ଆସନ୍ତାକାଲି ଠାରୁ ପିତୃପକ୍ଷ : କଣ କରିବେ କଣ କରିବେ ନାହିଁ

ଭୁବନେଶ୍ବର (କେନ୍ୟୁଜ୍) : ଆସନ୍ତାକାଲି ସେପଟେମ୍ବର ୨୫ରୁ ଆରମ୍ଭ ହେଉଛି ପିତୃପକ୍ଷ । ଏହି ପକ୍ଷ ଅକଟୋବର ୮ ତାରିଖ ଯାଏ ଚାଲିବ । ବିଶ୍ବାସ ରହିଛି, ଏହି ସମୟରେ ପିତୃ ପୁରୁଷଙ୍କ ଆତ୍ମା ପୃଥିବୀକୁ ଆସି ନିଜ ପରିବାର ପରିଜନଙ୍କ ସହ ରହିଥାନ୍ତି । ସେମାନଙ୍କ ଆତ୍ମାର ଶାନ୍ତି, ସେମାନଙ୍କୁ ଖୁସି କରି ଆଶୀର୍ବାଦ ପାଇବା ପାଇଁ ସ୍ବତନ୍ତ୍ର ଭାବେ ସେମାନଙ୍କ ପାଇଁ ତର୍ପଣ ଆଦି କରାଯାଏ । ପିତୃପକ୍ଷରେ ନିୟମିତ ତର୍ପଣ ଓ ଶ୍ରଦ୍ଧ ଦେଉଥିବା ବ୍ୟକ୍ତି ପାନ, ନିଶାଦ୍ରବ୍ୟ ଆଦି ସେବନ ବର୍ଜନ କରିଥାନ୍ତି । ବାହାରେ ଖାଇବା ମନା । ଏହି ସମୟରେ ଶ୍ରାଦ୍ଧ ଦେଉଥିବା ବ୍ୟକ୍ତି ବ୍ରହ୍ମଚର୍ଯ୍ୟ ପାଳନ କରିଥାନ୍ତି । କଦଳୀ ପତ୍ରରେ ନିଜେ ଖାଇବା ସହ ବ୍ରାହ୍ମଣ ଭୋଜନ କରିବା ଉଚିତ ।

ପୁରାଣରେ କୁହାଯାଇଛି ପିତୃପକ୍ଷରେ ପିତୃ ପୁରୁଷମାନେ ବିଭିନ୍ନ ରୂପରେ ଆସି ଶ୍ରାଦ୍ଧ ଗ୍ରହଣ କରିଥାନ୍ତି । କୌଣସି ପଶୁ ରୂପରେ ମଧ୍ୟ ସେମାନେ ଆସିଥାନ୍ତି । ତେଣୁ ଘରକୁ ଆସୁଥିବା ଭିକାରୀ କିମ୍ବା କୌଣସି ପଶୁପକ୍ଷୀଙ୍କୁ ମଧ୍ୟ ଭୋଜନ ଦାନ କରିବା ଉଚିତ ।

PITRUPAKHYA 3

ପିତୃପକ୍ଷରେ କଣ କରିବେ ନହିଁ

୧-ବ୍ରହ୍ମଚର୍ଯ୍ୟ ପାଳନ କରିବେ ।

୨-ନିଶ, ଦାଢ଼ି ଓ ବାଳ କିମ୍ବା ନଖ କାଟିବେ ନାହିଁ ।

୩-ଲୁହାର ବାସନ କୁସନ ବ୍ୟାବହାର କରନ୍ତୁ ନାହିଁ ।

୪-କୌଣସି ବ୍ୟକ୍ତି ହେଉ କିମ୍ବା ପଶୁ ପକ୍ଷୀଙ୍କୁ ହତାଦର କରନ୍ତୁ ନାହିଁ ।

୫-କାହା ସହିତ ଝଗଡ଼ା କରନ୍ତୁ ନାହିଁ । ସବୁ ବେଳେ ଶାନ୍ତ ମନରେ କାମ କରନ୍ତୁ ।

୬-ଦ୍ବିପହର ସମୟରେ ନିଜେ ଭୋଜନ କରିବା ସହ ବ୍ରାହ୍ମଣ ଭୋଜନ ମଧ୍ୟ କରାନ୍ତୁ ।

୭-ମଦ, ମାଂସ, ଯେକୌଣସି ପ୍ରକାର ନିଶା ଠାରୁ ଦୂରେଇ ରୁହନ୍ତୁ ।

୮-ବାସି ଖାଦ୍ୟ ଖାଆନ୍ତୁ ନାହିଁ କିମ୍ବା କାହାକୁ ଖାଇବାକୁ ଦିଅନ୍ତୁ ନାହିଁ ।

୯-ଏହି ସମୟରେ କୌଣସୁ ନୂତନ ବସ୍ତୁ କିମ୍ବା ଘର କି ଯାନବାହନ କିଣନ୍ତୁ ନାହିଁ ।

୧୦-ଏହି ପକ୍ଷରେ ଶ୍ମଶାନ ଆଦି ସ୍ଥାନକୁ ଏକାକୀ ଯାଆନ୍ତୁ ନାହିଁ । ଦୁଷ୍ଟଆତ୍ମାମାନେ ଏହି ସମୟରେ ଆକ୍ରମଣ କରିବାର ଏବଂ ତାନ୍ତ୍ରିକମାନେ ଗୁଣିଗାରେଡ଼ି କରିବାର ନଜିର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.