“ମୁଁ ବିଦା ହେଉଛି ତମେ ମାନେ ଟିକେ କାନ୍ଦୁନ”- ନବବଧୂଙ୍କ ଏପରି ପ୍ରଶ୍ନରେ ବନ୍ଧୁବାନ୍ଧବ କଣ ଉତ୍ତର ଦେଲେ ଜାଣନ୍ତୁ

ସାଧାରଣତଃ ଝିଅ ବାହାଘରରେ ସମସ୍ତେ ମନ ଖରାପ କରିଥାନ୍ତି ।  ଝିଅ ତଥା ଝିଅର ମା’ ବାପା, ସମ୍ପର୍କୀୟମାନେ ବି କାନ୍ଦି କାନ୍ଦି ନୟାନ୍ତ ହୋଇପଡନ୍ତି ।  ଝିଅ ବିଦା ହେବା ବେଳ ଖୁବ ଭାବବିହ୍ୱଳ ହୋଇଥାଏ ।  ବିଭିନ୍ନ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ କ୍ଲିପ ଭାଇରାଲ ହେଉଛି ଯାହାକୁ ଦେଖି ନବବଧୂ ଜଣଙ୍କର କ୍ୟୁଟନେସର ତାରିଫ ନକରି ଆପଣ ରହିପାରିବେ ନାହିଁ ।  ପ୍ରକୃତରେ ଏପରି ଏକ ଦୃଶ୍ୟ ପାକିସ୍ତାନରେ ଦେଖାଦେଇଛି ।  ପାକିସ୍ତାନରେ ଏମିତି ଏକ ଘଟଣା ଘଟିଛି, ଯେଉଁଠି ନିଜ ବିଦାବେଳେ ଝିଅ ତାଙ୍କ ପରିବାର ସଦସ୍ୟ ତଥା ବନ୍ଧୁ ପରିଜନଙ୍କୁ ପଚାରିଛନ୍ତି, “ତମେମାନେ କାହିଁକି କାନ୍ଦୁନ” ।  ଆଉ ଏଭଳି ଏକ ପ୍ରଶ୍ନରେ ତାଙ୍କ ସମ୍ପର୍କୀୟମାନେ ଯେଉଁଭଳି ଉତ୍ତର ଦେଉଛନ୍ତି ତାହା ଇଣ୍ଟରନେଟରେ ଯେମିତି ଛାଇଯାଇଛି ।

ନିଶ୍ଚିତ ରୂପେ ସେହି ବଧୂ ଜଣଙ୍କ ଏମିତି ଏକ ଉତ୍ତରର ଆଶା କେବେ ବି କରିନଥିବେ ।  ଭିଡିଓଟିକୁ ଇନ୍ଷ୍ଟଗ୍ରାମ ହ୍ୟାଣ୍ଡଲ wedding_visual ରୁ ମାର୍ଚ୍ଚ ୧୦ ତାରିଖ ଦିନ ସେୟାର କରାଯାଇଛି ।  ଯାହାକୁ ଇନ୍ଟରନେଟରେ ଖୁବ ଅଧିକ ସଂଖ୍ୟାରେ ଲୋକେ ଦେଖୁଥିବାର ମଧ୍ୟ ନଜର ଆସିଛି ।  ଏହି ଭିଡିଓ କ୍ଲିପଟିକୁ ସେୟାର କରି କ୍ୟାପ୍ସନରେ ଲେଖିଛନ୍ତିକି – ତମେମାନେ କାହିଁକି କାନ୍ଦୁନ ।  ଅବଶ୍ୟ ଏହି ପ୍ରଶ୍ନ ପଚାରିବା ସମୟରେ ନବବଧୂ ଜଣଙ୍କର ମୁହଁରେ ଏକ ଅଜବ ଧରଣର ହସ ବି ନଜର ଆସିଛି ।  ଏବେ ଯାଏଁ କ୍ଲିପଟିକୁ ୬ କୋଟିରୁ ଅଧିକ ଦର୍ଶକ ଦେଖିସାରିଲେଣି | ଯେବେକି ୫୫ ଲକ୍ଷରୁ ଅଧିକ ସଂଖ୍ୟକ ଲାଇକ୍ସ ମିଳିସାରିଲାଣି ।

 

ଏହି ଭିଡିଓରେ ଆପଣ ଦେଖିପାରିବେଯେ ଜଣେ ନବବଧୂ ବେଶଭୁଷାରେ କାର ଭିତରେ ବସିଛନ୍ତି | ଯାହାଙ୍କ ଆଖପାଖରେ ତାଙ୍କ ନିଜ ଲୋକମାନେ ଛିଡା ହୋଇଛନ୍ତି ।  ନବବଧୂ ଜଣଙ୍କର ଏପରି ପ୍ରଶ୍ନରେ ତାଙ୍କ ସମ୍ପର୍କୀୟ ମାନେ ଏକ ମଜାଦାର ଉତ୍ତର ଦେଇଛନ୍ତି | ସେମାନେ କହିଛନ୍ତି କାନ୍ଦିଲେ ଆମ ମେକଅପ ଖରାପ ହୋଇଯିବ ।  ଏହି ଭିଡିଓ ଉପରେ ଲକ୍ଷ ଲକ୍ଷ ଲୋକ ନିଜ ପ୍ରତିକ୍ରିୟା ବି ଦେଇଛନ୍ତି ।  ଅନେକ ୟୁଜର୍ସ ମାନେ ଲେଖିଛନ୍ତିକି ଏହି ବଧୂ ଜଣଙ୍କ ଖୁବ କ୍ୟୁଟ ।  ଯେବେକି କିଛି ଜଣ ଲେଖିଛନ୍ତିକି- ଘର ଲୋକ ତାଙ୍କୁ ଘରୁ ବାହାର କରିଦେବାକୁ ଚାହୁଁଛନ୍ତି ।  ଯେବେକି କିଛି ଜଣ ନିଜ ପରିଜନ ମାନଙ୍କୁ ଟ୍ୟାଗ କରି ଲେଖିଛନ୍ତିକି- “ତମେ ମାନେ ବି ଏମିତି କରିବ ନା ?”

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.