ସୁଖ-ସମୃଦ୍ଧି ପାଇଁ ଶ୍ରାବଣ ମାସର ପ୍ରଥମ ସୋମବାର ରାଶି ଅନୁସାରେ କରନ୍ତୁ ଭଗବାନ ଶିବଙ୍କୁ ଅଭିଷେକ, ପୁରିବ ମନସ୍କାମନା

ଶ୍ରାବଣ ମାସ ୨୦୨୨ରେ ୪ ସୋମବାର ପଡ଼ୁଛି । ଯେଉଁଠି ପ୍ରଥମ ସୋମବାର ପଡୁଛି ୧୮ ଜୁଲାଇରେ । ଶ୍ରାବଣରେ ପଡ଼ୁଥିବା ସବୁ ସୋମବାରର ବିଶେଷ ମହତ୍ତ୍ୱ ରହିଛି । ମାନ୍ୟତା ରହିଛି ଯେଉଁ ଭକ୍ତ ଏହି ସୋମବାରରେ ବ୍ରତ ରଖି ଭଗବାନ ଶିବଙ୍କୁ ବିଧି ବିଧାନ ସହ ପୂଜା କରନ୍ତି ତାଙ୍କର ସବୁ କଷ୍ଟ ଦୂର ହୋଇଥାଏ ।

ଏହି ମାସରେ ଭଗବାନ ଶିବଙ୍କୁ ପୂଜା କରିବା ବେଳେ ଦୁର୍ଦୁରା, ବେଲପତ୍ର, ଗୁଆ, ପଞ୍ଚାମୃତ, ନଡ଼ିଆ, କଳା ଖସା,ଭାଙ୍ଗପତ୍ର, ଦୁଧ ଓ ଗୁଡ ଆଦି ଅର୍ପଣ କରିବା ଶୁଭ ମନାଯାଇଥାଏ । ଜାଣନ୍ତୁ ରାଶି ଅନୁସାରେ କେଉଁ ଜିନିଷରେ ଭଗବାନ ଶିବଙ୍କୁ କରିବେ ଅଭିଷେକ ।

ରାଶି ଅନୁସାରେ କରନ୍ତୁ ମହାଦେବଙ୍କ ଅଭିଷେକ

– ମେଷ ରାଶି : ମେଷ ରାଶି ଜାତକ ଜଳରେ ଗୁଡ଼ ମିଶାଇ ଭଗବାନ ଶିବଙ୍କ ଅଭିଷେକ କରନ୍ତୁ ।

– ବୃଷ ରାଶି : ବୃଷ ରାଶି ବ୍ୟକ୍ତି ଦହିରେ ଭଗବାନ ଶିବଙ୍କ ଅଭିଷେକ କରନ୍ତୁ ।

– ମିଥୁନ ରାଶି : ଏହି ରାଶିର ଲୋକେ ଆଖୁ ରସରେ ଭଗବାନ ଭୋଳାନାଥଙ୍କ ଅଭିଷେକ କରନ୍ତୁ ।

– କର୍କଟ ରାଶି : ଏହି ରାଶିର ଲୋକେ ଘିଅରେ ଭଗବାନ ଶିବଙ୍କ ଅଭିଷେକ କରନ୍ତୁ ।

– ସିଂହ ରାଶି : ଏହି ରାଶିର ଲୋକେ ଜଳରେ ଗୁଡ ମିଶାଇ ଭଗବାନ ଶିବଙ୍କୁ ଅଭିଷେକ କରନ୍ତୁ ।

– କନ୍ୟା ରାଶି : ଏହି ରାଶିର ଲୋକେ ଆଖୁ ରସରେ ଭଗବାନ ଭୋଳାନାଥଙ୍କ ଅଭିଷେକ କରନ୍ତୁ ।

– ତୁଳା ରାଶି : ତୁଳା ରାଶିର ଲୋକେ ଯଦି ସୁଗନ୍ଧିତ ତେଲରେ ଭଗବାନ ଶିବଙ୍କୁ ଅଭିଷେକ କରନ୍ତି, ତେବେ ମନସ୍କାମନା ଶୀଘ୍ର ପୂର୍ଣ୍ଣ ହୋଇଥାଏ ।

– ବିଚ୍ଛା ରାଶି :  ଏହି ରାଶିର ଲୋକେ ପଞ୍ଚାମୃତରେ ଭଗବାନ ଶିବଙ୍କୁ ଅଭିଷେକ କରିବା ଉଚିତ୍‌ ।

– ଧନୁ ରାଶି : ଏହି ରାଶିର ଲୋକେ ଦୁଧରେ ହଳଦୀ ମିଶାଇ ଭଗବାନ ଶିବଙ୍କୁ ଅଭିଷେକ କରନ୍ତୁ । ମିଳିବ ବହୁତ ଲାଭ ।

– ମକର ରାଶି : ଏହି ରାଶିର ଲୋକେ ପଇଡ ପାଣିରେ ଭୋଳାନାଥଙ୍କୁ ଅଭିଷେକ କରନ୍ତୁ । ପୂର୍ଣ୍ଣ ହେବ ମନସ୍କାମନା ।

– କୁମ୍ଭ ରାଶି : ଏହି ରାଶିର ଲୋକେ ରାଶି ତେଲରେ ଭଗବାନ ଶିବଙ୍କୁ ଅଭିଷେକ କରନ୍ତୁ । ଲାଭ ମିଳିବ ।

– ମୀନ ରାଶି : ଏହି ରାଶିର ଲୋକେ ଦୁଧରେ କେଶର ମିଶାଇ ଭଗବାନ ଶିବଙ୍କୁ ଅଭିଷେକ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.