କୌଣସି ମୁହୂର୍ତ୍ତରେ କିଭ ଦଖଲ କରିପାରେ ଋଷ ସେନା , ଘନ ଘନ ବୋମା ବର୍ଷାରେ କମ୍ପିଲା ୟୁକ୍ରେନ

ନୂଆଦିଲ୍ଲୀ : କିଭକୁ ଘେରୁଛି ରୁଷ ସେନା । ଯେ କୌଣସି ମୁହୂର୍ତ୍ତରେ କିଭ ଦଖଲ କରିପାରେ । ପୂର୍ବ ଓ ପଶ୍ଚିମରୁ ଘେରୁଛି ରୁଷ ସେନା । କିଭ୍‌ ନିକଟବର୍ତ୍ତୀ ଅଞ୍ଚଳରେ ଘନ ଘନ ବୋମାବର୍ଷା । ସାଇରନ ଶବ୍ଦରେ କମ୍ପିଲା ୟୁକ୍ରେନ । ସବୁ ଅଞ୍ଚଳରେ ଋଷ କରିବ ଏୟାର ଷ୍ଟ୍ରାଇକ୍‌ । ୟୁକ୍ରେନର ସବୁ ପ୍ରାନ୍ତରେ ଏୟାର ରେଡ୍‌ ଆଲର୍ଟ ଜାରି ହୋଇଛି । ଆକାଶମାର୍ଗରୁ ରୁଷ ଆହୁରି ବୋମାବର୍ଷା କରିବ ବୋଲି ଚେତାବନୀ ଦେଇଛି ।

କିଭ୍‌, ରିବ୍ରେ, ଡିନିପ୍ରୋ ଓ ସୁମିରେ ଫସି ରହିଥିବା ଲୋକଙ୍କୁ ତୁରନ୍ତ ମେଟ୍ରୋ ସେଲଟରକୁ ପଳାଇବାକୁ ଚେତାବନୀ ଦିଆଯାଇଛି । ଅନ୍ୟପଟେ ଖେରସାନରେ ଦୁଇଟି ଋଷୀୟ ଯୁଦ୍ଧ ହେଲିକପ୍ଟରକୁ ଧ୍ୱଂସ କରିଛି ୟୁକ୍ରେନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.