ଆସନ୍ତା ହୋଲିରେ ସୂର୍ଯ୍ୟଦେବଙ୍କର କରନ୍ତୁ ଏପରି ପୂଜା, ହେବ ଆର୍ଥକ ଉନ୍ନତି

ପୃଥିବୀପୃଷ୍ଠରୁ ସିଧାସଳଖ ଦେଖାଯାଉଥିବା ପ୍ରତ୍ୟକ୍ଷ ଦେବତା ହେଉଛନ୍ତି ସୂର୍ଯ୍ୟ ଦେବତା। ଆଜି ହେଉଛି ଗ୍ରହରାଜ ସୂୂର୍ଯ୍ୟଙ୍କ ବାର ରବିବାର । ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟ ଭଗବାନଙ୍କର ବିଶେଷ ମହତ୍ୱ ରହିଛି । ପ୍ରାଚୀନ କାଳରୁ ଭଗବାନ ସୂର୍ଯ୍ୟଙ୍କ ଉପାସନା ଚାଲିଆସୁଛି। ସୂର୍ଯ୍ୟଙ୍କୁ ସମସ୍ତ ଜଗତରେ ଶକ୍ତିର କେନ୍ଦ୍ର ଭାବରେ ବିବେଚନା କରାଯାଏ ।

ବିଶ୍ୱାସ କରାଯାଏ ଯେ ଭାସ୍କରଙ୍କୁ ପୂଜା କଲେ ରୋଗରୁ ମୁକ୍ତି ମିଳିଥାଏ। ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଗ୍ରହ ରାଜା ବୋଲି କୁହାଯାଏ।ବ୍ୟକ୍ତିର

sun

ଜୀବନରେ ମାନ ସମ୍ମାନ ବି ସୂର୍ଯ୍ୟଦେବଙ୍କ ପାଇଁ ଆସିଥାଏ। ଏହାସହ କାର୍ଯ୍ୟରେ ଉନ୍ନତି ପାଇବାକୁ ଚାହୁଁଥିଲେ ଆପଣ ସୂର୍ଯ୍ୟଦେବଙ୍କୁ ପୂଜା କରିପାରିବେ।ତେବେ ଆଗକୁ ଆସୁଛି ହୋଲି ପର୍ବ। ଏହିଦିନ ଭଗବାନଙ୍କ ଆଶିର୍ବାଦ ପାଇବା ପାଇଁ କରନ୍ତୁ ଏଭଳି ପୂଜା। ଯାହା ଦ୍ୱାରା ପରିବାରରେ ଖୁବ ଉନ୍ନତି ହେବ।

ହିନ୍ଦୁ ଧର୍ମରେ ହୋଲି ପର୍ବର ବିଶେଷ ମହତ୍ତ୍ୱ ରହିଥାଏ। ଏହି ଦିନରେ ଅଧର୍ମ ଉପରେ ଧର୍ମର ଜୟର ପ୍ରତୀକ ବୋଲି କୁହାଯାଏ। ଫାଲଗୁନ ମାସର ପୂର୍ଣ୍ଣିମା ଦିନ ହୋଲିକା ଦହନ କରାଯାଏ। ଚୈତ୍ର ମାସ ପ୍ରତିପଦା ତିଥିରେ ହୋଲି ପାଳନ କରାଯାଏ। ଧାର୍ମିକ ମାନ୍ୟତା ଅନୁସାରେ ଏହିଦିନରେ କିଛି କଥା ଧ୍ୟାନ ରଖିବା ଦ୍ୱାରା ଜୀବନରେ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ। ଏହାମଧ୍ୟରେ କିଛି ବାସ୍ତୁ ଉପାୟ ମଧ୍ୟ ରହିଛି। ଯାହାକୁ ହୋଲି ଦିନ କରିବା ଦ୍ୱାରା ଧନ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିଥାଏ। ଘରେ ସୁଖ-ଶାନ୍ତି ଏବଂ ସମୃଦ୍ଧି ହୋଇଥାଏ। ତେବେ କେଉଁ ବାସ୍ତୁ ଉପାୟ ଆପଣାଇବେ, ଆସନ୍ତୁ ଜାଣିବା…

– ରାଧା-କୃଷ୍ଣଙ୍କ ଫଟୋ ଲଗାଇବା ଦ୍ୱାରା ଘରେ ସୁଖ ସମୃଦ୍ଧି ବାସ କରିଥାଏ। ବେଡରୁମରେ ଫଟୋ ଲଗାଇବା ପରେ ସେଥିରେ ଫୁଲ ଏବଂ ଗୁଲାଲ ଅର୍ପଣ କରନ୍ତୁ। ଏହାଯୋଗୁଁ ପତିପତ୍ନୀଙ୍କ ମଧ୍ୟ ପ୍ରେମ ବଢିଥାଏ।

sun-pray

-ଅରୁଆ ଚାଉଳ କ୍ଷୀରରେ ପକାଇ ଏଥିରେ ଗୁଡ଼ ମିଶାଇ ଖାଇବା ଉଚିତ। ଏହାଦ୍ୱାରା ଜୀବନରେ ଉନ୍ନତି ହୁଏ। ଏହାବ୍ୟତିତ ଆପଣ ଅଟା ଏବଂ ଗୁଡ଼କୁ ନାଲି କପଡ଼ାରେ ବାନ୍ଧି ଅସହାୟ ଲୋକଙ୍କୁ ଦାନ କରିବା ଉଚିତ। ଏହା କଲେ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ।

– ପରିବାରର କୌଣସି ସଦସ୍ୟଙ୍କ ଉନ୍ନତି ଚାହୁଁଥିଲେ, ହୋଲି ଦିନ ମୁଖ୍ୟଦ୍ୱାର ବାହାରେ ଉପରେ ସୂର୍ଯ୍ୟଦେବଙ୍କ ଫଟୋ ଲଗାନ୍ତୁ। ଏହାଦ୍ୱାରା ଘରେ ସକାରାତ୍ମକ ଶକ୍ତି ବଢିଥାଏ। କଷ୍ଟରୁ ମୁକ୍ତି ମିଳିଥାଏ।

– ହୋଲି ଦିନ ଘରେ ତୁଳସୀ କିମ୍ବା ମନି ପ୍ଲାଣ୍ଟ ଗଛ ଲଗାଇବା ଦ୍ୱାରା ଭାଗ୍ୟ ପରିବର୍ତ୍ତନ ହୁଏ। ଧାର୍ମିକ ମାନ୍ୟତା ଅନୁସାରେ, ଏହି ଗଛ ଘରକୁ ସୌଭାଗ୍ୟ ଆଣିଦିଏ। ଏହାକୁ ଘରେ ଲଗାଇବା ଦ୍ୱାରା ଗ୍ରହ ଦୋଷ ମଧ୍ୟ ଦୂର ହୁଏ।

– ହୋଲି ଦିନ ଘରର ଧ୍ୱଜା ବଦଳାନ୍ତୁ। ଘରେ ବାହାରେ ଲଗାଯାଇଥିବା ଧ୍ୱଜାକୁ ହୋଲିଦିନ ବଦଳାଇ ଦିଅନ୍ତୁ। ଘରେ ଲଗାଇଥିବା ଧ୍ୱଜକୁ ପରିବାରରେ ମାନ ସମ୍ମାନ, ସୁଖ ସମୃଦ୍ଧି ଆଣିଥାଏ। ଏହାସହିତ ଘରେ ଲୋକଙ୍କ ମଧ୍ୟରେ ଭଲପାଇବା ବଢିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.