Below header

ଚୀନ୍‌ର ଲ୍ୟାବ୍‌ରେ ସୃଷ୍ଟି ହୋଇଛି ହଜାର ହଜାର ଲୋକଙ୍କ ଜୀବନ ନେଉଥିବା କରୋନା ଭାଇରସ୍‌

ଚୀନ୍‌ରେ ବ୍ୟାପୁଥିବା କରୋନା ଯୋଗୁ ଏବେ ସାରା ବିଶ୍ୱବାସୀ ଆତଙ୍କିତ ଅଛନ୍ତି। ପ୍ରତିଦିନ ନୋବେଲ କରୋନା ଭାଇରସ୍‌ (କୋଭିଡ-୧୯)ରେ ସଂକ୍ରମିତ ହୋଇ ଶତାଧିକ ଲୋକଙ୍କ ମୃତ୍ୟୁ ଘଟୁଛି। କିନ୍ତୁ ଏବେ ବି ଏହି ଭାଇରସ୍‌ର ସୃଷ୍ଟିକୁ ନେଇ ସମସ୍ତଙ୍କ ମନରେ ଏକ ବିରାଟ ପ୍ରଶ୍ନ ରହିଛି। ଚୀନ୍‌ର ହୁଓ୍ଵାଇ ପ୍ରାନ୍ତର ରାଜଧାନୀ ବୁହାନକୁ କରୋନାର କେନ୍ଦ୍ରସ୍ଥଳ କୁହାଯାଉଛି। କିନ୍ତୁ ଏବେ ଚୀନର ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି ଯେ କରୋନାର ସୃଷ୍ଟି ବୁହାନର ମାଛ ମାର୍କେଟ ନୁହେଁ ବରଂ ସେଠାରୁ କିଛି ଦୂରରେ ଥିବା ଏକ ସରକାରୀ ରିସର୍ଚ୍ଚ ଲ୍ୟାବ୍‌ରୁ ହୋଇଛି।

corona

ଚୀନ୍‌ର ସରକାରୀ ସାଉଥ୍‌ ଚାଇନା ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜିର ସୂଚନା ମୁତାବକ ହୁଓ୍ଵାଇ ପ୍ରାନ୍ତରେ ବୁହାନ ସେଣ୍ଟର ଫର ଡିଜିଜ୍‌ କଣ୍ଟ୍ରୋଲ (WHDC) ରୋଗ ସଂକ୍ରମଣ କରୁଥିବା ଏହି ରୋଗର ଭାଇରସ୍‌କୁ ଜନ୍ମ ଦେଇଛି। ଗବେଷଣା କରୁଥିବା ଛାତ୍ର ବୋତାଓ ଶାଓ ଏବଂ ଲି ଶାଓ ଦାବି କରିଛନ୍ତି ଯେ WHCDC ଲ୍ୟାବ୍‌ରେ ରଖାଯାଇଥିବା ଜୀବଜନ୍ତୁଙ୍କ ଠାରୁ ଏହି ରୋଗ ବ୍ୟାପୁଛି। ଏଥିରେ ୬୦୫ଟି ବାଦୁଡ଼ି ମଧ୍ୟ ସାମିଲ ଅଛନ୍ତି। ତାଙ୍କ କହିବାନୁସାରେ, କୋଭିଡ-୧୯ର ଆରମ୍ଭ ବି ବୋଧେ ଏଠାରୁ ହିଁ ହୋଇଛି। ସେମାନେ ରିସର୍ଚ୍ଚ ପେପରରେ ଲେଖିଛନ୍ତି କରୋନା ଭାଇରସ୍‌ ପାଇଁ ଦାୟୀ ବାଦୁଡ଼ି ଥରେ ଜଣେ ଛାତ୍ରକୁ ଆକ୍ରମଣ କରିଥିଲା ଓ ଏହି ଆକ୍ରମଣ ବେଳେ ବାଦୁଡ଼ିର ରକ୍ତ ତାଙ୍କ ରକ୍ତରେ ମିଶିଯାଇଥିଲା।

bat

ରିପୋର୍ଟରେ କୁହାଯାଇଛି ଯେ ରୋଗୀଙ୍କ ଠାରେ ମିଳିଥିବା ଜିନୋମ୍‌ ସିକ୍ୱେନ୍ସ ୯୬ କିମ୍ବା ୮୯ ପ୍ରତିଶତ ଥିଲା, ଯାହା ବ୍ୟାଟ୍‌ CoC ZC45 କରୋନା ଭାଇରସ୍‌ ସହ ସମାନ। କିନ୍ତୁ ମୂଳରୂପରେ ଏହା ରାଇନୋଫସ୍‌ ଏଫିନିସ୍‌ରେ ଦେଖିବାକୁ ମିଳେ। ରିପୋର୍ଟରେ କୁହାଯାଇଛି ଯେ ଏହି ଦେଶୀ ବାଦୁଡ଼ି ବୁହାନର ସି-ଫୁଡ୍‌ ମାର୍କେଟ୍‌ ଠାରୁ ପ୍ରାୟ ୬୦୦ ମାଇଲ ଦୂରରେ ଦେଖିବାକୁ ମିଳନ୍ତି।

coronavirus

ରିପୋର୍ଟ ମୁତାବକ WHCDC କୁ ନିକଟରେ ଥିବା ୟୁନିୟନ ହସ୍ପିଟାଲକୁ ସିଫ୍ଟ କରିଦିଆଯାଇଥିଲା। ସେଠାରେ ଡାକ୍ତର ପ୍ରଥମ କରୋନା ଆକ୍ରାନ୍ତକୁ ଚିହ୍ନଟ କରିଥିଲେ। କିନ୍ତୁ ସଚେତନତା ଅଭାବରୁ ଏହି ଭାଇରସ୍‌ ଆଖପାଖ ଅଞ୍ଚଳକୁ ବ୍ୟାପିଗଲା ଓ ଶତାଧିକ ଲୋକଙ୍କୁ ସଂକ୍ରମିତ କରିଥିଲା। ବୁହାନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ବାୟୋଲୋଜି ଏହି ଭାଇରସ୍‌କୁ ଲିକ୍‌ କରିଥିବା ନେଇ ଆଶଙ୍କା କରାଯାଉଛି। ପୂର୍ବରୁ ମଧ୍ୟ ଏଭଳି ଖବର ସାମ୍ନାକୁ ଆସିଥିଲା।

coronavirus wuhan lab

ରିପୋର୍ଟ ମୁତାବକ ଏହି ଲ୍ୟାବ୍‌ ହିଁ ସୂଚନା ପ୍ରଥମେ ଦେଇଥିଲା ଯେ ଚିନି ହାର୍ସଶୁ ବାଦୁଡ଼ି ହିଁ ୨୦୦୨-୨୦୦୩ ରେ ବ୍ୟାପିଥିବା ଭୟଙ୍କର ଅକ୍ୟୁଟ ରେସ୍‌ପିରାଟୋରି ସିଣ୍ଡ୍ରୋମ୍‌ କରୋନା ଭାଇରସ୍‌ ପାଇଁ ଦାୟୀ। ଏହି ରିପୋର୍ଟରେ ଶେଷରେ କୁହାଯାଇଛି ଯେ କରୋନାର ଆରମ୍ଭ ବୁହାନର ହିଁ ଏକ ଲ୍ୟାବ୍‌ରୁ ହୋଇଥିବା ଆଶଙ୍କା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.