ଲକଡାଉନ ସମୟରେ ପୁଲ୍ ପାର୍ଟି, ଦେଖନ୍ତୁ କେମିତି ଚାଲିଛି ସାମାଜିକ ଦୂରତା

ବର୍ତ୍ତମାନ ସମଗ୍ର ବିଶ୍ବରେ କରୋନାର କାୟା ବିସ୍ତାର ହେବାରେ ଲାଗିଛି। ଏନେଇ କରୋନା ଭାଇରସ କବଳରୁ ରକ୍ଷା ପାଇବା ପାଇଁ ସବୁଠାରୁ ଜରୁରୀ ହେଉଛି ସାମାଜିକ ଦୂରତା ରକ୍ଷା କରିବା, ଯାହା ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକମାନେ ସମସ୍ତଙ୍କ ପାଖରେ ରହିବା ଆବଶ୍ଯକ। କିନ୍ତୁ ବର୍ତ୍ତମାନ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସାମାଜିକ ଦୂରତାକୁ ଲୋକମାନେ ଫୁ କରିଛନ୍ତି। ଏହି ଭିଡିଓରେ ଶହ ଶହ ଲୋକମାନେ ଏକ ପୁଲ୍ ରେ ପାର୍ଟି କରୁଥିବାର ନଜର ଆସିଛନ୍ତି।

pool partyସୂଚନା ମୁତାବକ ଏହି ଭିଡିଓ ଆମେରିକାର ସେଣ୍ଟ୍ରାଲ ମିସୌରୀ ନାମକ ଏକ ସ୍ଥାନର। ଏଠାରେ ଲେକ୍ ଅଫ୍ ଦ ଓଜାର୍କରେ ଲୋକମାନେ ବିନା ମାସ୍କ ଏବଂ ସାମାଜିକ ଦୂରତାକୁ ଅଣଦେଖା କରି ପୁଲ୍ ରେ ପାର୍ଟି କରୁଛନ୍ତି। ଏହି ପାର୍ଟିରେ ଲୋକମାନେ ପରସ୍ପରଙ୍କ ଠାରୁ ଦୂରତା ରକ୍ଷା କରିବା ତ ଦୂରର କଥା ବରଂ ପରସ୍ପରଙ୍କୁ ଆଲିଙ୍ଗନ କରୁଥିବାର ନଜର ଆସିଛନ୍ତି। ଅନ୍ଯପଟେ ଭାରତ ଠାରୁ ବିଦେଶରେ କରୋନାର ପ୍ରଭାବ ଅଧିକ ବଢିବାରେ ଲାଗିଛି। ବର୍ତ୍ତମାନ ଏହି ଭିଡିଓକୁ ଦେଖି ଚିନ୍ତା ଆହୁରି ବଢିଯାଇଛି।

ସୂଚନା ମୁତାବକ ଯେଉଁ ସହରରେ ଏହି ଫୁଲ୍ ପାର୍ଟି ଆୟୋଜିତ ହୋଇଛି, ସେଠାରେ କୋଭିଡ-୧୯ରେ ସମୁଦାୟ ୧୧,୭୫୨ ହଜାର ମାମଲା ଥିବା ବେଳେ ୬୭୬ଜଣଙ୍କର ମ୍ତ୍ଯୁ ହୋଇସାରିଛି। ଅନ୍ଯଏକ ସୂଚନା ଅନୁଯାୟୀ ଏହି ପୁଲ୍ ପାର୍ଟି ମେମୋରିଆଲ ଡେ ୱିକେଣ୍ଡ ଦିନ ପାଳିନ କରାଯାଇଛି। ଏହିଦିନ ୟୁନାଇଟେଡ ଷ୍ଟେଟ୍ ଆର୍ମ୍ଡ ଫୋର୍ସରେ ସହିଦ୍ ହୋଇଥିବା ସୈନିକଙ୍କୁ ସମ୍ମାନ ଦେବା ପାଇଁ ପାଳନ କରାଯାଇଥାଏ। ଏହି ଦିନ ପ୍ରତ୍ଯେକ ବର୍ଷ ମେ ମାସର ଶେଷ ସୋମବାରରେ ପାଳନ କରାଯାଇଥାଏ, ଯାହା ଚଳିତ ବର୍ଷ ଆଜି ପାଳନ କରାଯାଇଛି।
ବର୍ତ୍ତମାନ ଯଦି ଏଭଳି ପାର୍ଟି ହୁଏ ତେବେ କେତେ କରୋନା ମାମଲା ସାମ୍ନାକୁ ଆସିବ ତାହା ସମୟ ହିଁ କହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.