Below header

ମାତ୍ର ୧୮୦୦୦ ଟଙ୍କାରେ କିଣିଲେ ଟିକେଟ, ଆଉ ତା’ପରେ ୩୬୦ ସିଟ ବିଶିଷ୍ଟ ବିମାନରେ ଏକୁଟିଆ ବସି ମୁମ୍ବାଇରୁ ଦୁବାଇ ଗଲେ ଏହି ବ୍ୟକ୍ତି, ଜାଣନ୍ତୁ କେମିତି ହେଲା ସମ୍ଭବ

ଯଦି ଆପଣଙ୍କୁ ସାମାନ୍ୟ ଭଡ଼ାରେ ହିଁ ୩୬୦ ସିଟ ବିଶିଷ୍ଟ ବଡ଼ ବିମାନ ବୋଇଙ୍ଗ ୭୭୭ରେ ଏକୁଟିଆ ଯାତ୍ରା କରିବାର ମଉକା ମିଳେ, ତ ଆପଣ ନିଜକୁ ନିଶ୍ଚୟ ରାଜା ବୋଲି ଭାବିବେ। ଏବେ ଏମିତି ହିଁ କିଛି ଘଟିଛି ମୁମ୍ବାଇର ଜଣେ ବ୍ୟକ୍ତିଙ୍କ ସହିତ। ୪୦ ବର୍ଷୀୟ ଭାବେଶ ଜାବେରୀ ଷ୍ଟାରଜେମ୍ସ ଗ୍ରୁପର ସଦସ୍ୟ। ଦୁବାଇରେ ତାଙ୍କର ଏକ ଅଫିସ ଅଛି। ତେଣୁ ପ୍ରାୟ ସମୟ ତାଙ୍କର ମୁମ୍ବାଇ ଏବଂ ଦୁବାଇ ମଧ୍ୟରେ ଯିବାଆସିବା ଲାଗି ରହିଥାଏ। କିନ୍ତୁ ମେ’ ୧୯ ତାରିଖର ତାଙ୍କର ଯାତ୍ରା ବେଶ ସ୍ମରଣୀୟ ରହିଥିଲା।

ଭାବେଶ ନିଜ କାମ ଲାଗି ଏୟାରଲାଇନ୍ସ ଏମିରେଟସକୁ କଲ କରି ଏକ ସପ୍ତାହ ପୂର୍ବରୁ ଦୁବାଇ ଟିକେଟ ବୁକ କରାଇଥିଲେ। ଏହାର ଦାମ ୧୮ ହଜାର ଟଙ୍କା ଥିଲା। ପ୍ରାୟତଃ ଭାବେଶ ବିଜନେସ କ୍ଲାସରେ ଯାତ୍ରା କରିଥାନ୍ତି। କିନ୍ତୁ ଏଥର ସେ ଇକୋନୋମି କ୍ଲାସର ଟିକେଟ ନେଇଥିଲେ। ତାଙ୍କ ଫ୍ଲାଇଟ ସମୟ ୪.୩୦ ମିନିଟ ଥିଲା। ତ ଯେତେବେଳେ ଭାବେଶ ଫ୍ଲାଇଟରେ ବସିଲେ, ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଯେ ଫ୍ଲାଇଟରେ କ୍ରୁ ମେମ୍ବର ଏବଂ ତାଙ୍କ ଛଡ଼ା ଆଉ କୌଣସି ବି ଯାତ୍ରୀ ନ ଥିଲେ। ଏତେ ବଡ଼ ବିମାନରେ ଏକୁଟିଆ ଯାତ୍ରା କରିବାକୁ ଯାଉଥିବା ଭାବେଶ ଏହା ଦେଖି ବହୁତ ଉତ୍ସାହିତ ମଧ୍ୟ ହୋଇଗଲେ। ଏୟାର ହୋଷ୍ଟେସ ଓ କ୍ୟାପଟେନ ତାଙ୍କୁ ତାଳି ମାରି ସ୍ୱାଗତ କରିଥିଲେ।

କହି ରଖୁଛୁ, ଏହି ଅଢେଇ ଘଣ୍ଟାର ଫ୍ଲାଇଟ ଯାତ୍ରା ପାଇଁ ବୋଇଙ୍ଗ ୭୭୭ ବିମାନରେ ୮ ଲକ୍ଷ ଟଙ୍କାର ଇନ୍ଧନ ଲାଗିଥାଏ। ଏମିତିରେ କେବଳ ଜଣେ ହିଁ ଯାତ୍ରୀଙ୍କୁ ନେଇ ମୁମ୍ବାଇରୁ ଦୁବାଇ ଯିବାର ଏମିରେଟସର ନିଷ୍ପତ୍ତି ଅଲଗା ଥିଲା। ମିଡିଆ ରିପୋର୍ଟ ମୁତାବକ, ଜଣେ ଭାରତୀୟ ଅଫିସର କହିଛନ୍ତି କି, ଏହା ସେତେବେଳେ ସମ୍ଭବ ହୋଇଥାଏ, ଯେତେବେଳେ ଦୁବାଇରୁ ବିମାନ ଅଧିକ ସଂଖ୍ୟାରେ ଯାତ୍ରୀଙ୍କୁ ଧରି ମୁମ୍ବାଇ ଆସିଥିବ ଏବଂ ବିମାନକୁ କୌଣସି ବି ପରିସ୍ଥିତିରେ ଦୁବାଇ ଫେରିବାକୁ ଥିବ। ଏମିତି ସ୍ଥିତିରେ ଏୟାରଲାଇନ୍ସ ସେହି ଫ୍ଲାଇଟରେ ଭାବେଶଙ୍କୁ ଟିକେଟ ଦେଇ ଦେଇଥିବ। କିନ୍ତୁ ସାଧାରଣ ଭାବେ ମୁମ୍ବାଇରୁ ଦୁବାଇ ରୁଟରେ ଏକ ଚାର୍ଟର୍ଡ ଫ୍ଲାଇଟର ଭଡ଼ା ୭୦ ଲକ୍ଷ ଟଙ୍କା ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.