍ରା । ସବୁଠାରୁ ଆଶ୍ଚର୍ଯ୍ୟର କଥା ନା ସିପ୍ ରେ ଯାତ୍ରା କରିବେ ନା ପ୍ଲେନ୍ ରେ ଯାତ୍ରା କରିବେ। ନିଜ ବାଇକ୍ ରେ ବାଲେଶ୍ଵରରୁ କରିବେ ଲଣ୍ଡନ ଯାତ୍ରା । ବାଲେଶ୍ଵର ସହରର ଜଣାଶୁଣା ଯୁବକ ତଥା ବ୍ୟବସାୟୀ କୃଷ୍ଣ ଚନ୍ଦ୍ର ଶତପଥୀ ଓରଫ ପପୁ ଶତପଥୀ ବାଲେଶ୍ଵରରୁ ଲଣ୍ଡନ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ।

ବାଲେଶ୍ଵର(କେନ୍ୟୁଜ୍‌): ଏ ଦୁନିଆରେ ଅସମ୍ଭବ କିଛି ନୁହେଁ । କରିପାରିଲେ ସବୁ ସମ୍ଭବ । ଖାଲି ଦରକାର ନିଜ ଭିତରେ ଅସିମ ଆତ୍ମବିଶ୍ୱାସ । ଆମ ଦ୍ୱାରା କିଛି ଅସମ୍ଭବ ନୁହେଁ । ଏ ଉକ୍ତିଟି ଶୁଣିଲେ ଯେକୌଣସି ଲୋକର ରକ୍ତ ଗରମ ହୋଇଯିବ ଏବଂ  ଯେକୌଣସି କାମକୁ କରିଦେଖାଇବାର ଜୋସ୍ ଆପେ ଆପେ ଜାଗ୍ରତ ହେବ  ।

ତେବେ ଦୁନିଆରେ ଲୋକଙ୍କର ଅଜବ ସଉକ୍ ରହିଛି । ସଉକ୍ କୁ ପୂରଣ କରିବା ପାଇଁ ଯାହାବି କଷ୍ଟ କରିବାକୁ ପଡୁ ପଛେ କିଛି ଲୋକ ସେ ସବୁ କରିଥାନ୍ତି । ସେମାନଙ୍କ ଭିତରୁ ଏମିତି କିଛି ଅଛନ୍ତି ଯେଉଁମାନେ କେବଳ ଏହି ବିଶ୍ୱର ମଙ୍ଗଳ ଚାହାନ୍ତି । ଆଉ ବିଶ୍ୱର ମଙ୍ଗଳ ପାଇଁ ସବୁ କିଛି କରିବା ହିଁ ସେମାନଙ୍କର ସଉକ ପାଲଟିଯାଏ । ଏମିତି ଜଣେ ବ୍ୟକ୍ତି  ଯିଏ ଏବେ ସମସ୍ତଙ୍କର ଆଲୋଚନାର କେନ୍ଦ୍ର ବିନ୍ଦୁ  ।

ବାଲେଶ୍ଵରରୁ ଲଣ୍ଡନ ଯାତ୍ରା । ସବୁଠାରୁ ଆଶ୍ଚର୍ଯ୍ୟର କଥା ନା ସିପ୍ ରେ ଯାତ୍ରା କରିବେ ନା ପ୍ଲେନ୍ ରେ ଯାତ୍ରା କରିବେ। ନିଜ ବାଇକ୍ ରେ ବାଲେଶ୍ଵରରୁ କରିବେ ଲଣ୍ଡନ ଯାତ୍ରା । ବାଲେଶ୍ଵର ସହରର ଜଣାଶୁଣା ଯୁବକ ତଥା ବ୍ୟବସାୟୀ କୃଷ୍ଣ ଚନ୍ଦ୍ର ଶତପଥୀ ଓରଫ ପପୁ ଶତପଥୀ ବାଲେଶ୍ଵରରୁ ଲଣ୍ଡନ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ।

ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ କୃଷ୍ଣ ଚନ୍ଦ୍ର ଏଭଳି ଦୁଃସାହାସିକ ପଦକ୍ଷେପ ନେଇଛନ୍ତି । ପୂର୍ବରୁ ୨୦୧୮ ରେ ୭ଟି ଦେଶକୁ ଯାତ୍ରା କରିଥିଲେ କୃଷ୍ଣଚନ୍ଦ୍ର । ବର୍ତମାନ ୨୦୨୪ ରେ ବାଲେଶ୍ଵରରୁ ଲଣ୍ଡନ ଯାତ୍ରା ପାଇଁ ୩୦ ଦେଶ ଅତିକ୍ରମ କରି ୨୫୦୦୦ କିଲୋମିଟର ରାସ୍ତା ୧୦୦ ଦିନରେ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଗତକାଲି ତାଙ୍କର ଗସ୍ତ ସମୟରେ ବାଲେଶ୍ଵରର ବାଇକର୍ସ ମାନେ ଏକ ପଟୁଆରରେ ସହର ପରିକ୍ରମା କରିବା ସହ ତାଙ୍କର ଶୁଭମନାସି ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.