କଡା ହେଲା କଟକଣା: ଓଡିଶାର ସହରାଞ୍ଚଳରେ ରାତି ୯ରୁ ସକାଳ ୫ ଯାଏଁ ନାଇଟ କର୍ଫ୍ୟୁ, ସ୍କୁଲ କଲେଜ ବନ୍ଦ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ବଢୁଛି ସଂକ୍ରମଣ । ତାସହ ବଢ଼ିଲା କଟକଣା । ନାଇଟ୍ କର୍ଫ୍ୟୁ ସମୟସୀମା ବଢିଲା । କୋଭିଡ କଟକଣା ନେଇ ଆସିଲା ନୂଆ ଗାଇଡ଼ଲାଇନ। ରାଜ୍ୟର ସମସ୍ତ ସହରାଞ୍ଚଳରେ ଏଣିକି ରାତି ୯ଟାରୁ ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ ଲାଗିବ । ଆସନ୍ତା ୭ ତାରିଖ ସକାଳରୁ ଫେବ୍ରୁଆରୀ ୧ ତାରିଖ ଯାଏ ଲାଗୁ ହେବ ନୂଆ କଟକଣା ।ତେବେ କଣ କଣ କଣ ରହିଛି କଟକଣା ନଜର ପକାନ୍ତୁ।
- ବିବାହ ଉତ୍ସବରେ ୧୦୦ ଜଣଙ୍କୁ ଅନୁମତି ମିଳିବ ଓ ଅନ୍ତ୍ୟେଷ୍ଟି କ୍ରିୟାରେ ସର୍ବାଧିକ ୫୦ ଜଣଙ୍କୁ ଅନୁମତି ମିଳିବ ।
- ବାହାଘର ଶୋଭାଯାତ୍ରାରେ ସର୍ବାଧିକ ୩୦ ଜଣଙ୍କୁ ଅନୁମତି
- ରାଜ୍ୟରେ ୫୦ ପ୍ରତିଶତ କ୍ଷମତାରେ ଚାଲିବ ସରକାରୀ ଅଫିସ।
- ଦୋକାନ ବଜାରରେ ଗହଳି ନକରିବାକୁ ଏସଆରସି ନିବେଦନ କରିଛନ୍ତି।
- ରାଜ୍ୟରେ ସ୍କୁଲ, କଲେଜରେ ଦ୍ୱାଦଶ ଶ୍ରେଣୀ ଯାଏ କ୍ଲାସ୍ ବନ୍ଦ ରହିବ । କିନ୍ତୁ ଅଲଲାଇନ୍ରେ ଜାରି ରହିବ ପାଠପଢ଼ା ।
- ସ୍କୁଲ କର୍ତ୍ତୃପକ୍ଷ ଅନଲାଇନରେ ପାଠ ପଢା ଜାରି ରଖିବେ।
- କେବଳ ୮ ତାରିଖ ଯାଏ ଦଶମ ଶ୍ରେଣୀ ଆସେସମେଣ୍ଟ ପରୀକ୍ଷା ଚାଲିବ ।
- ଛୋଟ ଛୋଟ ବ୍ୟାଚରେ ଡାଉଟ୍ କ୍ଲିଅର୍ ସେସନ୍ କ୍ଲାସ କରି ପାରିବେ
ଦୋକାନ ବଜାରରେ ଗହଳି ନକରିବାକୁ ନିର୍ଦ୍ଦେଶ ରହିଛି
- ଦୋକାନୀ ଦାୟିତ୍ୱ ନିର୍ବାହରେ ଖିଲାପ କଲେ ଅତିକମରେ ୭ ଦିନ ସିଲ୍ ହେବ ।
- ସାମାଜିକ ଓ ଧାର୍ମିକ ସମାବେଶ ବନ୍ଦ ରହିବ ।
- ରାଜନୈତିକ, କ୍ରୀଡ଼ା ଓ ଶୈକ୍ଷିକ କାର୍ଯ୍ୟକ୍ରମରେ ସର୍ବାଧିକ ୧୦୦ ଜଣଙ୍କୁ ଅନୁମତି ରହିଛି ।
- ଆବଦ୍ଧ ହଲରେ କ୍ଷମତାର ୫୦ ପ୍ରତିଶତରୁ ଅଧିକ ଲୋକଙ୍କୁ ଅନୁମତି ନାହିଁ ।
- ପ୍ରଦର୍ଶନୀ, ଏକ୍ସପୋ, ଟ୍ରେଡ୍ ଫେୟାର୍, ମେଳା ହେବ ନାହିଁ ।
- ସର୍ବସାଧାରଣ ପାର୍କ, ବିଚ୍ ଓ ଟୁରିଷ୍ଟ ସ୍ପଟର୍ ପିକନିକ ମନା ।
- ହୋଟେଲ୍, କ୍ଲବ, ପାର୍କ, କନଭେନସନ୍ ସେଣ୍ଟର, ମଲ୍, କଲ୍ୟାଣ ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ମନା ।
- ଶିକ୍ଷାନୁଷ୍ଠାନରେ ପିକନିକ୍ ଆୟୋଜନ କରିବେ ନାହିଁ
- ବାର୍ଷିକ ଉତ୍ସବ ପାଳନକୁ ମନା
- ୫୦ ପ୍ରତିଶତ ସିଟିଂ କ୍ଷମତାରେ ଖୋଲିବ ହୋଟେଲ୍, ବାର୍, ରେଷ୍ଟୁରାଣ୍ଟ
- ହୋଟଲ୍, ରେଷ୍ଟୁରାଣ୍ଟ, ବାର୍, ଢାବା ରାତି ୯ଟା ଯାଏ ଖୋଲା ରହିବ
- ଫୁଡ୍ ଭେଣ୍ଡରମାନେ ରାତି ୯ଟା ଯାଏ ବ୍ୟବସାୟ କରିବେ, ଭିଡ଼କୁ ଏଡାଇବେ
- ଫୁଡ୍ ଭେଣ୍ଡର ଆଗରେ ୫ରୁ ଅଧିକ ଲୋକ ଭିଡ଼ କରିବେ ନାହିଁ
- ମନ୍ଦିରରେ ଧାର୍ମିକ କାର୍ଯ୍ୟକ୍ରମରେ ଲୋକଙ୍କ ସମାଗମକୁ ବାରଣ
- ଯାତ୍ରାରେ ହଜାରେ ଲୋକଙ୍କୁ ଅନୁମତି
- ଓପନ୍ ଥିଏଟରରେ ଯାତ୍ରା ପରିବେଷଣକୁ ଅନୁମତି
- ସିନେମା ହଲ୍, ଥିଏଟର ୫୦ ପ୍ରତିଶତ କ୍ଷମତା ସହ ଚାଲିବ
- ପ୍ରାଣୀ ଉଦ୍ୟାନ, ଚିଡିଆଖାନାରେ କେବଳ ଅନଲାଇନ୍ ଟିକେଟ
- କୌଣସି ସରକାରୀ ମିଟିଂ ଓ ଟ୍ରେନିଂ କାର୍ଯ୍ୟକ୍ରମରେ ୧୦୦ ଜଣଙ୍କୁ ଅନୁମତି
- ଇନଡୋର୍ ଓ ଆଉଟ୍ ଡୋର୍ ଫିଲ୍ମ ସୁଟିଂ ୫୦ ଜଣଙ୍କୁ ନେଇ କରିପାରିବେ