କୌଣସି ବି ଗୁରୁବାର କରନ୍ତୁ କଦଳୀ ଗଛ ଉପରେ ଏହି ଉପାୟ, ହେବ ଜବରଦସ୍ତ ଧନଲାଭ

ପୂଜାପାଠ ସମୟରେ ଅନେକ ପ୍ରକାରର ପୂଜା ସାମଗ୍ରୀ ବ୍ୟବହାର କରାଯାଇଥାଏ। କର୍ପୂର, ରୋଲି, ମୌଲି, ଚନ୍ଦନ କାଠ, ଧୂପକାଠି ଆଦି ସାମଗ୍ରୀ ପୂଜାରେ ବ୍ୟବହାର କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହା ବ୍ୟତୀତ ଧନ ଲାଭ ପାଇଁ ମଧ୍ୟ ଏହି ସବୁ ସାମଗ୍ରୀ ପ୍ରୟୋଗ କରାଯାଇଥାଏ। ଧନ ଲାଭ ଏବଂ ସୁଖ ସମୃଦ୍ଧି ପାଇଁ ଗୋପୀ ଚନ୍ଦନର ବ୍ୟବହାର ବହୁତ ଖାସ୍‌ ବୋଲି ବିବେଚନା କରାଯାଏ। ଆସନ୍ତୁ ଜାଣିବା, ଧନ ରୋଜଗାର ପାଇଁ କିଭଳି ଭାବେ ଗୋପୀ ଚନ୍ଦନ ବ୍ୟବହାର କରାଯାଇଥାଏ।

-ଶାସ୍ତ୍ରୀୟ ମାନ୍ୟତା ଅନୁସାରେ, କୌଣସି ବି ମାସର ଗୁରୁବାର ଦିନ ଶୁଭ ମୁହୂର୍ତ୍ତରେ ଗୋପୀ ଚନ୍ଦନର ୯ଟି ଡାଳ ନେଇ ଏକ କଦଳୀ ଗଛରେ ଟାଙ୍ଗି ଦିଅନ୍ତୁ। ଏହି ଡାଳଗୁଡ଼ିକୁ ହଳଦିଆ ସୂତାରେ ବାନ୍ଧିବା ଆହୁରି ବି ଭଲ ହୋଇଥାଏ। ଗୁରୁ ପୁଷ୍ୟ ନକ୍ଷତ୍ରର ଶୁଭ ସଂଯୋଗରେ ଏମିତି କରିବା ଦ୍ୱାରା ଅଧିକ ଲାଭ ମିଳିଥାଏ। ଗୋପୀ ଚନ୍ଦନର ଏହି ଉପାୟକୁ ଅଟକିଥିବା ଧନ ପାଇବା ପାଇଁ ମଧ୍ୟ କରାଯାଇଥାଏ। ଏହା ବ୍ୟତୀତ ଧନ ସହ ଜଡିତ ଅନ୍ୟାନ୍ୟ ସମସ୍ୟା ପାଇଁ ବି ଏହି ଉପାୟ ପ୍ରଭାବଶାଳୀ ହୋଇଥାଏ।

-ଅନେକ ବାର ସମସ୍ତ ଚେଷ୍ଟା ସତ୍ତ୍ୱେ ଧନ ସମ୍ବନ୍ଧୀୟ ସମସ୍ୟା ଶୀଘ୍ର ସମାଧାନ ହୋଇ ନ ଥାଏ। ଏଭଳି ପରିସ୍ଥିତିରେ ମଧ୍ୟ ଗୋପୀ ଚନ୍ଦନ ସହ ଜଡିତ ଏହି ଉପାୟରୁ ଅନେକ ସମାଧାନ ମିଳି ଯାଇଥାଏ। ଏଥି ସହିତ କରଜ ଭାର ମଧ୍ୟ ହାଲୁକା ହୋଇଯାଏ।

-ମାନ୍ୟତା ଅନୁସାରେ, ଗୋପୀ ଚନ୍ଦନର ଏହି ପ୍ରତିକାର କରୁଥିବା ଲୋକର ଶରୀର ଓ ମନ ନିର୍ମଳ ଏବଂ ପବିତ୍ର ରହିବା ଉଚିତ୍। ଆହୁରି ମଧ୍ୟ ଏହି ଉପାୟକୁ ସକାଳେ କରିବା ଭଲ। ଏହି ଉପାୟ କରିବା ବେଳେ ମନରେ ଇଚ୍ଛା ଏବଂ କାମନା ରହିବା ଉଚିତ୍। ସେତେବେଳେ ଏହାର ଲାଭ ମିଳିଥାଏ।

-ଗୋପୀ ଚନ୍ଦନ ହେଉଛି ଦ୍ୱାରକାର ଗୋପୀ ପୋଖରୀର ମାଟି। ଏହାକୁ ବୈଷ୍ଣବ ସମ୍ପ୍ରଦାୟର ଲୋକମାନେ ବହୁତ ପସନ୍ଦ କରି ଥାଆନ୍ତି। କାରଣ, ଏହା ପବିତ୍ର ହୋଇଥାଏ। ସ୍କନ୍ଦ ପୁରାଣ ଅନୁଯାୟୀ, ଶ୍ରୀକୃଷ୍ଣ ଗୋପୀମାନଙ୍କ ଭକ୍ତିରେ ସନ୍ତୁଷ୍ଟ ହୋଇ ଦ୍ୱାରକାଠାରେ ଗୋପୀ ପୋଖରୀ ନିର୍ମାଣ କରିଥିଲେ। ମାନ୍ୟତା ରହିଛି କି, ଏହି ପୋଖରୀରେ ଗାଧୋଇବା ଦ୍ୱାରା ଶରୀରର କାନ୍ତି ଓ ଉଜ୍ଜ୍ୱଳତା ବଢ଼ିଥାଏ। ଗୋପୀ ଚନ୍ଦନର ତିଲକ କପାଳରେ ଲଗାଯାଇଥାଏ।