ଏପରି ଜାଣନ୍ତୁ ଆପଣଙ୍କ ଜାତକରେ ପିତୃ ଦୋଷ ଅଛି କି ନାହିଁ, ଯଦି ରହିଛି ତେବେ କରନ୍ତୁ ଏହି ଉପଚାର
ଆସନ୍ତା କାଲି ଠାରୁ ଆରମ୍ଭ ହେବ ଶ୍ରାଦ୍ଧ ପକ୍ଷ। ହିନ୍ଦୁ ଧର୍ମରେ ଭାଦ୍ରବ ମାସ ଶୁକ୍ଳପକ୍ଷର ଚର୍ତୁଦଶୀ ଠାରୁ ଆରମ୍ଭ ହୋଇଥିବା ପିତୃପକ୍ଷର ବିଶେଷ ମହତ୍ୱ ରହିଥାଏ। ୧୬ ଦିନ ଧରି ପାଳନ କରାଯାଉଥିବା ଏହି ଶ୍ରାଦ୍ଧ ପକ୍ଷରେ ବିଶେଷ ରୂପେ ପୂର୍ବଜମାନଙ୍କୁ ସ୍ମରଣ କରାଯାଇଥାଏ। ଏହି ସମୟରେ ପରିଜନମାନେ ନିଜର ପୂର୍ବଜମାନଙ୍କ ପାଇଁ ତର୍ପଣ, ପିଣ୍ଡଦାନ ଏବଂ ଶ୍ରାଦ୍ଧ କରିଥାନ୍ତି। ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀରେ ପିତୃ ଦୋଷ ରହିଥାଏ, ସେହି ବ୍ୟକ୍ତିମାନଙ୍କ ପାଇଁ ଏହି ସମୟ ମୂଲ୍ୟବାନ ହୋଇଥାଏ। ତେବେ ଆଜି ଆମେ ଆପଣଙ୍କୁ କହିବୁ ପିତୃ ଦୋଷ ଥିଲେ କଣ କଣ ହୋଇଥାଏ।
-କୁଣ୍ଡଳୀରେ ପିତୃ ଦୋଷ ଥିଲେ ସନ୍ତାନ ସମ୍ବନ୍ଧିତ ସମସ୍ୟା ଦେଖାଯାଇଥାଏ। ଏଥିରେ ସନ୍ତାନ ଜନ୍ମ ହେବାରେ ବାଧା ସୃଷ୍ଟି ହୋଇଥାଏ।
-ଧନ ହାନୀ ହେବାର କାରଣ ମଧ୍ୟ ପିତୃ ଦୋଷ ଥିଲେ ହୋଇଥାଏ। ପିତୃ ଦୋଷ ଥିଲେ ବ୍ୟକ୍ତିର ଜୀବନରେ ସର୍ବଦା ଟଙ୍କାର ଅଭାବ ଲାଗିରହିଥାଏ।
-ଯେତେବେଳେ ପରିବାରରେ ଝଗଡା ଏବଂ ମାନସିକ ଅଶାନ୍ତି ବଡିବାକୁ ଲାଗିଥାଏ ତେବେ ଏହାର ମଧ୍ୟ ପିତୃ ଦୋଷ ପାଇଁ ହୋଇଥାଏ।
ଏହାସହ ପଢନ୍ତୁ: ଜାଣନ୍ତୁ ଚଳିତ ବର୍ଷ କେବେ ପଡୁଛି ନବରାତ୍ରୀ ଏବଂ ଏଥର କେଉଁ ବାହନରେ ଆଗମନ କରିବେ ମାତା ଦୁର୍ଗା
କୁଣ୍ଡଳୀରେ ପିତୃ ଦୋଷ ରହିଥିବା ବ୍ୟକ୍ତିଙ୍କୁ ଅଦାଲତର ସାମ୍ନା କରିବାକୁ ପଡ଼ିପାରେ। ଏହିପରି ବ୍ୟକ୍ତିମାନେ ବାରମ୍ବାର କୋର୍ଟ ଯାଇଥାନ୍ତି।
-ଏହାବ୍ୟତୀତ ପିତୃ ଦୋଷ ରହିିଥିଲେ ରୋଗରେ ଘାଣ୍ଟି ହେବାକୁ ପଡିପାରେ ଏବଂ ବିବାହ ହେବାରେ ସମସ୍ୟା ଦେଖାଯାଇଥାଏ।