ସ୍ମାର୍ଟଫୋନ ବଜାରରେ ଲଞ୍ଚ ହେଲା ନୋକିଆର ଦୁଇଟି ଦମଦାର ଫୋନ, ଆସନ୍ତୁ ଜାଣିବା ଏହାର ଫିଚରର୍ସ ଏବଂ ମୂଲ୍ଯ

ନୂଆଦିଲ୍ଲୀ : ନୋକିଆ ବ୍ରାଣ୍ଡର ଲାଇସେନ୍ସଧାରକ ଏଚଏମଡ଼ି ଗ୍ଲୋବଲ ମଙ୍ଗଳବାର ଦିନ ଭାରତରେ ନିଜର ଦୁଇଟି ନୂଆ ସ୍ମାର୍ଟଫୋନ ନୋକିଆ୬.୧ ପ୍ଲସ ଏବଂ ନୋକିଆ ୫.୧ ପ୍ଳସ ଲଞ୍ଚ କରିଛି। ନୂଆଦିଲ୍ଲୀରେ ଆୟୋଜିତ ଏକ ଇଭେଣ୍ଟରେ କମ୍ପାନି ଦୁଇ ସ୍ମାର୍ଟଫୋନ ଉପରୁ ପରଦା ଉଠାଇଛି। ଦୁଇ ସ୍ମାର୍ଟଫୋନର ଡ଼ିସପ୍ଲେ ବିଲକୁଲ ଆଇଫୋନ୍ ଭଳି ରଖାଯାଇଛି। ଏଥିରେ ନାନୋ ପେଟିଂ ଟେକ୍ନୋଲୋଜି ଏବଂ ରିୟର ଗ୍ଲାସ ଫିନସିଂ ଦିଆଯାଇଛି।

ଏହି ଦୁଇଟା ସ୍ମାର୍ଟଫୋନ୍ ବତ୍ତର୍ମାନ ନୋକିଆର ୱେବସାଇଟ ଏବଂ ଇକର୍ମ ସାଇଟ ଫ୍ଳିପକାର୍ଟରେ ଉପଲବ୍ଧ କରାଯାଇଛି। ନୋକିଆ ୬.୧ ପ୍ଳସର ମୂଲ୍ୟ ୧୫,୯୯୯ ଟଙ୍କା ରହିଛି। ଫୋନ୍ ପାଇଁ ମଙ୍ଗଳବାରରୁ ପ୍ରି-ବୁକିଂ ଆରମ୍ଭ ହୋଇଥିବା ବେଳେ ୩୦ ଅଗଷ୍ଟରୁ ଏହାର ପ୍ରଥମ ବିକ୍ରି ଆରମ୍ଭ ହେବ। ଅପର ପକ୍ଷରେ ନୋକିଆ ୫.୧ ର ବିକ୍ରି ଆସନ୍ତା ସେପ୍ଟେମ୍ବର ମାସରୁ ଆରମ୍ଭ ହେବାକୁ ଯାଉଛି।

ନିଶ୍ଚିତ ପଢ଼ନ୍ତୁ : ପୁସ୍ ନୋଟିଫିକେସନ୍ ଯୋଗୁଁ ଚିନ୍ତିତ ଅଛନ୍ତି କି ? ଡେସ୍କଟପ୍ ହେଉ ବା ମୋବାଇଲ୍ , ଏମିତି ପାଆନ୍ତୁ ମୁକ୍ତି

ନୋକିଆ ୬.୧ ପ୍ଲସରେ ସମସ୍ତ ସ୍ପେସିଫିକେସନ୍ ନୋକିଆ ଏକ୍ସ୬ ଭଳି ରହିଛି। ଏହାର ସ୍କ୍ରିନ୍ ୫.୮ ବିଶିଷ୍ଟ ଫୁଲ ଏଚଡ଼ି ରହିଛି। ଡ଼ିସପ୍ଳେରେ ୨.୫ ଗୋରିଲା ଗ୍ଲାସ ଲାଗିବା ସହ ୩ଟି ଲେନ୍ସ ରହିଛି। ଏହା ଅକ୍ଟାକୋର ସ୍ନାପଡ଼୍ରାଗନ୍ ୬୩୬ ପ୍ରୋସେସର ଏବଂ ୪ଜିବି ରାମ୍ ବିଶିଷ୍ଟ। ଏଥିରେ କମ୍ପାନି ଇନବିଲ୍ଡ ୬୪ ଜିବି ଷ୍ଟେରେଜ୍ ଦେବା ସହ ଏକ୍ସପାଣ୍ଡେବଲ ମେମୋରୀ ୪୦୦ଜିବି ପର୍ୟ୍ୟନ୍ତ ଦେଇଛି। ଏହାର କ୍ୟାମେରା ଫ୍ରଣ୍ଟ୧୬ ଏବଂ ବ୍ୟାକ୍୧୬ ମେଗାପିକ୍ସଲ ରହିଥିବା ବେଳେ ବ୍ୟାଟେରୀ ରହିଛି ୩୦୬୦ ଏମଏଏଚ୍।

ନିଶ୍ଚିତ ପଢ଼ନ୍ତୁ : ୧୦ ଘଣ୍ଟା ବ୍ଯାଟେରୀ ବ୍ଯାକଅପ୍ ସହ ବଜାରରେ ଲଞ୍ଚ କଲା ଆସସ୍ ନୂଆ ଲାପଟପ୍

ସେହିପରି ନୋକିଆ ୫.୧ ପ୍ଲସରେ ୫.୮ ଫୁଲ ଏଚଡ଼ି ଡ଼ିସପ୍ଳେ ରହିଛି। ଏଥିରେ ମିଡ଼ିୟାଟେକ୍ ହିଲିୟୋ ପି୬୦ ପ୍ରୋସେସର ଦିଆଯାଇଛି। ନୋକିଆର ଏହି ସ୍ମାର୍ଟଫୋନର କ୍ୟାମେରା ୧୩ ଏବଂ ୮ ମେଗାପିକ୍ସଲ ରହିଛି। ଏହି ସ୍ମାର୍ଟଫୋନରେ ଏନଟ୍ରୋଏଡ଼୍ ୮.୧.୦ ଓରିଓ ଅପରେଟିଂ ସିଷ୍ଟମ ରହିଛି।

Leave A Reply

Your email address will not be published.