ଏହି ଗାଁରେ ଅଛନ୍ତି କେବଳ ଜଣେ ହିଁ ମାତ୍ର ବ୍ୟକ୍ତି ! ଅନୁମାନ କରନ୍ତୁ କାହିଁକି ?
![village](https://knewsodisha.com/wp-content/uploads/2019/09/village.jpg)
୩୦ ବର୍ଷ ପୂର୍ବେ, ରୁଷ ସୀମାବର୍ତ୍ତୀ ଡୋବ୍ରୁସାର ମୋଲଦୋଭନ୍ ଗାଁରେ ପାଖାପାଖି ୨ ଶହ ଲୋକ ବସବାସ କରୁଥିଲେ। ଏବେ ଏହି ସଂଖ୍ୟା କମି ମାତ୍ର ଜଣେ ହିଁ ବ୍ୟକ୍ତି ରହିଛନ୍ତି, ଯାହାର କାରଣ ହେଉଛି, ସୋଭିୟତ୍ ସଂଘ ଭାଙ୍ଗିଯିବା ପରେ ଗାଁର ଲୋକେ ମୋଲଦୋଭାର ବଡ଼ ସହର ଏବଂ ୟୁରୋପର ଅନ୍ୟ ସ୍ଥାନକୁ ଚାଲିଯାଇଛନ୍ତି। କିନ୍ତୁ ଘର ପ୍ରତି ଥିବା ଭଲପାଇବା ଗ୍ରିସା ମୁନିୟନ ନାମକ ବ୍ୟକ୍ତିଙ୍କୁ ଏଠାରେ ରହିବାକୁ ବାଧ୍ୟ କରିଥିଲା। ଯଦିଓ ତାଙ୍କ ବଞ୍ଚିବା ଶୈଳୀ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ଗାଁରେ ମଣିଷ କଥା ଉଠିଲେ, ଗ୍ରିସା ହିଁ ଏକମାତ୍ର ବ୍ୟକ୍ତି। ତାଙ୍କୁ ସାଥ୍ ଦେବାକୁ ଗ୍ରିସାଙ୍କ ପାଖରେ ଅନେକ ପ୍ରାଣୀ ଏବଂ ପକ୍ଷୀ ଅଛନ୍ତି। ଯେପରି କି, ୫ଟି କୁକୁର, ୯ଟି କୁକୁଡ଼ା, ୧୨୦ଟି ବତକ, ୫୦ଟି ପାରା ଏବଂ ବଡ଼ ସଂଖ୍ୟାରେ ମହୁମାଛି। ୬୫ ବର୍ଷୀୟ ଗ୍ରିସାଙ୍କ କହିବା ହେଲା, ଗାଁରେ ପାଖାପାଖି ୫୦ଟି ଘର ଥିଲା। ଏବେ କିନ୍ତୁ ଗାଁଟି ପୂରା ଖାଁ ଖାଁ। ଏକୁଟିଆପଣ ତାଙ୍କୁ ପୂରା ମାରିଦେଇଥାଏ। ଏଥିରୁ ମୁକୁଳିବା ପାଇଁ ସେ ଗଛଲତା, ପଶୁପକ୍ଷୀଙ୍କ ସହ କଥା ହୁଅନ୍ତି।
ଏହାସହ ପଢ଼ନ୍ତୁ: ଉତ୍ତର ପ୍ରଦେଶର ଏହି ଛୋଟିଆ ଗାଁ, ଯେଉଁଠି ମୃତ ବ୍ୟକ୍ତି କରନ୍ତି ବିବାହ
ତେବେ ଗ୍ରିସା କିଛି ବର୍ଷ ପୂର୍ବେ ଏଭଳି ଏକୁଟିଆ ନ ଥିଲେ। ତାଙ୍କ ସହିତ ଜେନ୍ନା ଓ ଲିଡିଆ ଲୋଜିନସ୍କି ନାମକ ଆଉ ଦୁଇଜଣ ବ୍ୟକ୍ତି ଗାଁର ଅନ୍ୟ ଭାଗରେ ରହୁଥିଲେ। ଗ୍ରିସା କୁହନ୍ତି, ‘ଆମେ ମଝିରେ ମଝିରେ ଫୋନରେ କଥା ହୋଇଥାଉ ଏବଂ ଗୋଟିଏ ଥର ହିଁ ଦେଖା ହେଉ। ହେଲେ ସେମାନଙ୍କ ମୃତ୍ୟୁ ପରେ ଏବେ ମୁଁ ଏକଲା ହୋଇଯାଇଛି’।