ପୋଲାଣ୍ଡ ସୀମାରେ ପହଞ୍ଚିଲା ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ, ମିଲିଟାରୀ ଟ୍ରେନିଂ ବେସ୍‌ ଉପରେ ୩୦ଟି ରକେଟ ମାଡ; ୯ ମୃତ ୫୭ ଆହତ

ନୂଆଦିଲ୍ଲୀ : ପୋଲାଣ୍ଡ ସୀମାରେ ପହଞ୍ଚିଲା ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ । ପୋଲାଣ୍ଡ ସୀମା ୟାଭୋରିଭ୍‌ ସ୍ଥିତ ମିଲିଟାରୀ ଟ୍ରେନିଂ ବେସ୍‌ ଉପରେ ଉପରେ ଆକ୍ରମଣ କରିଛି ରୁଷ । ୩୦ଟି ରକେଟ ମାଡ କରିଛି । ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତ ହୋଇଛନ୍ତି ୫୭ ଜଣ । ନାଟୋ ଇନ୍‌ଷ୍ଟ୍ରକ୍ଟରଙ୍କ ଦ୍ୱାରା ଏହି ବେସ୍‌ରେ ଟ୍ରେନିଂ ଦିଆଯାଉଥିଲା । ପଶ୍ଚିମରେ ଥିବା ଇଭାନୋ-ଫ୍ରାଙ୍କଭିସ୍କ ସହର ନିକଟ ବିମାନ ବନ୍ଦର ଉପରେ ମଧ୍ୟ ଆକ୍ରମଣ ହୋଇଛି ।

ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ୧୩ଶହ ୟୁକ୍ରେନ ସୈନିକଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ରାଷ୍ଟ୍ରପତି ଭୋଲୋଦମିର ଜେଲେନସ୍କି । ମାରିୟୁପୋଲବାସୀ ଥଣ୍ଡାରେ ହନ୍ତସନ୍ତ ହେଉଛନ୍ତି । ମାରିୟୁପୋଲକୁ ବିଦ୍ୟୁତ ଯୋଗାଣ ସଂପୂର୍ଣ୍ଣ ବିଛିନ୍ନ ରହିଛି । ଲୋକଙ୍କ ପାଖରେ ଖାଇବା ପିଇବା ସରି ଆସିଲାଣି । ୟୁକ୍ରେନ ତରଫରୁ କୁହାଯାଇଛି, ମହିଳା ଓ ଶିଶୁଙ୍କୁ ନେଇ କିଭ୍‌ ବାହାରକୁ ଯାଉଥିବା ଗାଡି ଉପରେ ରୁଷ ସେନା ଆକ୍ରମଣ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.