Below header

ଖାଲି ସମୁଦ୍ରରେ ନୁହେଁ, ମଣିଷ ଶରୀରରେ ବି ପ୍ଲାଷ୍ଟିକ ଏବେ ଚିନ୍ତା ବଢାଇଲାଣି

ବର୍ତ୍ତମାନ ପ୍ଲାଷ୍ଟିକକୁ ନେଇ ଚିନ୍ତା ବଢିବାରେ ଲାଗିଲାଣି କାରଣ ଦୁନିଆରେ ମାଇକ୍ରୋ ପ୍ଲାଷ୍ଟିକ ପ୍ରଦୂଷଣ ବଢିବାରେ ଲାଗିଲାଣି । କିନ୍ତୁ ଏକ ସାଂଘାତିକ ତଥ୍ୟ ସାମନାକୁ ଆସିଛି ଯ।ହା ଆପଣଙ୍କ ଚିନ୍ତା ଆହୁରି ବଢାଇଦେବ ଯେବେ ଆପଣ ଣୁଣିବେ ଏ ପ୍ଲାଷ୍ଟିକ କେବଳ ସମୁଦ୍ର ଯାଏ ସିମୀତ ନାହିଁ ଏହା ମଣିଷର ବ୍ଲଡ ଯାଏଁ ମଧ୍ୟ ପହଞ୍ଚିଗଲାଣି । ପ୍ରଥମ ଥର ପାଇଁ ଏକଥା ସାମନାକୁ ଆସିଛି ଓ ଆମଷ୍ଟରଡମ ୟୁନିଭରସିଟି ମେଡିକାଲ ସେଣ୍ଟର ଏହି ଦାବି କରିଛି । ଅନୁସନ୍ଧାନକାରୀ ମାନେ କହିଛନ୍ତି କି ଏହା ରିସର୍ଚ୍ଚରୁ ଜଣାପଡିଛି । ବର୍ତ୍ତମାନ ଏଭଳି କେଉଁ ସ୍ଥାନ ନାହିଁ ଯେଉଁଠି ପ୍ଲାଷ୍ଟିକ ନାହିଁ ।

ରିପୋର୍ଟ ହିସାବରେ ଅନୁସନ୍ଧାନକାରୀମାନେ ୨୨ଜଣ ଏଭଳି ଲୋକଙ୍କ ବ୍ଲଡ ନମୁନା ନେଇ ଯାଞ୍ଚ କରିଥିଲେ ଯେଉଁମାନେ ସୁସ୍ଥ ଥିଲେ । ଏହି ରିସର୍ଚ୍ଚ ଭିତରେ ୭୦୦ ନାନୋମିଟରରୁ ବଡ ସିନ୍ଥେଟିକ ପଲିମରର ତଲାସ କରୁଥିଲେ । ଯାଞ୍ଚ ସମୟରେ ଏମାନଙ୍କ ବ୍ଲଡରେ ମାଇକ୍ରୋପ୍ଲାଷ୍ଟିକ ରହିଥିବାର ଜଣାପଡିଥିଲା । ଏହା ଏଭଳି ମାଇକ୍ରୋପ୍ଲାଷ୍ଟିକ ଥିଲା ଯାହା ପଲିଇଥାଇଲିନ ଟେରେପ୍ଥ୍‌ଲେଟ ରୁ ବନିଥିଲା । ଏଭଳି ପ୍ଲାଷ୍ଟିକର ବ୍ୟବହାର କପଡା ଠାରୁ ଆରମ୍ଭ କରି ପାଣି ବୋତଲରେ ମଧ୍ୟ ବ୍ୟବହୃତ ହୋଇଥାଏ ।

ରିସର୍ଚ୍ଚ ରିପୋର୍ଟ ହିସାବରେ ନମୂନାର ପ୍ରତି ମିଲିଲିଟର ବ୍ଲଡରେ ୧.୬ ମାଇକ୍ରୋଗ୍ରାମର ମାଇକ୍ରୋପ୍ଲାଷ୍ଟିକର ପଦାର୍ଥ ମିଳିଲା । ଯଦିଓ ଏହାର ସଠିକ ଆକାର କଣ ସେ ସମ୍ବନ୍ଧରେ କୁହାଯାଇନାହିଁ । କିନ୍ତୁ ବୈଜ୍ଞାନିଙ୍କ କହିବା କଥା କି ଏକଥା ତ ସଫା କି ୧୦୦ମାଇକ୍ରୋମିଟରରୁ ବଡ ଆକାର ତୁଳନାରେ ୭୦୦ ନାନୋମିଟର ଆକାରର ଏହି ଅଣୁ ଭଳି ପଦାର୍ଥ ସହଜରେ ଶରୀରରେ ପହଞ୍ଚିଯାଇଥାଏ ।
ଶରୀରରେ ବ୍ୟାପୁଥିବା ଏହି ମାଇକ୍ରୋପ୍ଲାଷ୍ଟିକର ଲମ୍ବା ସମୟ ଯାଏଁ କିଭଳି ପ୍ରଭାବ ରହିବ ଏହା ବିଷୟରେ କିଛି କହିବା ମୁସ୍କିଲ । କିନ୍ତୁ ଏହା ପୂର୍ବରୁ ହୋଇଥିବା ରିସର୍ଚ୍ଚରୁ ବୈଜ୍ଞାନିକମାନେ କହିସାରିଛନ୍ତି କି ମାଇକ୍ରୋପ୍ଲାଷ୍ଟିକ ପ୍ରଦୂଷଣ ନିଶ୍ଚିନ୍ତ ଭାବେ କ୍ଷତି ପହଞ୍ଚାଇବ । ଯାହା ସବୁଠୁ ଭୟଙ୍କର ହେଲାଣି ।

ଦୁନିଆ ସାରା ପ୍ଲାଷ୍ଟିକକୁ ନେଇ ସମସ୍ୟା ବଢିବାରେ ଲାଗିଛି । ତେବେ ଯାହା କୁହାଯାଉଛି କି ୨୦୪୦ ବେଳକୁ ମହାସାଗରରେ ପ୍ଲାଷ୍ଟିକର ମାତ୍ରା ଦୁଇଗୁଣ ହୋଇଯିବ ଏବଂ ଯାହା ଅନୁମାନ କି ପ୍ରତିଦିନ ପ୍ଲାଷ୍ଟିକ ବୋତଲ, ପ୍ଲାଷ୍ଟିକ ପ୍ୟାକେଟ ଇତ୍ୟାଦି ଫୋପଡାଯାଉଥିବା ହେତୁ ଏଥିରୁ ବ୍ୟାପୁଥିବା ପ୍ଲାଷ୍ଟିକର ଛୋଟ ଛୋଟ ପଦାର୍ଥ ବା ଅଣୁ ଭଳି ମଣିଷ ଶରୀରରେ ପହଞ୍ଚିଯାଉଛି ।

ଡି ଡବ୍ଲୁ ର ଏକ ରିପୋର୍ଟ କହୁଛି କି ପ୍ଲାଷ୍ଟିକ ଏବେ ଫୁଡ ସିଷ୍ଟମର ଅକ ଅଂଶ ହୋଇଗଲାଣି । ମଣିଷ ଶରୀରରେ ପ୍ରତି ସପ୍ତାହରେ ୫ଗ୍ରାମ ମାଇକ୍ରୋପ୍ଲାଷ୍ଟିକ ପହଞ୍ଚୁଛି । ବଡକଥା ହେଲା ଆମେ ଭାବୁ କି ପ୍ଲାଷ୍ଟିକ ଖାଲି ସମୁଦ୍ରରେ ରହିଛି । କିନ୍ତୁ ନାଁ ଏହା ବାୟୁରେ ମଧ୍ୟ ବ୍ୟାପିଲାଣି ଯାହା ଏବେ ବେଶ ଚିନ୍ତାଜନକ ସ୍ଥିତି ଉପୁଜାଇବ ଏଥିରେ ବିଲକୁଲ ବି ସନ୍ଦେହ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.