କୂଅରେ ପଡି ଛଟପଟ ହେଉଥିଲା ଏକ ବିଷଧର ସାପ, କଳା କୌଶଳରେ କୂଅରୁ ହେଲା ଉଦ୍ଧାର

କୋବ୍ରା ନାଁ ଶୁଣିଲେ ଲୋକଙ୍କ ଲୋମଟାଙ୍କୁରୀ ଉଠେ । ମଣିଷ କିମ୍ବା କୌଣସି ଏକ ଜୀବକୁ କାମୁଡିବା ମାତ୍ରେ ତାହାର ମାତ୍ର କିଛି ସେକେଣ୍ଡ ଭିତରେ ଲୋକଙ୍କ ଜୀବନ ଯାଇପାରେ । ଏହି ସାପକୁ ବିଶ୍ୱର ସବୁଠାରୁ ବିଷଧର ସାପ ତାଲିକାରେ ଗୋଟିଏ ବୋଲି ମଧ୍ୟ ଧରାଯାଏ । କିନ୍ତୁ କିଛି ଲୋକ ନିଜ ଜୀବନକୁ ପାଣି ଛଡେଇ ଭୟଙ୍କରରୁ ଭୟଙ୍କର ଜୀବଙ୍କ ଜୀବନ ବଂଚେଇବାରେ ଆଦୌ ପଛଘୁଞ୍ଚା ଦିଅନ୍ତି ନାହିଁ । ମହାରାଷ୍ଟ୍ରର ନାସିକ ଅଂଚଳରେ ଏମିତି ହିଁ ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଏକ କୋବ୍ରା ସାପ କୂଅରେ ପଡିଥିବାର ଆଖପାଖର ଲୋକେ ଦେଖିବାକୁ ପାଇଥିଲେ । ଆଉ ଯେତେ ଚେଷ୍ଟା କଲେ ମଧ୍ୟ ସାପଟି କୂଅରୁ ବାହାରକୁ ବାହାରି ପାରିନଥିଲା । ସାପଟିର ଏପରି ପରିସ୍ଥିତିରେ କିଛି ଲୋକ ତାକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଲେ । ଆଉ ଖୁବ ଚେଷ୍ଟା କରି ସାପଟିକୁ ବାହାରକୁ ବାହାର କରିଥିଲେ ।

 

 

ଏହି ଉଦ୍ଧାର କାର୍ଯ୍ୟର ପୁରା ଭିଡିଓ ଏକ ସମ୍ବାଦ ସରବରାହ ସଂସ୍ଥା ଟ୍ୱିଟର ହ୍ୟାଣ୍ଡଳରେ ସେୟାର କରିଯାଇଛି । ସୂଚନା ଅନୁଯାୟୀ ନାସିକରେ ଏକ ବେସରକାରୀ ବନ୍ୟଜୀବ ଅନୁସନ୍ଧାନ ସଂଗଠନର ସ୍ୱୟଂସେବକ ଏହି ନାଗଟିକୁ ଉଦ୍ଧାର କରାଯାଇଛି । ଭିଡିଓଟିରେ ଆପଣ ଦେଖିପାରିବେକି ସାପଟିକୁ କେମିତି ଏକ ଲୁହା ଛଡରେ କୂଅରୁ ବାହାରକୁ ବାହାର କରାଯାଇଛି । ନାଗ ସାପଟି ଏକ ଲୁହା ଛଡ଼ରେ ଗୁଡ଼ାଇ ହୋଇଯାଇଛି । ଆଉ ଏହା ପରେ ଖୁବ ଚେଷ୍ଟା କରି ତାକୁ ବାହାରକୁ ବାହାର କରାଯାଉଛି ।

ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥାଯେ ଯେଉଁ ବ୍ୟକ୍ତି ସାପଟିକୁ ବାହାର କଲେ ସେ କୌଣସି ପ୍ରକାର ପ୍ରୋଟେକ୍ସନ ଗିଅର ପିନ୍ଧି ନଥିଲେ । ଯଦ୍ୱାରା ବ୍ୟକ୍ତି ଜଣଙ୍କର ଜୀବନ ପ୍ରତି ବି ବିପଦ ଥିଲା । ଆପଣ ଏମିତି ବି କିଛି ଦୃଶ୍ୟ ଦେଖିପାରିବେ ଯେଉଁଠି କୋବ୍ରାକୁ ବଂଚେଇବା ସମୟରେ କୋବ୍ରାଟି ଉଦ୍ଧାରକାରି ଦଳ ଉପରେ ଆକ୍ରମଣ କରି ବସୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.