ଜନ୍ମାଷ୍ଟମୀରେ କଣ କରିବେ, କଣ କରିବେ ନାହିଁ

ଭାଦ୍ରବ ମାସ ସେପଟେମ୍ବର ୨ ତାରିଖରେ ପଡୁଛି ଦୁର୍ଲଭ ଯୋଗ । କ୍‌ଷ୍ଣପକ୍ଷ ଅଷ୍ଟମୀ ତିଥିରେ ଜନ୍ମାଷ୍ଟମୀ ପାଳନ କରାଯାଉଛି । ଦ୍ବାପର ଯୁଗରେ କୁଷ୍ଣ ଜନ୍ମ ବେଳେ ଯେଉଁ ଯୋଗ ସବୁ ପଡ଼ଥିଲା, ଠିକ୍ ସେହି ଯୋଗ ଏଥର ପଡୁଛି । ରବିବାର ରାତି ୮ଟା ୪୮ ମିନିଟରୁ ସୋମବାର ସଂଧ୍ୟା ୭ଟା ୨୦ ମିନିଟ୍ ପର୍ଯନ୍ତ ଅଷ୍ଟମୀ ତିଥି ରହିବ । ରୋହିଣୀ ନକ୍ଷତ୍ର ରବିବାର ୮ଟା ୪୯ ମିନିଟରୁ ସୋମବାର ରାତି ୮ଟା ୫ ମିନିଟ୍ ଯାଏ ରହିବ । ତେଣୁ ରବିବାର ଦିନ ଜନ୍ମାଷ୍ଟମୀ ବ୍ରତ ପାଳନ କରାଯିବ । ତେବେ ଏହି ଦିନ କିଛି କାମ ଭୁଲରେ ବି କରିବେ ନାହିଁ। ନଚେତ ଜୀବନରେ ସମସ୍ୟା ଆସିପାରେ ।

ମନେ ରଖନ୍ତୁ : କାହା ସହିତ ଖରାପ ବ୍ୟବହାର କରନ୍ତୁ ନାହିଁ । ଗରିବ ଓ ଅସହାୟ ବ୍ୟକ୍ତିଙ୍କୁ ହଇରାଣ କରୁଥିବା ଲୋକ ଦୁଃଖ ଭୋଗିବେ । ଲୋକଙ୍କୁ ଭୋଜନ କରାଇବା ସହ ଯେତିକି ହୋଇ ପାରିବ ଲୋକଙ୍କ ସହାୟତା କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.