Below header

ଅସମୟରେ ଇସ୍କନ ରଥଯାତ୍ରା ବିବାଦର ପଡ଼ିବ ପୂର୍ଣ୍ଣଚ୍ଛେଦ, ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା

କେନ୍ୟୁଜ୍(ବ୍ୟୁରୋ): ଅସମୟରେ ଇସ୍କନ ରଥଯାତ୍ରାକୁ ନେଇ ଉଠିଥିବା ବିବାଦର ପୂର୍ଣ୍ଣଚ୍ଛେଦ ପକାଇବାକୁ ପ୍ରୟାସ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଉଦ୍ୟମ। ପରିଚାଳନା କମିଟିର ସ୍ଥାୟୀ ଅଧ୍ୟକ୍ଷ ଗଜପତି ମହାରାଜଙ୍କ ନିର୍ଦ୍ଦେଶ କ୍ରମେ ଆଜି ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ଏଥିରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ କଣ ରହିଛି ଶାସ୍ତ୍ରୀୟ ବିଧି ଓ ସ୍ୱେତ୍ତଲିପିର ବିଧିବିଧାନ, ଏହା ଉପରେ ତର୍ଜମା କରାଯାଇଛି । ପୁରୀରେ ଯେଉଁ ବିଧିବ୍ୟବସ୍ଥା ଅନୁଯାୟୀ ମହାପ୍ରଭୁଙ୍କ ଯାନିଯାତ୍ରା ହୋଇଥାଏ, ଠିକ୍‌ ସେହିଭଳି ବିଶ୍ୱ ତମାମ ସମାନ ତିଥି ବାରରେ କରାଇବାକୁ ବୈଠକରେ ବିଶଷଜ୍ଞମାନେ ମତପୋଷଣ କରିଥିଲେ । ଏଥିସହ ରଥଯାତ୍ରାକୁ ଜିଆଇ ଟ୍ୟାଗ୍‌ ଅନ୍ତର୍ଭୁକ୍ତ କରିବାକୁ ମଧ୍ୟ ଦାବି କରାଯାଇଛି । ବୈଠକରେ ୪୦ରୁ ଅଧିକ ବିଦ୍ୱାନ ବ୍ୟକ୍ତି, ପରିଚାଳନା କମିଟି ସଦସ୍ୟ, ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର, ପ୍ରଶାସନିକ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.