ବନ୍ୟାରେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଛାତ ଉପରେ ହେଲିକପ୍ଟର ଅବତରଣ କରାଇଲେ କମାଣ୍ଡର : ଦେବଦୂତ ହୋଇ ବଂଚାଇଲେ ୨୬ ଜୀବନ

ଗତ ୧୦୦ ବର୍ଷର ରେକର୍ଡ ଭାଙ୍ଗିଛି କେରଳ ବନ୍ୟା । ଉଦ୍ଧାର କାର୍ୟ୍ୟରେ ସେନା, ବାୟୁସେନା ସମେତ ଦେଶର ସମସ୍ତ ଯବାନ ଦିନ ରାତି ପରିଶ୍ରମ କରୁଛନ୍ତି । ଯବାନମାନେ ନିଜ ଜୀବନର ବାଜି ଲଗାଇ ବନ୍ୟାରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବାରେ ବ୍ୟସ୍ତ । ଉଦ୍ଧାର ପାଇଁ ଭାରତୀୟ ବାୟୁସେନାର ଚାଲିଛି ଅପରେସନ୍ କରୁଣା । ଦେବଦୂତ ପରି ଯବାନମାନେ ଲୋକମାନଙ୍କ ଜୀବନ ବଂଚାଉଛନ୍ତି ।
ଏହା ସହ ପଢନ୍ତୁ: ଯେଉଁ ଜ୍ୟୋତିଷ କରିଥିଲେ ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁର ଭବିଷ୍ୟବାଣୀ , ଆଜି ମୋଦିଙ୍କ ପାଇଁ କହିଛନ୍ତି ଏତେ ବଡ଼ କଥା
ଏବେ ଏହାରି ଭିତରେ ଭାରତୀୟ ନୌସେନାର ଆଉ ଏକ ସାହସିକ କାର୍ୟ୍ୟର ଉଦାହାରଣ ଦେଖିବାକୁ ମିଳିଛି । ଦେବଦୂତ ସାଜି ଫସିଥିବା ୨୬ ଜଣଙ୍କ ଜୀବନ ବଂଚାଇଛନ୍ତି ନୌସେନାର ଲେଫଟ୍ନାଣ୍ଟ କମାଣ୍ଡର ଅଭିଜିତ ଗରୁଡ଼ । ସୂଚନା ଅନୁସାରେ କମାଣ୍ଡର ଅଭିଜିତ ଗରୁଡ଼ ଏକ ୪୨ବି ହେଲିକପ୍ଟରରେ କିଛି ସହଯୋଗୀଙ୍କ ସହ ବନ୍ୟା ପ୍ରପୀଡିତଙ୍କୁ ଆକାଶ ମାର୍ଗରୁ ଖାଦ୍ୟ ପୁଡ଼ିଆ ପକାଇବା ଉଦ୍ଦେଶ୍ୟରେ ବାହାରିଥିଲେ। ତେବେ ଖାଦ୍ୟ ପୁଡ଼ିଆ ପକାଉଥିବା ବେଳେ ଜଳବନ୍ଦୀ ଅବସ୍ଥାରେ ଘରର ଛାତ ଉପରେ କିଛି ଲୋକ ଉଦ୍ଧାର ପାଇବା ପାଇଁ ଦୁଇ ହାତ ତାଙ୍କ ଆଡ଼କୁ ଉଠାଇ ସାହାଯ୍ୟ ଭିକ୍ଷା କରୁଥିବା ଦେଖିବାକୁ ପାଇଲେ କମାଣ୍ଡର ଅଭିଜିତ ।
ଏହି ଦୃଶ୍ୟ ଦେଖି କିଛି ସମୟ ପାଇଁ କଣ କରିବେ ବୁଝିପାରିଲେ ନାହିଁ କମାଣ୍ଡର ଅଭିଜିତ। କାରଣ ଘରର ଛାତ ଉପରେ ନୌସେନାର ୪୨ବି ହେଲିକପ୍ଟରଟିକୁ ଅବତରଣ କରିବା ସହଜ ନଥିଲା। ଆଉ ଯଦି ହେଲିକପ୍ଟରର ସମସ୍ତ ଓଜନ ଚକ ଉପରେ ନରଖି ଶୂନ୍ୟରେ ରଖି ସଂପୃକ୍ତ ଘରର ଛାତ ଉପରେ ଉଦ୍ଧାର କାର୍ୟ୍ୟ ପାଇଁ ଅବତରଣ କରାଉଛନ୍ତି, ତେବେ ହେଲିକପ୍ଟରଟି ମାତ୍ର ୩ରୁ ୪ ସେକେଣ୍ଡ ପାଇଁ ରହିପାରିବ। ଯଦି ଅଧିକ ସମୟ ରହିଲା ତେବେ ଦୁର୍ଘଟଣାଗ୍ରସ୍ତ ହୋଇ ଖଣ୍ଡ ଖଣ୍ଡ ହୋଇଯିବ ହେଲିକପ୍ଟର।
ଏହା ସହ ପଢନ୍ତୁ: କୁନି ହାତରେ ବଡ଼ ଦାନ : ନିଜ ସାଇକେଲ୍ ପାଇଁ ସଂଚିତ ୯ହଜାର ଟଙ୍କା କେରଳକୁ ଦାନ କଲା ୯ବର୍ଷର ଝିଅ
ତେବେ କିଂକର୍ତ୍ତବ୍ୟବିମୁଢ ହୋଇ କମାଣ୍ଡର ଯେତେବେଳେ ତଳକୁ ଅନାଇଲେ ସେତେବେଳେ ଦେଖିଲେ ପ୍ରାୟ ୨୨ ଜଣ ଲୋକ ଛାତ ଉପରେ ତାଙ୍କ ଆଡ଼କୁ ଆସି ସାହାଯ୍ୟ ପାଇଁ ହାତ ହଲାଉଛନ୍ତି। ଏପରିସ୍ଥିତିରେ ସବୁକିଛି ଭୁଲି ନିଜର ଓ ନିଜ ସହଯୋଗୀଙ୍କ ଜୀବନକୁ ବାଜି ଲଗାଇ ଘର ଛାତ ଉପରେ ହେଲିକପ୍ଟରକୁ ଅବତରଣ କରାଇଲେ । ଯେହେତୁ ହେଲିକପ୍ଟରଟି ଅଧିକ ସମୟ ଛାତ ଉପରେ ରହିପାରିବ ନାହିଁ ତେଣୁ ଅନେକ ଥର ଅବତରଣ କରାଇବା ସହ ହେଲିକପ୍ଟରକୁ ଉପରକୁ ନେବାକୁ ପଡ଼ିଥିଲା । ଉକ୍ତ ଛାତ ଉପରୁ ପ୍ରାୟ ୨୬ ଜଣଙ୍କୁ ଉଦ୍ଧାର କରିଥିଲେ କମାଣ୍ଡର । ଯେଉଁମାନଙ୍କ ମଧ୍ୟ ଥିଲେ ହ୍ଵିଲ ଚେୟାରରେ ଥିବା ଜଣେ ୮୦ ବର୍ଷୀୟ ବୃଦ୍ଧା । ଏହି ପୂରା ଅପରେସନ୍କୁ ଲାଗିଥିଲା ସମୁଦାୟ ୮ ମିନିଟ। ଏବେ ଏହି ପୂରା ଘଟଣାର ଭିଡିଓ ଭାଇରାଲ ହେବା ପରେ ନୌସେନା ନିକଟକୁ ଛୁଟିବାରେ ଲାଗିଛି ପ୍ରଶଂସାର ସୁଅ ।
Amazed this @IndianNavy Seaking was able to land on this rooftop in Kerala during relief ops. Great work by chopper crews last 72 hours. pic.twitter.com/Ca7aZB73ZX
— Shiv Aroor (@ShivAroor) August 17, 2018