ମରିଗଲା ମାନବିକତା ! ନାଇଟ କ୍ଲବରେ ମୃତ ରାପରଙ୍କ ଶବକୁ ଛିଡା କରି ରାତି ସାରା ଡ୍ୟାନ୍ସ କଲେ ଲୋକେ

ଯଦି ମଣିଷ ପାଖରେ ମଣିଷ ପଣିଆ ଟିକିଏ ନରୁହେ । ବଂଚି ଥାଉ ଥାଉ ସେସବୁକୁ ହଜାଇ ବସେ ତାହେଲେ ଅବସ୍ଥା କଣ ହେବ କୁହନ୍ତୁ ତ । ଏମିତି ବି ଅବସ୍ଥା ହୁଏଯେ ଶେଷରେ ଶବକୁ ବି ସମ୍ମାନ ଦେବାକୁ ବି ଭୁଲିଯାଏ ମଣିଷ । ଶବ ସହିତ ଅମାନୁଷିକତା କଲା ଭଳି ଏକ ଘଟଣା ଘଟିଛି ଆମେରିକାରେ । ସେଠାକାର ରାପରରେ ଜଣେ ରାପରଙ୍କୁ ଗୁଳି ମାରି ହତ୍ୟା କରାଯାଇଛି । ରାପର ଜଣଙ୍କ ହେଉଛନ୍ତି ମର୍କେଲ ଏଣ୍ଟନିୟୋ ମୋରୋ । ତାଙ୍କ ସହିତ ଏହି ଘଟଣା ମାର୍ଚ୍ଚ ୧୮ ତାରିଖରେ ଘଟିଥିଲା । ତାଙ୍କ ଫ୍ୟାନ୍ସ ମାନଙ୍କୁ ଯେତେବେଳେ ଏବିଷୟରେ ଜଣା ପଡିଥିଲା ସେମାନେ ହତବାକ ହୋଇପଡିଥିଲେ । କିନ୍ତୁ ଏସବୁ ଭିତରେ ସେହି ରାପର ଜଣଙ୍କର ଶେଷ ସମୟର ଏକ ଭିଡିଓ ଖୁବ ଭାଇରାଲ ହେଉଛି । ଯେଉଁଥିରେ ଦେଖାଯାଇଛିକି ତାଙ୍କ ମୃତ୍ୟୁ ପରେ ତାଙ୍କ ଶବକୁ ଏକ ନାଇଟ କ୍ଲବକୁ ନିଆଯାଉଛି । ଆଉ ସେଠାରେ ତାଙ୍କ ଶବକୁ ସିଧା ଠିଆ କରି ରଖିବା ପାଇଁ ଚେଷ୍ଟା କରାଯାଉଛି । ଆଉ ଏହା ପରେ ତାଙ୍କ ପରିବାର, ଫ୍ୟାନ୍ସ ତଥା ସାଙ୍ଗସାଥି ୱାସିଂଟନ ଡ଼ିସି ସ୍ଥିତ ଏକ ନାଇଟ କ୍ଲବରେ ତାଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ମେରିଲ୍ୟାଣ୍ଡ ସ୍ଥିତ ଡିଷ୍ଟ୍ରିକଟ ହାଇଟ୍ସ ଠାରେ ଲୁଟପାଟ ସମୟରେ ମର୍କେଲଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା । ଏମିତି ଘଟଣା ତାଙ୍କ କ୍ଷତ୍ରରେ ହୁଏତ ପ୍ରଥମ ନୁହେଁ । ଦୁଇ ବର୍ଷ ପୂର୍ବେ ବି ମର୍କେଲଙ୍କ ସହିତ ଏମିତି ହିଁ ଏକ ଘଟଣା ଘଟିଥିଲା ଆଉ ସେସମୟରେ ତାଙ୍କ ଉପରେ ଏକ ବଡ ଧରଣର ଆକ୍ରମଣ ମଧ୍ୟ ହୋଇଥିଲା । କିନ୍ତୁ ସେସମୟରେ ଅଳ୍ପକେ ବର୍ତ୍ତୀଯାଇଥିଲେ ଏହି ରାପର ଜଣଙ୍କ । କିନ୍ତୁ ଏଥର ଭାଗ୍ୟ ତାଙ୍କ ସାଥି ଦେଇନଥିଲା । ମୃତ୍ୟୁ ମୁଖରୁ ଆଉ ନିଜକୁ ରକ୍ଷାକରି ଆଣି ପାରିଲେ ନାହିଁ ମର୍କେଲ । କିନ୍ତୁ ବର୍ତ୍ତମାନ ସମୟରେ ଭାଇରଲ ହେଉଥିବା ଭିଡିଓଟିରେ ଦେଖାଯାଇଛିକି ରାପରଙ୍କ ହାତ ଗୋଡ ବାନ୍ଧି ତାଙ୍କୁ ଏକ ଲମ୍ବା ଖୁଣ୍ଟରେ ଝୁଲାଇ ଦିଆଯାଇଛି । ଆଉ ସେ ଝୁଲିଥିବା ଅବସ୍ଥାରେ ସେଠାକୁ ଆସିଥିବା ଦର୍ଶକ ମାନେ ଖୁବ ମଜାର ସହିତ ନାଚ କରିବାରେ ମଜ୍ଜି ଯାଉଛନ୍ତି । ଏମିତି ଏକ ହୃଦୟ ବିଦାରକ ଘଟଣାରେ କିଛି ଜଣ ତ ବିରକ୍ତି ପ୍ରକାଶ କରିଛନ୍ତି ଆଉ କିଛି ଜଣ ଦୁଃଖ କରିଛନ୍ତି । କିଛି ଜଣ ତ ନିଜ କମେଣ୍ଟ ବକ୍ସରେ ଲେଖିଛନ୍ତିକି, “ଲୋକେ କଣ ନିଜ ନିଜ ଭାବିବା ଚିନ୍ତିଵା କ୍ଷମତା ହରାଇ ବସିଲେଣି” । ଭିଡିଓଟିକୁ ଭଲରେ ଦେଖିଲେ ଆପଣ ଜାଣିପାରିବେ ତାଙ୍କ ମୁଣ୍ଡ ଉପରେ ଏକ ତାଜ ଲଗାଯାଇଛି । ଆଉ ସେ ସମୟରେ ସେ ପିନ୍ଧିଥିବା ସ୍ଵେଟସାର୍ଟରେ “AMIRI” ଲେଖାଯାଇଛି ।

ଆମେ ଆପଣଙ୍କୁ କହିରଖୁଛୁକି ୫୫ ସେକେଣ୍ଡର ଏହି ଭିଡିଓଟି ହୁଏତ ଆପଣଙ୍କୁ ବିଚଳିତ କରିଦେଇପାରେ । କାରଣ ଏକ ଶବକୁ ଛିଡା କରି ରଖି ତା ସାମ୍ନାରେ ନାଚ କରିବା ଏକ ସାଧାରଣ ଘଟଣା ନୁହେଁ । ଖବର ଲେଖାଯିବା ପର୍ଯ୍ୟନ୍ତ ଭିଡିଓକୁ ୩୨  ଲକ୍ଷରୁ ଅଧିକ ଜଣ ଦେଖିସାରିଲେଣି । କିଛି ଜଣ ଏହାକୁ ଲାଇନ କ୍ରସ କରିବା ପାଇଁ ପ୍ରସ୍ତାବ ବି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.