Below header

ଜୀବନ ନେଇପାରେ ସେଓ ମଞ୍ଜି, ଜାଣନ୍ତୁ ଖାଦ୍ୟ ବିଷୟରେ ଏହିଭଳି କିଛି ଭୟଙ୍କର ତଥ୍ୟ

ପିଆଜ ଆପଣଙ୍କୁ କାହିଁକି କନ୍ଦାଇଥାଏ ? କଣ ସତରେ ସେଓର ମଞ୍ଜିରେ ବିଷ ରହିଥାଏ ? ବେଳେବେଳେ ଏହିଭଳି ଚିନ୍ତାଧାରା ଆପଣଙ୍କ ମନକୁ ଆସୁଥିବ ନିଶ୍ଚୟ।ତେବେ ଏହିଭଳି କିଛି ପ୍ରଶ୍ନର ଉତ୍ତର ନେଇ ଆସିଛୁ ଆଜି ଆମେ ଆପଣଙ୍କ ପାଇଁ । ତାହେଲେ ଆସନ୍ତୁ ଜାଣିବା କଣ ରହିଛି ଏହା ପଛର ତଥ୍ୟ ।

ପିଆଜ ଆପଣଙ୍କୁ କନ୍ଦାଇଥାଏ କାହିଁକି ?

Image result for onion

ପିଆଜ କାଟିବା ସମୟରେ ଏଥିରୁ ଏକ ପ୍ରକାର ଗ୍ୟାସ ନିର୍ଗତ ହୋଇଥାଏ । ଯାହା ଆପଣଙ୍କ ଆଖି ସଂସ୍ପର୍ଶରେ ଆସିବା ମାତ୍ରେ ଏହାକୁ ସମ୍ବେଦନଶୀଳ କରାଇଦେଇଥାଏ । ଯେଉଁ କାରଣରୁ ଆପଣଙ୍କ ଶରୀର ଚିଡଚିଡାପଣ ଦୂର କରିବା ପାଇଁ ଓ ଏହାକୁ ନିଜ ଆଖିରୁ ହଟାଇବା ପାଇଁ ଲୁହ ସୃଷ୍ଟି କରିଥାଏ ।

କଣ ସେଓର ମଞ୍ଜି ଖାଇବା ଶରୀର ପାଇଁ କ୍ଷତିକାରକ ?

Image result for apple seed

ସେଓ ମଞ୍ଜି ଭିତରେ ସାଇନାଇଡ଼ ନାମକ ଏକ ଉପାଦାନ ଥାଏ କିନ୍ତୁ ଏହା ଏତେ କମ ମାତ୍ରାରେ ଥାଏ ଯେ ଏହାଦ୍ୱାରା ଶରୀରରେ କୌଣସି ପ୍ରକାର କ୍ଷତି ହେବାର ସମ୍ଭାବନା ନଥାଏ । ଯଦି ଭୁଲରେ ବି ଆପଣ ଏହି ସେଓ ମଞ୍ଜିକୁ ଖାଇ ଦେଉଛନ୍ତି ତାହେଲେ ଏହା ମଧ୍ୟରେ ବି ଏପରି ଏକ ସୁରକ୍ଷାତ୍ମକ କୋଟିଙ୍ଗ ରହିଥାଏ ଯାହାକି ଏହି ଉପାଦାନକୁ ଭିତରେ ରଖିଥାଏ ।

ବ୍ରେଡ ଟୋଷ୍ଟ ହେଲେ କଠିନ ହୋଇଯାଇଥାଏ କାହିଁକି ?

Image result for bread toast

ଯେତେବେଳେ ଆପଣ ବ୍ରେଡକୁ ଟୋଷ୍ଟରରେ ଗରମ କରନ୍ତି ସେତେବେଳେ ଏହା ଏମୀନୋ ଏସିଡ ସୃଷ୍ଟି କରିଥାଏ ଏବଂ ବ୍ରେଡରେ ଥିବା କାର୍ବୋହାଇଡ୍ରେଟ ନିଜ ନିଜ ଭିତରେ ପ୍ରତିକ୍ରିୟା ସୃଷ୍ଟି କରିଥାନ୍ତି । ଯାହାଦ୍ୱାରା ଟୋଷ୍ଟ ବ୍ରାଉନ ରଙ୍ଗ ହୋଇଯାଇଥାଏ (ବେଳେବେଳେ ଏହା କଳା ମଧ୍ୟ ହୋଇଯାଇଥାଏ) ତେବେ ଏହି ପ୍ରତିକ୍ରିୟାର ଏକ ନାମ ମଧ୍ୟ ରହିଛି ଯାହାର ନାମ ହେଉଛି Maillard reaction ।

ନଡ଼ିଆ ପାଣି ଆପଣଙ୍କ ଜୀବନ କିପରି ବଞ୍ଚାଇଥାଏ ?

Image result for coconut water

ନଡ଼ିଆ ପାଣିକୁ ପ୍ରକୃତରେ ରକ୍ତକଣିକାର ବିକଳ୍ପ ଭାବେ ବ୍ୟବହାର କରାଯାଇଥାଏ କିନ୍ତୁ ଏହା କେବଳ ଜରୁରୀକାଳୀନ ପରିସ୍ଥିତିରେ । ଏହା କିଛି ଏପରି ଯାହାକୁ ଆପଣ ଘରେ ଟ୍ରାଏ କରିବା ଉଚିତ ନୁହେଁ । ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟରେ ପ୍ରଶାନ୍ତ କ୍ଷେତ୍ରରେ ନଡ଼ିଆ ପାଣିର ବ୍ୟବହାର କରି ଆହତ ଓ ପ୍ରାଣ ହାରିବାକୁ ଯାଉଥିବା ସୈନିକ ମାନଙ୍କ ରକ୍ତର ପ୍ଲାଜମାକୁ ବଦଳାଇବା ପାଇଁ କରାଯାଇଥିଲା କାରଣ ପ୍ଲାଜମା ଦୁର୍ଲଭ ଥିଲା । ଆଶ୍ଚର୍ଯ୍ୟଜନକ ଭାବେ ନଡ଼ିଆପାଣି ମଣିଷର ରକ୍ତ ପ୍ଲାଜମା ଭଳି ହୋଇଥାଏ ସେଥିପାଇଁ ଏହା ସବୁ ପ୍ରକାର ରକ୍ତର ସୈନିକ ମାନଙ୍କ ପାଇଁ ଉପଯୁକ୍ତ ଥିଲା ।

ବାଦାମ କେତେବେଳେ ବିସ୍ଫୋଟକ ସାଜିଥାଏ ?

ବାଦାମ କିମ୍ବା ତାର ତେଲ, ଏହାକୁ ଡିନାମାଇଟ ପ୍ରସ୍ତୁତ କରିବାରେ ବ୍ୟବହାର କରାଗଲେ ଏହା ବହୁତ ବଡ଼ ଧମାକା କରିପାରେ । ଏହି ତେଲ ଗ୍ଲିସେରାଲ ପ୍ରସ୍ତୁତ କରିଥାଏ ଯାହା ପରେ ଡିନାମାଇଟର ମୁଖ୍ୟ ଉପାଦାନ ନାଇଟ୍ରୋ-ଗ୍ଲିସେରିନ ବନାଇବା ପାଇଁ ବ୍ୟବହାର କରାଯାଇଥାଏ । ଯଦିଓ ବର୍ତ୍ତମାନ ଏଥିପାଇଁ ବାଦାମ ନୁହେଁ ବରଂ ତା ବଦଳରେ ଅନ୍ୟ ସାମଗ୍ରୀ ବ୍ୟବହାର କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.